ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସ୍ୱାଧୀନତାର ୭୮ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା,ବିଜୁଳି, ପାଣି

Published By : Suraj Kumar | February 9, 2025 8:35 PM

ମାଲକାନଗିରି,୯/୨(ଆପ୍ର): ସ୍ୱାଧୀନତା ର ୭୮ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ରାସ୍ତା,ବିଜୁଳି, ପାଣି। ଅନ୍ଧାର  ଦୂର ପାଇଁ ଡିବିରୀ ଭରସା । ଚୁଆ ପାଣିରେ ମେଣ୍ଟୁଛି ଶୋଷ । ଜମି ହିଡ଼ ସାଜିଛି ରାସ୍ତା।

ମାଲକାନଗିରି ବ୍ଳକ ଗୌଡ଼ଗୁଡା ପଞ୍ଚାୟତ କାଦବାହାଲ ଗାଁ ଶେଷ ମୁଣ୍ଡ ପଥର ପାହାଡ଼ ନିକଟରେ  ରହିଛି ସମରଥଗୁଡା ଗାଁ I ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଗ୍ରାମବାସୀ ଦୁର୍ବିଷହ ଜୀବନ ଅତିବାହିତ କରୁଛନ୍ତି । ଗାଁକୁ ସବୁଦିନିଆ ରାସ୍ତା ନଥିବା ରୁ ବିଲ ର ହିଡ଼ ଗାଁ ଲିଙ୍କ ଙ୍କ ପାଇଁ ସାଜିଛି ରାସ୍ତା ।  ଗାଁ ରେ ନଳକୂଅ ଟିଏ ନଥିବାରୁ କି ପାନୀୟଜଳ ପାଇଁ କେନାଲ କୂଳ ରେ ଚୁଆ ଖୋଳି ପାଣି ସଂଗ୍ରହ କରି ଥାନ୍ତି ଗାଁର ମହିଳା ମାନେ । ବିଦ୍ୟୁତ ସେବା ଆଜିପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ନାହିଁ I ବିଦ୍ୟୁତ ଆଲୋକ ନଥିବାରୁ ରାତିରେ ଡିବିରୀ ଆଲୁଅ ଓ କାଠ ନିଆଁ ଯୋଗାଇଥାଏ ଗ୍ରାମବାସୀଙ୍କୁ ଆଲୋକ।

ଏହି ଗାଁରେ ୧୦ଟି ପରିବାରର ୬୦ ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି ।  ସମସ୍ତ ପରିବାର କୁଲିମଜୁରି କରିବା ସହ ଜଙ୍ଗଲ ରୁ କାଠ ଓ କେନାଲ ରୁ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି । ଗାଁରେ ଆଜିପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରି ନାହିଁ I ଯାତାୟତ ପାଇଁ ମାଟି ରାସ୍ତା ଟିଏ ମଧ୍ଯ ନାହିଁ । ବିଦ୍ୟୁତ ସେବା, ପାନୀୟଜଳ ବ୍ୟବସ୍ଥା ନାହିଁ । ଖରାଦିନେ କେନାଲହୁଡ଼ା ଓ ଜମି ହିଡ଼ ଦେଇ ଯାତାୟତ କରିବାକୁ ପଡୁଛି। କିନ୍ତୁ ବର୍ଷା ଦିନେ ଅଣ୍ଟୁଏ ଲେଖା କାଦୁଅ ପାଣିହେଉ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତା ନଥିବାରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନି। ନଳକୂଅ ନଥୁବାରୁ ଗ୍ରାମବାସୀ କେନାଲ ଓ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ରାସ୍ତା ନଥିବାରୁ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ପଡ଼ୁଛି । ଗତ ୨୨ବର୍ଷ ତଳେ ବଣଜଙ୍ଗଲ ସଫା କରି କେତେକ ଆଦିବାସୀ ଲୋକ ଏଠାରେ ଗାଁ ବସାଇଥିଲେ। ସେମାନେ ଭାବିଥିଲେ ସରକାରଙ୍କ ପକ୍ଷରୁ ରାସ୍ତା, ବିଦ୍ୟୁତସେବା, ପାନୀୟଜଳ, ପ୍ରଧାନମନ୍ତ୍ରୀ ଆବାସଗୃହ ମିଳିବ,ହେଲେ ସରକାରୀ ଯୋଜନା ଲୋକଙ୍କ ପାଇଁ ସାତ ସପନ ପାଲଟିଛି।

ବିଲ ହିଡ଼ ଓ କାଦୁଅ ରାସ୍ତା ରେ ବିପଦ ସଂକୁଳ ଅବସ୍ଥା ରେ  ଦୁଇ କିଲୋମିଟର କଦବାହାଲ କୁ  ଚାଲି ଚାଲି ଯାଇ ଛୋଟ ପିଲା ମାନେ ସ୍କୁଲ ଓ ଅଙ୍ଗନୱାର୍ଡ  ରେ ପାଠ ପଢିଥାନ୍ତି। ଗାଁ କୁ ଭଲ ରାସ୍ତା ଟିଏ ନଥିବାରୁ ଅନେକ ପିଲା ସ୍କୁଲ କୁ ନଯାଇ ଗାଇ ଚରାଇ ଥାନ୍ତି। ୫ ବର୍ଷରେ ଥରେ ନେତାମାନେ ଗାଁକୁ ଆସି ଭୋଟ ମାଗୁଛନ୍ତି । ସମସ୍ତ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। ଜିଣିଗଲା ପରେ ଗାଁ କଥା ଭୁଲି ଯାଉଛନ୍ତି। ତୁରନ୍ତ ଗାଁର ମୌଳିକ ସମସ୍ୟା ଦୂର କରା ନଗଲେ ଆଗମୀ ଦିନରେ ରାଜ ରାସ୍ତା ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଗାଁର ତ୍ରିନାଥ ସମରଥ, ଅର୍ଜୁନ ସମରଥ, ରାମଚନ୍ଦ୍ର ସମରଥ, ଲବି ସମରଥ, ଶ୍ୟାମସୁନ୍ଦର ସମଉଥ, ଶଙ୍କର ସମରଥ ପ୍ରମୁଖଙ୍କ ସହ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.