ପ୍ରମୂଖ ଖବର
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଫ୍ୟାନ୍ସଙ୍କୁ ଝଟକା, ୨୦୨୫ରେ ଅଭିନୟରୁ ବ୍ରେକ ନେଇ ବିକ୍ରାନ୍ତ ମେସୀଙ୍କ ଘୋଷଣା

Published By : Ankita S | December 2, 2024 11:55 AM

ମୁମ୍ବାଇ,୦୨/୧୨: ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରୀ ଆଗ ଧାଡିରେ ଅଛନ୍ତି ଅଭିନେତା ବିକ୍ରାନ୍ତ ମେସୀ । ଟୁଏଲ୍ଥ ଫେଲରେ ପ୍ରଶଂସା ସଉଁଟିଥିବା ବିକ୍ରାନ୍ତ ମେସୀ ବର୍ତ୍ତମାନ 'ଦ ସାବରମତି ରିପୋର୍ଟ'ରେ ଦମଦାର ଅଭିନୟ କରିଛନ୍ତି । ହେଲେ ବିକ୍ରାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ନିରାଶ କରିବା ପରି ଖବର ଆସିଛି । ମାତ୍ର ୩୭ ବର୍ଷ ବୟସରେ ଅଭିନୟରୁ ବ୍ରେକ୍ ନେଇ ସୂଚନା ଦେଇଛନ୍ତି ବିକ୍ରାନ୍ତ । ୨୦୨୫ରେ ଶେଷ ଥର ଫିଲ୍ମ କରିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ବିକ୍ରାନ୍ତ । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି ।

ଅଭିନେତା ଜଣଙ୍କ ଅଚାନକ କାହିଁକି ଏପରି ଖବର ପୋଷ୍ଟ କଲେ ଏହା ପଛରେ କଣ କାରଣ ଏହିପରି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନକୁ ଆସୁଛି । ଅଭିନୟରୁ ବ୍ରେକ ନେଇ ବିକ୍ରାନ୍ତ ମେସୀ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି, ସେ ବର୍ତ୍ତମାନ ଜଣେ ଭଲ ବାପା,ସ୍ବାମୀ ଏବଂ ପୁଅ ହେବା ଦିଗରେ ଫୋକସ କରୁଛନ୍ତି । ୨୦୨୫ରେ ଶେଷ ଥର ପାଇଁ ଦେଖା ହେବ । ଗତ କିଛି ବର୍ଷ ବହୁତ ଭଲ ଥିଲା । ତୁମମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ । ମୁଁ ଆଗକୁ ବଢିବା ସହ ଅନୁଭବ କଲି କି ଏବେ ସମୟ ଆସି ଯାଇଛି ନିଜକୁ ସମ୍ଭାଳିବାର । ଘରକୁ ଫେରିବାର ଅଛି । ଜଣେ ପିତା, ସ୍ବାମୀ, ପୁଅ ଏବଂ ଅଭିନେତା ହିସାବରେ । ୨୦୨୫ରେ ଶେଷ ଥର ପାଇଁ ଭେଟିବା । ଶେଷ ଦୁଇଟି ଫିଲ୍ମ ଏବଂ କିଛି ବର୍ଷ ସ୍ମୃତି ହୋଇ ରହିବ ।

ଟିଭିରୁ ଆରମ୍ଭ ହୋଇଥିଲା କ୍ୟାରିୟର- ବିକ୍ରାନ୍ତ ମେସୀଙ୍କ କ୍ୟାରିୟର କଥା ଯଦି କହିବା ସେ ଛୋଟ ପରଦାରୁ ଅଭିନୟ ଆରମ୍ଭ ହୋଇଥିଲା । ଟେଲିଭିଜନ ସିରିଏଲ ଧରମ ବୀର, ବାଲିକା ବଧୂ, କୁବୁଲ ହେରେ କାମ କରିଛନ୍ତି । ଟିଭିରେ ନାମ କମାଇବା ପରେ ବଲିଉଡରେ ଏଣ୍ଟ୍ରୀ ମାରିଥିଲେ ବିକ୍ରାନ୍ତ ।

ଦମଦାର ଥିଲା ଫିଲ୍ମ ଯାତ୍ରା- ୨୦୧୩ରେ ବଲିଉଡରେ ଡେବ୍ୟୁ କରିଥିଲେ ବିକ୍ରାନ୍ତ । 'ଲୁଟେରା' ତାଙ୍କ ପ୍ରଥମ ଫିଲ୍ମ । ଏହାପରେ ଦିଲ ଧଡକନେ ଦୋ, ଛପାକ ପରି ଫିଲ୍ମରେ ଅଭିନୟ ଯାଦୁ ଦେଖାଇଛନ୍ତି ବିକ୍ରାନ୍ତ । ଅଭିୟନରେ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ ।  ଏହାପରେ ଆଉ ପଛକୁ ଫେରି ଦେଖିନଥିଲେ । ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ୧୨ଥ ଫେଲ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଫିଲ୍ମ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.