PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଦିଲ୍ଲୀପ କୁମାରଙ୍କ ଦୁଇ ସାନ ଭାଇ କରୋନା ସଂକ୍ରମିତ, ଲୀଲାବତୀ ହସ୍ପିଟାଲରେ ହେଲେ ଆଡମିଟ୍

https://hindi.asianetnews.com/

ମୁମ୍ବାଇ,୧୬।୮: କରୋନ ଭାଇରସ୍ କବଳରେ କେତେ ବେଳେ ଯେ କିଏ ଆସିଯାଉଛି ତାହା କହିବା ସମ୍ଭବ ନୁହେଁ। କିଛି ଦିନ ପୂର୍ବେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ କରୋନା ଭାଇରସ୍ ସଂକ୍ରମିତ ହେବାର ଖବର ଆସିଥିଲା। ଏହାପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏବେ ସେ ଘରକୁ ସୁସ୍ଥ ହୋଇ ଫେରିଛନ୍ତି । କିନ୍ତୁ ଆଜି ଆଉ ଏକ ମାମଲା ସାମନାକୁ ଆସିଛି। ବଲିଉଡର ପଖ୍ୟାତ ଅଭିନେତା ଦିଲ୍ଳୀପ କୁମାରଙ୍କ ଦୁଇ ସାନ ଭାଇ କରୋନା ପଜିଟିଭ ବୋଲି ଜଣାପଡିଛି। ଏବେ ତାଙ୍କର ଦୁଇ ଭାଇ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଆଡମିଟ୍ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀପ କୁମାରଙ୍କ ପତ୍ନୀ ଓ ଅଭିନେତ୍ରୀ ସାୟରା ବାନେ ଆଜି ଏହାସନ ଓ ଅସଲମଙ୍କୁ ହସ୍ପିଟାଲରେ ଆଡମିଟ୍ କରିଛନ୍ତି। ଏହସାନଙ୍କ ବୟସ ୯୦ ବର୍ଷ ଓ ସେଭଳି ଅସଲମ୍ ତାଙ୍କଠାରୁ ବୟସରେ ଅଳ୍ପ କିଛି ବର୍ଷ ସାନ। ଡାକ୍ତର ଜାଲିଲ୍ ପାର୍କ ଏ ବିଷୟରେ ସୂଚନା ଦେଛନ୍ତି।

ଦୁଇ ଭାଇଙ୍କର ବ୍ଳଡ ପ୍ରେସର ଥିବା ବେଳେ ଜଣଙ୍କୁ ପାର୍କିନସନ୍ ସିଣ୍ଡ୍ରୋମ୍ ସମସ୍ୟା ରହିଛି। ଦୁହିଁଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତେବେ ଏପର୍ଯ୍ୟନ୍ତ ଦିଲ୍ଲୀପ କୁମାର ସୁସ୍ଥ ଅଛନ୍ତି। କାରଣ ସେ ତାଙ୍କର ଦୁଇ ଭାଇଙ୍କଠାରୁ ଅଲଗା ସ୍ଥାନରେ ରୁହନ୍ତି। ଦିଲ୍ଲୀପ କୁମାରଙ୍କୁ ଏବେ ୯୭ ବର୍ଷ, ତାଙ୍କର ଦେଖାଶୁଣା କରୁଛନ୍ତି ପତ୍ନୀ ସାୟରା ବାନୋ। ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଓ ନିଜର ପ୍ରଶଂସକଙ୍କୁ ପୋଷ୍ଟ କରି ସବୁ କିଛି ସୂଚନା ଦେଇଥାନ୍ତି।