ଭୁବନେଶ୍ଵର, ୦୯/୦୫ : ରାଜଧାନୀ ପୁଣି ଅଶାନ୍ତ। ଭୁବନେଶ୍ଵର ରାଜରାସ୍ତାରେ ବୁଲିଲା ଖଣ୍ଡା। ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ୍। ଛାଡ଼ିଗଲାଣି ଡର ଭୟ, ପୁଲିସ ପାଟ୍ରୋଲିଂକୁ ବି ଖାତିର ନାହିଁ। କ୍ୟାପିଟାଲ୍ ଥାନା କେଦାରପଲ୍ଲୀ ବସ୍ତିରେ ପୂର୍ବ ଶତ୍ରୁତାକୁ ନେଇ ହଣାକଟା। ଗୋଡ଼େଇ ଗୋଡ଼େଇ ହାଣିଲେ ଏକାଧିକ ଦୁର୍ବୃତ୍ତ। ସ୍ଥାନୀୟ ଏକ ଦୋକାନର ସିସିଟିଭିରେ ଏହି ଘଟଣା ବେଳରେ ଦୃଶ୍ୟ କଏଦ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସୂଚନାନୁଯାୟୀ, କ୍ୟାପିଟାଲ୍ ଥାନା କେଦାରପଲ୍ଲୀ ବସ୍ତିରେ ପୂର୍ବ ଶତ୍ରୁତାକୁ ନେଇ ହଣାକଟା ହୋଇଛି। ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଫଳରେ ଯୁବକ ଜଣଙ୍କ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ କରୁଛି। ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ଏହି ଖବରଟିକୁ ପଢନ୍ତୁ- ଓମ୍ଙ୍କ ମୁହଁରେ ବାଲିଅନ୍ତା ବର୍ବରତାର ପୁରା ଘଟଣା : ସୌମ୍ୟଙ୍କୁ ବାତ ମାରିଥିଲା, ସେ ବାଉଳି ହେଉଥିଲେ, ପୁଲିସ ଆଗରେ ସମସ୍ତେ ପିଟିଥିଲେ...