ନୂଆଦିଲ୍ଲୀ,୧୫।୧୨: ୨୦ ଦିନ ଧରି ଆମରଣ ଅନଶନରେ ବସିଛନ୍ତି କୃଷକ ନେତା ଜଗଜିତ ସିଂହ ଡଲ୍ଲେଭାଲ। ତାଙ୍କୁ ଭେଟିବାକୁ ରବିବାର ପୂର୍ବତନ ମହିଳା ରେସଲର ଓ କଂଗ୍ରେସ ନେତା ଭିନେଶ ଫୋଗାଟ ଖନୌରି ବର୍ଡନରେ ପହଁଞ୍ଚିଛନ୍ତି। ଭିନେଶ ଏହି ସମୟରେ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କୃଷକଙ୍କୁ ଦିଲ୍ଲୀ ଯିବାକୁ ରୋକିବା ନେଇ ଭିନେଶ କହିଛନ୍ତି , କୃଷକଙ୍କ ତୃତୀୟ ଚେଷ୍ଟାକୁ ସରକାର ନିଜର ଅତ୍ୟାଚାର ଯୋଗେ ବିଫଳ କରିଛନ୍ତି। ୧୦୧ କୃଷକଙ୍କ ଏକ ଦଳକୁ ଦିଲ୍ଲୀ ଯିବାକୁ ରୋକାଯାଉଛି। ତାଙ୍କ ଉପରେ ଲୁହବୁହା ଗ୍ୟାସ୍, ପାଣି ମାଡ କରାଯାଉଛି। ଦେଶରେ ଏମର୍ଜେନ୍ସିଂ ଭଳି ପରିସ୍ଥିତି। କୃଷକ ଆଜି ନିଜର ହକ୍ ମାଗୁଛନ୍ତି, ଯାହାଫଳରେ ତାଙ୍କୁ ଦୀର୍ଘ ସମୟ ଧରି ସଂଘର୍ଷ କରିବାକୁ ପଡୁଛି। କୃଷକଙ୍କୁ ଏମ୍ଏସ୍ପି ମିଳୁନି। ସରକାର କାନ ବନ୍ଦ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜାଣିଶୁଣି ପ୍ରତ୍ୟେକ କୃଷକଙ୍କୁ ଉପେକ୍ଷା କରୁଛନ୍ତି।
ଭିନେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ବଡ଼ ବଡ଼ ଭାଷଣ ହେଉଛନ୍ତି। କାଲି ମଧ୍ୟ ସେ ସଂସଦର ଭାଷଣରେ କହିଥିଲେ, କିନ୍ତୁ ଏବେ ଭାଷଣ ଦେବାକୁ ଛାଡି ଆଉ କିଛି କରିବାକୁ ହେବ। ଆମେ ଯେତେ ଲୋକ ରହିଛୁ ଆମର କଥା ଶୁଣାଯାଉଡ଼ି। ଆମ ସମସ୍ତଙ୍କୁ ଏହା ଦେଖିବାକୁ ଆଗକୁ ଆସିବା ଦରକାର ହେବ, ଆମକୁ ଏକଜୁଟ ହେବାକୁ ପଡିବ। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ନିଜର କାନ ବନ୍ଦ କରିଦେଇଛନ୍ତି। କୃଷକ ଓ ଶ୍ରମିକଙ୍କୁ ବଞ୍ଚାଇବାକୁ ହେଲେ ଏହି ଆନ୍ଦୋଳେ ସବୁ ବର୍ଗର ଲୋକ ସାମିଲ ହେବା ଦରକାର।