ପ୍ରମୁଖ ଖବର
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ଏହି ନେତାଙ୍କ ସହ ଡେଟିଂ କରିବାକୁ ଚାହାଁନ୍ତି କରୀନା, ଜାଣିବା ପରେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୨।୩: ବଲିଉଡର ଆଗଧାଡିର ଅଭିନେତ୍ରୀ କରିନା କପୁର ଖାନ ଜଣେ ରାଜନେତାଙ୍କ ସହ ଡେଟିଂରେ ଯିବାକୁ ଚାହୁଁଛନ୍ତି। ଆପଣମାନେ ଭାବୁଥିବେ ଏହା ଶୁଣିବା ପରେ ସୈଫ୍ ହୁଏତ ଖରାପ ଭାବି ପାରନ୍ତି। କିନ୍ତୁ ପ୍ରକୃତରେ କରିନା ନିଜେ ଏହି କଥା କହିଛନ୍ତି। ତେବେ ଏହା ଅଲଗା କଥା ଯେ କରିନା ଏହି କଥା ଏବେ କିମ୍ବା ସୈଫଙ୍କୁ ବିବାହ କରିବା ପରେ କହିନାହାଁନ୍ତି। ବରଂ କରିନାଙ୍କର ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହୋଇଛି। ଯେଉଁଥିରେ ସେ ରାହୁଲ ଗାନ୍ଧିଙ୍କ ସହ ଡେଟିଂ କରିବାକୁ ଚାହୁଁଛନ୍ତି। କିଛି ବର୍ଷ ପୂର୍ବେ ବଲିଉଡ ଅଭିନେତ୍ରୀ ସିମି ଗ୍ରେବାଲଙ୍କର ’ରେଣ୍ଡିଜଭୋସ୍ ଓ୍ବିଥ୍ ସେମି ଗ୍ରେବାଲ)କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ପ୍ରଶ୍ନ ଉତ୍ତରରେ ଏହା କହିଥିଲେ କରିନା।

wp:html /wp:html

ସେ ଏହି କାର୍ଯ୍ୟକ୍ରମରେ କହିଥିଲେ ତାଙ୍କୁ ଲାଗେ ରାହୁଲ ଜଣେ  ଚିତ୍ତାକର୍ଷକ ବ୍ୟକ୍ତି। ସେ ସବୁବେଳେ ଭାବନ୍ତି ରାହୁଲଙ୍କ ସହ କିଭଳି କଥା ହେବେ। କାରଣ ତାଙ୍କ ପରିବାର ଫିଲ୍ମ ଦୁନିଆର ହୋଇଥିବା ବେଳେ ରାହୁଲଙ୍କ ପରିବାର ରାଜନୈତିକ ପରିବାରର, ତେଣୁ ଦୁହିଁଙ୍କ ମଧ୍ୟରେ ଖୁବ୍ ଭଲ କଥା ଚର୍ଚା ହୋଇପାରେ। ଏଠାରେ ଉଲ୍ଳେଖନୀୟ ଯେ କରିନା ଏହି ଇଣ୍ଟରଭ୍ୟୁ ସେତେବେଳେ ଦେଇଥିଲେ ଯେବେ ଶାହିଦ କପୁରଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଯାଇଥିଲା। ଏବେ ଦେଖିବାର ଅଛି କରିନାଙ୍କ ଏହି ପୁରୁଣା ଭିଡିଓ ଭାଇରାଲ ହେବା ପରେ  ରାହୁଲ କ’ଣ ପ୍ରତିକ୍ରିୟା ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.