ନୂଆଦିଲ୍ଲୀ,୦୧/୦୮: ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ଏନେଇ ଅଗଷ୍ଟ ୭ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ତାରିଖ ନାମାଙ୍କନର ଶେଷ ତାରିଖ । ସେହିପରି ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୯ ତାରିଖ ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଏହାପରେ ଫଳାଫଳ ଘୋଷଣା ହେବ । 

କାର୍ଯ୍ୟକାଳ ଶେଷ ହେବାରୁ ପୂର୍ବରୁ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ହେବା ପରେ ଖାଲିପଡ଼ିଛି ପଦ । ତେଣୁ ଏହି ସାମ୍ବିଧାନିକ ପଦବୀ ପୂରଣ ପାଇଁ ନିର୍ବାଚନ ଆଯୋଗଙ୍କ ପକ୍ଷରୁ ସମୟ ସୂଚୀ ଜାରି ହୋଇଛି । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ମତଦାନ ପ୍ରକ୍ରିୟା ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିବ । ସେହି ଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ । ଜୁଲାଇ ୨୧ ତାରିଖରେ ସଂଧ୍ୟାରେ ଜଗଦୀପ ଧନଖଡ଼ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସେ ନିଜ ଏକ୍ସ ଆକାଉଣ୍ଟରେ ଇସ୍ତଫା ପତ୍ର ସେୟାର କରିଥିଲେ । ଏହା ପର୍ବରୁ ରାଷ୍ଟ୍ରପତି ଭବନ ଯାଉଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।