ନୂଆଦିଲ୍ଲୀ : କୁହାଯାଏ ଯେ, ଯେବେ ପେଟର ଭୋକ ଓ କାନ୍ଧ ଉପରେ ପରିବାରର ଦାୟିତ୍ୱ ବୋଝ ଥିବ , ତ ଶରୀର ଯନ୍ତ୍ରଣା ମଧ୍ୟ ଛୋଟ ପଡ଼ି ଯାଏ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ଏହିସବୁ କଥାକୁ ସତ କରି ଦେଇଛି। ୩୧ ସେକେଣ୍ଡର ଏହି ଭିଡ଼ିଓ କ୍ଲିପ୍ରେ ଜଣେ ବ୍ୟକ୍ତିଙ୍କୁ ଦେଖି ପାରିବେ, ଯିଏ ନିଜର ଗୁରୁତର ଭାବେ ଆହତ ହୋଇଥିବା ସତ୍ତ୍ୱେ ରାସ୍ତାରେ ଅଟୋ ଚଲାଉ ଥିବାର ନଜର ଆସୁଛି।

ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି, ଅଟୋ ଚାଳକଙ୍କ ଡାହାଣ ହାତରେ କାନ୍ଧ ଠାରୁ କହୁଣୀ ଯାଏ ଏକ ବାହ୍ୟ ମେକାନିକାଲ ରଡ୍ ଲାଗିଛି, ଯାହା ସାଧାରଣତଃ ଗୁରୁତର ରୂପେ ଫ୍ରାକ୍ଚର ପରେ ହାଡ଼ ଗୁଡ଼ିକୁ ଯୋଡ଼ିବା ପାଇଁ ଲଗାଯାଏ। କିନ୍ତୁ ଏତେ ଅସୁବିଧା ସ୍ଥିତିରେ ମଧ୍ୟ ବ୍ୟକ୍ତି ଜଣଙ୍କ ନିଜ ପରିବାର ପାଇଁ ଅଟୋ ଚଲାଉଛନ୍ତି।

ହେଲେ , ଏହି ଭିଡ଼ିଓ କେବେ ଓ କେଉଁଠି ରେକର୍ଡ କରାଯାଇଛି, ଏହାର ସ୍ପଷ୍ଟ ଏବେ ହୋଇ ପାରି ନାହିଁ, କିନ୍ତୁ ସୋସିଆଲ ମିଡ଼ିଆର ପ୍ରତି ପ୍ଲାଟଫର୍ମରେ ଏହାକୁ ମଜବୁତ ଓ ସାହସର ଉଦାହରଣ ଭାବେ ସେୟାର କରାଯାଉଛି। ଲୋକେ ଏହି ବ୍ୟକ୍ତିଙ୍କ ଭାବନାକୁ ସଲାମ କରୁଛନ୍ତି ଏବଂ କହୁଛନ୍ତି ଯେ, ବାସ୍ତବ ବିରତ୍ୱ ଯୁଦ୍ଧ ମୈଦାନରେ ନୁହେଁ, ବରଂ ଜୀବନର ଏହି ଛୋଟ ଛୋଟ ଚ୍ୟାଲେଞ୍ଜକୁ ହସି ହସି ଅତିକ୍ରମ କରିବାରେ ଅଛି ।

ଉକ୍ତ ଭିଡ଼ିଓଟି ଏକ୍ସରେ @gharkekalesh ନାମକ ହ୍ୟାଣ୍ଡଲରୁ ସେୟାର କରାଯାଇଛି,ଯାହା ପର ଠାରୁ କମେଣ୍ଟର ବନ୍ୟା ଛୁଟିଛି। ଏହି ଭିଡ଼ିଓକୁ ଦେଖି ନେଟିଜନ୍ସ ଖୁବ୍ ଭାବୁକ ହୋଇ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର କମେଣ୍ଟ କରିଛନ୍ତି , ସମାଜରେ ଏମିତି ଅଗଣିତ ଲୁକାୟିତ ନାୟକ ଅଛନ୍ତି , ଯିଏ ବିନା କୌଣସି ଅଭିଯୋଗରେ ପ୍ରତିଦିନ ନିଜ ପରିବାର ପାଇଁ ଯୁଦ୍ଧ ଲଢୁଛନ୍ତି। ଆଉ ଜଣେ କହିଛନ୍ତି , ସେ ମର୍ଦ ପରିବାର ପାଇ ଦର୍ଦ ମଧ୍ୟ ସହିବେ।

ଆହୁରି ମଧ୍ୟ ପଢନ୍ତୁ : ଇଚ୍ଛାମୃତ୍ୟୁ ପାଇଁ ଏମ୍ସରେ ହରିଶ ରାଣାଙ୍କ ଖାଦ୍ୟ ବନ୍ଦ , କାଲି ଠାରୁ ଦିଆଯିବ ନାହିଁ ପାଣି