ନୂଆଦିଲ୍ଲୀ, ୧୧/୩ : କୁମ୍ଭମେଳାରେ ହୋଇଥିଲେ ଭାଇରାଲ । ନୀଳ ନୟନାଙ୍କୁ ନେଇ ଗଣମାଧ୍ୟମରେ ହୋଇଥିଲା ହେଡଲାଇନ୍ । ଭାଇରାଲ ହେବା ପରେ ମିଳିଥିଲା ସିନେମାରୁ ମଧ୍ୟ ଅଫର୍ । ଏକଦା ବେଶ ଚର୍ଚ୍ଚାରେ ରହିଥିବା ଭାଇରାଲ ଗାର୍ଲ ମୋନାଲିସା ଏବେ ପୁଣି ଏକ ଘଟଣା ପାଇଁ ପାଲଟିଛନ୍ତି ଶିରୋନାମା । ସେ ପ୍ରେମିକ ଫରମାନଙ୍କୁ ବାହା ହୋଇଛନ୍ତି । ପରିବାର ଲୋକେ ଏହାକୁ ବିରୋଧ କରୁଥିବାବେଳେ ସେ ସୁରକ୍ଷା ପାଇଁ କେରଳମର ତିରୁବନ୍ତପୁରମର ଥାମ୍ପାନୁର ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି ।
ଫେସବୁକରେ ଉଭୟ ପ୍ରଥମେ ପରିଚୟ ହୋଇଥିଲେ । ଏହାପରେ ସେମାନେ ପ୍ରେମରେ ପଡ଼ିଥିଲେ । ଦେଢ଼ବର୍ଷ ହେବ ସେମାନେ ସମ୍ପର୍କ ରହିଛନ୍ତି । ଏବେ ସେମାନେ ବିବାହ କରିଛନ୍ତି । ମୁସଲମାନ ଯୁବକଙ୍କୁ ବିବାହ କରିଥିବାବେଳେ ମୋନାଲିସାଙ୍କ ପରିବାର ଏହାକୁ ବିରୋଧ କରିଛନ୍ତି । ଘରେ ଭର୍ତ୍ତି କରିବାକୁ ମଧ୍ୟ ସେମାନେ ରାଜି ନଥିବା ପୁଲିସ ଆଗରେ କହିଛନ୍ତି । ତେବେ ପୁଲିସ ଉଭୟଙ୍କ କାଗଜପତ୍ର ଯାଞ୍ଚ କରିଥିବାବେଳେ ସେମାନେ ପ୍ରାପ୍ତ ବୟସ୍କ ହୋଇଥିବା ଜଣା ପଡ଼ିଥିଲା ।
ସେପଟେ ପୁଲିସ ଥାନାକୁ ମୋନାଲିସାଙ୍କ ବାପାଙ୍କୁ ଡକାଇଥିଲେ । ସେମାନେ ପ୍ରାପ୍ତ ବୟସ୍କ ହୋଇଥିବାରୁ ଏକାଠି ରହିବା ପାଇଁ ମଧ୍ୟ ଅନୁମତି ଦେଇଥିଲେ । ଫରହାନଙ୍କ ସହ ଯାଇଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଦାବି କରିଛନ୍ତି । ପରିବାର ଲୋକେ ମାରି ଦେବାକୁ ଧମକ ଦେଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ତେବେ ସେମାନଙ୍କୁ ସୁରକ୍ଷା ଦେବାକୁ ପୁଲିସ ପକ୍ଷରୁ ପ୍ରତିଶୃତି ମଧ୍ୟ ଦିଆଯାଇଛି ।
କହି ରଖୁଛୁ କି, ମୋନାଲିସା ୨୦୨୫ କୁମ୍ଭମେଳା ସମୟରେ ବେଶ ଭାଇରାଲ ହୋଇଥିଲେ । ତାଙ୍କର ନୀଳ-ବାଦାମୀ ରଙ୍ଗର ଆଖ ପାଇଁ ବେଶ ଭାଇରାଲ ହୋଇଥିଲେ । ସେ ମେଳାରେ ମାଳା ବିକୁଥିଲେ ଆଉ ତାଙ୍କୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ଏହାପରେ ତାଙ୍କୁ ଦି ଡାଏରୀ ଅଫ୍ ମଣିପୁର ଫିଲ୍ମରେ ଅଫର ମଧ୍ୟ ମିଳିଥିଲା । କିନ୍ତୁ ବିବାଦ କାରଣରୁ ଏହି ଫିଲ୍ମଟି ରିଲିଜ୍ ହୋଇପାରିନଥିଲା । ଏହାସହ ଏବେ ମଡେଲିଂ ସହ ବିଭିନ୍ନ ବ୍ରାଣ୍ଡ ପାଇଁ ମଧ୍ୟ କାମ କରୁଛନ୍ତି ମୋନାଲିସା ।
ଏହାସହ ପଢ଼ନ୍ତୁ : ୧୮ କୋଟିରେ କିଣିଲା କୋଲକାତା, ଏବେ ଖେଳି ନପାରନ୍ତି ଏହି ଖେଳାଳି