୨ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଜିଆରଏସ

ପାଟଣା, ୩୦।୬ କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ନିରାକାର ମହାନ୍ତ ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟ ରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।
ନିରାକାର ଗୁରୁବାର ସନ୍ଧ୍ୟାରେ ତୁରୁମୁଙ୍ଗା ବଜାର ନିକଟରେ ଜବକାର୍ଡ ରେଜିଷ୍ଟ୍ରେସନ କରାଇ ଦେବା ପାଇଁ ଜଣେ ବ୍ୟକ୍ତି ଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ହାତରେ ସେ ଧରାପଡିଥିଲେ।