ନୂଆଦିଲ୍ଲୀ, ୧୧/୩ : କୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସା ମୁସଲିମ ଯୁବକଙ୍କୁ ବିବାହ କରିବା ପରେ ଚର୍ଚ୍ଚା ଜୋର ଧରିଛି । ଲଭ୍ ଜିହାଦ ନେଇ ମଧ୍ୟ ଅଭିଯୋଗ ଆସିଛି । ପୁଲିସରେ ଅଭିଯୋଗ ହେବା ପରେ ତାଙ୍କୁ ସୁରକ୍ଷା ଦିଆଯାଇଛି । ପରିବାର ଲୋକେ ତାଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏବେ ପ୍ରଥମେ ମୋନାଲିସାଙ୍କୁ ସୁଯୋଗ ଦେଇଥିବା ସନୋଜ ମିଶ୍ରା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସନାଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଦାବି କରିଛନ୍ତି କି, ଅଭିନେତ୍ରୀ ଜଣକ ଲଭ୍ ଜିହାଦର ଶିକାର ହୋଇଛନ୍ତି । ସେ ପରିବାର ବିରୋଧରେ ଯାଇ ବିବାହ କରିଛନ୍ତି । ଏହା ଏକ ଷଡ଼ଯନ୍ତ୍ର । ପ୍ରେମ ନୁହେଁ ବରଂ ସେ ପ୍ରଲୋଭନରେ ବିବାହ କରିଛନ୍ତି । ଏହାସହ ସେ ଲେଖିଛନ୍ତି କି, ଆଜି ମଧ୍ୟ ମୋନାଲିସା ଖବରରେ ଅଛନ୍ତି । ସେ ଭାଇରାଲ ହେବା ପରେ ମୁଁ ତାଙ୍କୁ ଆଣି ତାଲିମ ଦେଇଥିଲି । ଆଉ ସୁଯୋଗ ଦେଇଥିଲି । ଦେଶ ଏବଂ ବିଶ୍ବ ଏହାକୁ ସମର୍ଥନ ଜଣାଇଥିଲା । ମାତ୍ର ମୋତେ ଚକ୍ରାନ୍ତ କରି ଜେଲ ପଠାଯାଇଥିଲା । ମୁଁ ଜେଲରେ ରହି ଫିଲ୍ମ ଲେଖିଥିଲି । ମୁଁ ଫିଲ୍ମ ସମ୍ପୂର୍ଣ୍ଣ କରିପାରିବି ନାହିଁ ବୋଲି ମଧ୍ୟ ମୋତେ ସମାଲୋଚନା କରିଥିବା ଲୋକେ ଜବାବ ପାଇଛନ୍ତି ।
ଏହାସହ ମୋନାଲିସାଙ୍କୁ ନେଇ କହିଛନ୍ତି କି, ସେ ମୋ ନଜରରେ ତଳକୁ ଖସିଗଲେ । ମୁଁ ମୋନାଲିସାଙ୍କୁ ଗଙ୍ଗା ଭଳି ପବିତ୍ର ଭାବିଥିଲି । ତାଙ୍କ ଜୀବନ ଏତେ ସହଜ ନଥିଲା । ପରିବାରକୁ ନେଇ ଅନେକ ସମୟରେ ମଧ୍ୟ ଚିନ୍ତିତ ରହୁଥିଲେ । ସେଲିବ୍ରିଟି ହେବା ପରେ ତାଙ୍କ ହାବଭାବ ବଦଳି ଯାଇଛି । ତାଙ୍କ ମ୍ୟାନେଜର ଦଲାଲ ହୋଇ ଏଭଳି କରିଥିବା ଅଭିଯୋଗ କରିଛନ୍ତି । ସେ ବିକ୍ରି ହୋଇଯାଇଥିବା ଧ୍ୟ କହିଛନ୍ତି । ତାଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ମ୍ୟାନେଜର ରଖିଥିଲି । କିନ୍ତୁ ସେ ଦଲାଲ ପାଲଟିଗଲା ବୋଲି ମଧ୍ୟ ଅଭିଯୋଗ ଜଣାଇଛନ୍ତି ।
ଏହାସହ ପଢ଼ନ୍ତୁ : ଅଲଗା ଧର୍ମର ଯୁବକଙ୍କୁ ବାହାହେଲେ ଭାଇରାଲ ଗାର୍ଲ ମୋନାଲିସା, ସୁରକ୍ଷା ପାଇଁ ନେଲେ ଆଇନର ଆଶ୍ରୟ