PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ପାକିସ୍ତାନୀ ସାମ୍ବାଦିକ ଭାରତକୁ ଦେଲେ ଧମକ, ହସି ହସି ଗଡିଲେ ଭାରତୀୟ

ନୁଆଦିଲ୍ଲୀ ୨୪/୨: ଭାରତର ଆକ୍ସନର ପ୍ରଭାବ ଦେଖିବାକୁ ମିଳିଛି । ପାକିସ୍ତାନ ଏବେ ଏହାର ପରିଣାମ ଭୋଗୁଛି । ଏବେ ପାକିସ୍ତାନବାସୀଙ୍କ ପାଇଁ ଟମାଟୋ କିଣିବା ମଧ୍ୟ କଷ୍ଟକର ହୋଇପଡିଲାଣି । ତଥାପି ପାକିସ୍ତାନର ମୁହଁ ଭାଙ୍ଗୁନି । ଆପଣ ତ ଶୁଣିଥିବେ ‘ମୁହଁ ଇସ୍ପାତ, ଦେହ ସନିପାତ…’ । ଏଠାରେ ଜଣେ ସାମ୍ବାଦିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ସେ ଭାରତକୁ ଧମକ ଦେଉଛନ୍ତି । କିନ୍ତୁ ପାକିସ୍ତାନୀ ସାମ୍ବାଦିକଙ୍କ ଏହି ଧମକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ତାଙ୍କର ମଜା ଉଡାଇଛନ୍ତି । ଏହି ସାମ୍ବାଦିକଙ୍କ ନାଁ ହେଉଛି କେସର ଖୋଖର । ଖୋଖର ପାକିସ୍ତାନୀ ଟିଭି ଚ୍ଯାନେଲ ୨୪ର ସିନିୟର ରିପୋର୍ଟର ।  ଏହି ଚ୍ୟାନେଲ୍ ଲାହୋରରେ ସ୍ଥିତ ।

ଏହି ଭାଇରାଲ ଭିଡିଓରେ ସାମ୍ବାଦିକ ଜଣକ ଭାରତକୁ ଧମକ ଦେଉଛନ୍ତି । ସେ ଭାରତ ଦ୍ୱାରା ଟମାଟର ରପ୍ତାନୀ କରାନଯିବାରୁ କ୍ରୋଧରେ ଜର୍ଜରିତ ହେଉଛନ୍ତି ।

ସେ କହିଛନ୍ତି ଯେ ପାକିସ୍ତାନ ଟମାଟୋର ଜବାବ ପରମାଣୁରେ ଦେବ । ପାକିସ୍ତାନ ଏକ ଶକ୍ତିଶାଳୀ ରାଷ୍ଟ୍ର । ଏବଂ ସେ ଆଟମ ବମକୁ ଡ୍ରଇଂ ରୁମରେ ସଜାଇ ରଖିବାପାଇଁ ନୁହେଁ ବରଂ ଭାରତ ଉପରେ ଆକ୍ରମଣ କରିବା ପାଇଁ ରଖିଛନ୍ତି । ତେବେ ତାଙ୍କର ଏହି ଭିଡିଓକୁ ଟ୍ରୋଲ କରିବା ସହିତ ମଜାଳିଆ ପ୍ରତିକ୍ରିୟା ରଖିଛନ୍ତି ଯୁଜର୍ସ ।

ସମ୍ବନ୍ଧିତ ଖବର