ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଡେପୁଟି ଟ୍ରାନ୍ସପୋର୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Published By : Harapriya Sethi | March 6, 2025 9:32 AM

ଭୁବନେଶ୍ୱର,୦୬/୦୩: କଟକ ଜିଲ୍ଲା STA ଡେପୁଟି କମିଶନର ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । ଗୁରୁବାର ସକାଳେ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ସମେତ ମୋଟ ୯ ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏହି ଚଢାଉରେ ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ଘରୁ ନଗତ ୧୫ ଲକ୍ଷ ଟଙ୍କା ସହ ୩ଟି ସୁନା ବିସ୍କୁଟ୍ ଏବଂ ବହୁ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ଟିମ୍‌ । 

ସୂଚନା ମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା STA ଡେପୁଟି କମିଶନର କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ ହେଉଛି । ଏନେଇ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢାଉ କରାଯାଉଛି । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସ୍‌ଏସ୍‌ପି, ୧୩ ଜଣ ଡିଏସ୍‌ଏସ୍‌ପି, ୧୨ ଜଣ ଇନିସ୍ପେକ୍ଟର, ୨୫ ଜଣ ଏଏସ୍‌ଆଇଙ୍କ ସମେତ କର୍ମିଚାରୀ ସାମିଲ ହୋଇଛନ୍ତି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ର ମୋଟ ୯ ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍‌ । 

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ଅଞ୍ଚଳର ଘର, ରଘୁନାଥପୁର ଅଞ୍ଚଳର ୪ ବିଏଚ୍‌କେ ଫ୍ଲାଟ୍‌, ନୟାଗଡ଼ ରଣପୁର ଅଞ୍ଚଳର କୁସୁପଲ୍ଲା ସ୍ଥିତ ଏକ ଫାର୍ମ ହାଉସ୍‌, ଭୁବନେଶ୍ୱର ଗୋବିନ୍ଦପ୍ରସାଦ ଅଞ୍ଚଳର ଏକ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧିନ ଘର, ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଏକ ଘର, ପୁରୀ ଟାଉନ୍‌ର ଭକ୍ତି ରତ୍ନ ଲେନ୍‌ ସ୍ଥିତ ସମ୍ପର୍କୀୟଙ୍କ ଘର, ସମ୍ପର୍କୀୟଙ୍କ ନାଁରେ ଥିବା ଭୁବନେଶ୍ୱର ମଳିପଡ଼ା ସ୍ଥିତ ଏକ ପେଟ୍ରୋଲ୍‌ ପମ୍ପ୍‌, ପୁରୀରେ ସମ୍ପର୍କୀୟଙ୍କ ନାଁରେ ଥିବା ନିର୍ମାଣାଧିନ ଘର ଏବଂ କଟକ ସ୍ଥିତ ଅଫିସ୍‌ରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.