ନୂଆଦିଲ୍ଲୀ ୧୨/୦୭: ଶୁକ୍ର ଗ୍ରହକୁ ପ୍ରେମ, ସୌନ୍ଦର୍ଯ୍ୟ, କଳା, ସୁଖ-ସୁବିଧା ଏବଂ ବିଳାସର ପ୍ରତୀକ ଭାବରେ ବିବେଚନା କରାଯାଏ। ଯେତେବେଳେ ବି ଶୁକ୍ର ନିଜର ନକ୍ଷତ୍ର ପରିବର୍ତ୍ତନ କରନ୍ତି, ଏହାର ପ୍ରଭାବ ସମସ୍ତ ରାଶି ଉପରେ ପରିଲକ୍ଷିତ ହୁଏ। ନକ୍ଷତ୍ରରେ ଏହି ପରିବର୍ତ୍ତନ ପ୍ରତ୍ୟେକ ରାଶିକୁ ଭିନ୍ନ ଭାବରେ ପ୍ରଭାବିତ କରେ। ୨୯ ଜୁଲାଇରେ ଶୁକ୍ରଙ୍କର ନକ୍ଷତ୍ର ପରିବର୍ତ୍ତନ ହେବ, ଯାହା ତିନୋଟି ନିର୍ଦ୍ଦିଷ୍ଟ ରାଶି ପାଇଁ ପ୍ରେମ, କ୍ୟାରିଅର ଏବଂ ଆର୍ଥିକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ୨୯ ଜୁଲାଇ ସକାଳ ୪:୫୬ ରେ, ଶୁକ୍ର ପୂର୍ବ ଫାଲଗୁନି ନକ୍ଷତ୍ରରୁ ଉତ୍ତର ଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିବେ। ଏହି ସ୍ଥିତି ଅଗଷ୍ଟ ୧୧ ପର୍ଯ୍ୟନ୍ତ ରହିବ। ଜ୍ୟୋତିଷ ବିଶ୍ୱାସ ଅନୁସାରେ, ଏହି ସମୟ ତିନୋଟି ରାଶି ପାଇଁ ରାଜଯୋଗ ସୃଷ୍ଟି କରୁଛି। ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ...
ବୃଷ : ବୃଷ ରାଶିର ସ୍ୱାମୀ ଗ୍ରହ ଶୁକ୍ର । ତେଣୁ ଏହି ନକ୍ଷେତ୍ର ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟୀମାନେ ଲାଭବାନ ହେବାର ସମ୍ଭାବନା ରହିଛି, ଚାକିରି କରିଥିବା ବ୍ୟକ୍ତି ନୂତନ ଦାୟିତ୍ୱ କିମ୍ବା ପଦୋନ୍ନତି ପାଇପାରନ୍ତି। ଆର୍ଥିକ ଉନ୍ନତି ହୋବ, ଏବଂ ଦୀର୍ଘକାଳୀନ ସମସ୍ୟା ଦୂର ହୋଇପାରେ। ପରିବାରରୁ ସମର୍ଥନ ମଧ୍ୟ ମାନସିକ ଶାନ୍ତି ଏବଂ ସନ୍ତୋଷ ସୁନିଶ୍ଚିତ କରିବ।
ସିଂହ : ପ୍ରେମ ଏବଂ କ୍ୟାରିଅର ଉଭୟ କ୍ଷେତ୍ରରେ ସିଂହ ରାଶି ପାଇଁ ଏହି ସମୟକୁ ଶୁଭ ବୋଲି ବିବେଚନା କରାଯାଏ। ଅବିବାହିତ ବ୍ୟକ୍ତିମାନେ ନୂତନ ସମ୍ପର୍କ ଆରମ୍ଭ କରିପାରନ୍ତି, ପୂର୍ବରୁ ସମ୍ପର୍କରେ ଥିବା ବ୍ୟକ୍ତିମାନେ ସେମାନଙ୍କର ବନ୍ଧନକୁ ମଜବୁତ କରିବେ। ସନ୍ତାନମାନଙ୍କ ସମ୍ପର୍କରେ ମଧ୍ୟ ଶୁଭ ଖବର ମିଳିପାରେ। ଚାକିରି କରିଥିବା ବ୍ୟକ୍ତିମାନେ ପଦୋନ୍ନତି, ଦରମା ବୃଦ୍ଧି କିମ୍ବା ନୂତନ ସୁଯୋଗ ପାଇବାର ସମ୍ଭାବନା ରହିଛି। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଆଗ୍ରହ ମଧ୍ୟ ବଢ଼ିପାରେ।
ଆହୁରି ପଢ଼ନ୍ତୁ...Gajkesari Yog 2026: ୧୪ ଜୁଲାଇରୁ ଚମକିବ ଭାଗ୍ୟ, କର୍କଟ ରାଶିରେ ଗଠନ ହେଉଛି ମହାଶୁଭ ‘ଗଜକେଶରୀ ଯୋଗ’
ମକର : ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଆର୍ଥିକ ଭାବରେ ଲାଭଦାୟକ ହେବ। ନୂତନ ଆୟର ଉତ୍ସ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ପୂର୍ବ ନିବେଶରୁ ଭଲ ଲାଭ ମିଳିବ। କ୍ୟାରିୟରରେ ଉନ୍ନତି ପାଇଁ ସୁଯୋଗ ଆସିପାରେ ଏବଂ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବାର ସମ୍ଭାବନା ଅଛି। ପ୍ରେମ ସମ୍ପର୍କରେ ବିଶ୍ୱାସ ଏବଂ ଘନିଷ୍ଠତାର ଭାବନା ଗଭୀର ହେବ।