ଭୁବନେଶ୍ଵର, ୦୮/୧୦ : ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଚରଣ ଜେନା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ରମେଶଙ୍କ ଭୁବନେଶ୍ଵର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି। ଏହି ଚଢାଉରେ ୮ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।
ସୂଚନାନୁଯାୟୀ, ରମେଶ ଚରଣ ଜେନାଙ୍କ ଭୁବନେଶ୍ଵର କଳିଙ୍ଗନଗରରେ ଥିବା ଦୁଇ ମହଲା ଘର, ଗୋଠପାଟଣାରେ ଥିବା ୩ ମହଲା ଘର, ପୁରୀ ବାଣପୁରରେ ଥିବା ପୈତୃକ ଘର, ଟାଙ୍ଗୀରେ ଥିବା ସମ୍ପର୍କୀୟଙ୍କ ଘର, ନିରାକାରପୁରରେ ଥିବା ୨ ସମ୍ପର୍କୀୟଙ୍କ ଘର, ମାର୍କେଟ ବିଲ୍ଡିଂରେ ଥିବା ସରକାରୀ କ୍ଵାର୍ଟର ଏବଂ ଅଫିସରେ ଭିଜିଲାନ୍ସ ରେଡ୍ କରିଛି।