ଜ୍ୟୋତିଷ ଶାସ୍ତ୍ରରେ ଗଜକେଶରୀ ଯୋଗକୁ ସବୁଠାରୁ ପ୍ରଭାବଶାଳୀ ଏବଂ ଶୁଭ ଯୋଗ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ । ମାନ୍ୟତା ରହିଛି ଯେ, ଯେତେବେଳେ ଚନ୍ଦ୍ର ଏବଂ ଦେବଗୁରୁ ବୃହସ୍ପତି କୌଣସି ରାଶିରେ ଏକତ୍ର ବିରାଜମାନ କରନ୍ତି, ସେତେବେଳେ ଗଜକେଶରୀ ଯୋଗ ସୃଷ୍ଟି ହୋଇଥାଏ । ଏହି ଯୋଗ ବୁଦ୍ଧି, ସମ୍ମାନ, ଧନ, ସଫଳତା ଏବଂ ଭାଗ୍ୟ ବୃଦ୍ଧିର କାରକ ସାଜିଥାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଆସନ୍ତା ୧୪ ଜୁଲାଇ ୨୦୨୬ରୁ କର୍କଟ ରାଶିରେ ଚନ୍ଦ୍ର ଏବଂ ଗୁରୁଙ୍କ ସଂଯୋଗରୁ ଗଜକେଶରୀ ଯୋଗ ସୃଷ୍ଟି ହେବାକୁ ଯାଉଛି । କର୍କଟ ରାଶିରେ ଚନ୍ଦ୍ର ୧୬ ଜୁଲାଇ ୨୦୨୬ ସନ୍ଧ୍ୟା ୭ଟା ୫୨ ମିନିଟ୍ ପର୍ଯ୍ୟନ୍ତ ରହିବେ । ଏହି ସମୟ ମଧ୍ୟରେ ଅନେକ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳ ମିଳିବାର ସମ୍ଭାବନା ରହିଛି । ବିଶେଷ କରି ମେଷ, କର୍କଟ, ସିଂହ ଏବଂ ଧନୁ ରାଶିର ଜାତକଧାରୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହୋଇପାରେ ।

ଗଜକେଶରୀ ଯୋଗ କ’ଣ ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ଚନ୍ଦ୍ର ଏବଂ ଗୁରୁ ଗୋଟିଏ ରାଶିରେ କିମ୍ବା ପରସ୍ପରଠାରୁ କେନ୍ଦ୍ର ଭାବରେ ୧ମ, ୪ର୍ଥ, ୭ମ କିମ୍ବା ୧୦ମ ଭାବ ଅବସ୍ଥାନ କରନ୍ତି, ସେତେବେଳେ ଗଜକେଶରୀ ଯୋଗ ଗଠିତ ହୁଏ । ଏହି ଯୋଗ ବ୍ୟକ୍ତିର ବୁଦ୍ଧି, ନିଷ୍ପତ୍ତି ନେବାର କ୍ଷମତା, ମାନ-ସମ୍ମାନ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ । ଯେଉଁମାନଙ୍କ କୁଣ୍ଡଳୀରେ ଏହି ଯୋଗ ପ୍ରଭାବଶାଳୀ ଥାଏ, ସେମାନଙ୍କ ଜୀବନରେ ଉନ୍ନତିର ଅନେକ ସୁଯୋଗ ମିଳିଥାଏ ।

ଏହା ବି ପଢ଼ନ୍ତୁ... ​​​​​​​Today Horoscope : ଏହି ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ

ଚାରିଟି ରାଶି ଉପରେ ରହିବ ବିଶେଷ କୃପା:

୧. ମେଷ ରାଶି

ଗଜକେଶରୀ ଯୋଗ ମେଷ ରାଶିର ଲୋକଙ୍କ ପାଇଁ ପାରିବାରିକ ଏବଂ ଆର୍ଥିକ ମାମଲାରେ ଶୁଭ ସଙ୍କେତ ଆଣିପାରେ । ଘରର ପରିବେଶ ଭଲ ରହିବ ଏବଂ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି । ଯଦି ଆପଣ ନୂତନ ସମ୍ପତ୍ତି କିଣିବାକୁ କିମ୍ବା ଘର ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ସମୟ ଅନୁକୂଳ ରହିଛି ।

୨. କର୍କଟ ରାଶି

କର୍କଟ ରାଶିରେ ହିଁ ଏହି ଶୁଭ ଯୋଗ ସୃଷ୍ଟି ହେଉଥିବାରୁ ଏହି ରାଶିର ଜାତକଧାରୀମାନେ ସବୁଠାରୁ ଅଧିକ ଲାଭବାନ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟ ସଫଳ ହେବ । କ୍ୟାରିୟରରେ ନୂତନ ଦାୟିତ୍ୱ ମିଳିପାରେ ଏବଂ ସମାଜରେ ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ ।

୩. ସିଂହ ରାଶି

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଯୋଗ ମାନସିକ ଶାନ୍ତି ଏବଂ ଆର୍ଥିକ ସ୍ଥିରତା ଆଣିଦେଇପାରେ । ହଠାତ୍ ଧନ ଲାଭର ଯୋଗ ରହିଛି । ଯଦି ଆପଣ କୌଣସି ନୂତନ ଯୋଜନା ଉପରେ କାମ ଆରମ୍ଭ କରିଛନ୍ତି, ତେବେ ସେଥିରେ ସକାରାତ୍ମକ ପରିଣାମ ମିଳିବାର ସମ୍ଭାବନା ରହିଛି ।

୪. ଧନୁ ରାଶି

ଧନୁ ରାଶିର ଅଧିପତି ହେଉଛନ୍ତି ସ୍ୱୟଂ ଦେବଗୁରୁ ବୃହସ୍ପତି । ଏଭଳି ପରିସ୍ଥିତିରେ ଗଜକେଶରୀ ଯୋଗ ଏହି ରାଶି ପାଇଁ ବିଶେଷ ଶୁଭ ବୋଲି ବିବେଚନା କରାଯାଉଛି । କ୍ୟାରିୟରରେ ପ୍ରଗତିର ନୂତନ ସୁଯୋଗ ମିଳିପାରେ । ଚାକିରି ବଦଳାଇବାକୁ ଚାହୁଁଥିବା ଲୋକଙ୍କୁ ଭଲ ଖବର ମିଳିପାରେ ।