ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ଭୁବନେଶ୍ୱର ପଲ୍ୟୁସନ କଣ୍ଟ୍ରୋଲ କାର୍ଯ୍ୟାଳୟକୁ ଯାଉଥିଲେ ଗ୍ରାମବାସୀ, ବାଟ ଓଗାଳିଲା ପୁଲିସ... ଘଟଣା ସ୍ଥଳରେ ଉତ୍ତେଜନା

Published By : Rasmita Pradhan | August 5, 2025 3:15 PM

ବେଲବାହାଳୀ, ୫/୮ : ଭୁବନେଶ୍ୱର ପଲ୍ୟୁସନ କଣ୍ଟ୍ରୋଲ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଶତାଧିକ ଗ୍ରାମବାସୀ ପୁଲିସ ଦ୍ୱାରା ଅଟକ। ଘଟଣା ସ୍ଥଳରେ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡା ଓ ଧାତିକା ଏହି ଦୁଇଟି ଗାଁର ଗ୍ରାମବାସୀଙ୍କୁ ରାମଚନ୍ଦ୍ରପୁର ଥାନା ହସନପୁର ଟୋଲ ପ୍ଲାଜ଼ା ନିକଟରେ ପୁଲିସ ଅଟକ ରଖିଥିଲା। ଘଟଣା ସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ପୁଲିସ ପଳାଇଥିଲା।

ସୂଚନାନୁଯାୟୀ, ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡା ଓ ଧାତିକା ଗାଁରେ ଏସଆର ମିନିମେଟ ନାମକ କମ୍ପାନୀ ନିଜର ଫ୍ୟାକ୍ଟ୍ରି ବସାଇବାକୁ ନେଇ ଜନଶୁଣାଣି କରିଥିଲା। ତେବେ ଏହି ଜନଶୁଣାଣି ମିଛ ବୋଲି ଅଭିଯୋଗ କରି ଶତାଧିକ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆଜି ଦୁଇଟି ବସ୍‌ରେ ୧୫୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଭୁବନେଶ୍ୱର ପଲ୍ୟୁସନ କଣ୍ଟ୍ରୋଲ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ସେମାନଙ୍କୁ ୨୦ନଂ ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ହସନପୁର ଟୋଲ ପ୍ଲାଜ଼ା ନିକଟରେ ପୁଲିସ ଅଟକାଇ ଥିଲା। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ପୁଲିସ ପଳାଇଥିଲା। ତେବେ ଗ୍ରାମବାସୀଙ୍କୁ ଅଟକ ରଖିବାକୁ କିଏ କହିଥିଲା ନା ପୁଲିସ ଆପେ ଅଟକାଇଥିଲା ତାର କୌଣସି ସ୍ପଷ୍ଟତା ମିଳି ପାରିନାହିଁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.