ନୂଆଦିଲ୍ଲୀ,୩୦/୦୫:  ବିରାଟ କୋହଲି ଆଉ ୫୮ ରନ୍‌  କଲେ ଆଇପିଏଲରେ ଏକ ରେକର୍ଡର  ଅଧିକାରୀ ହେବେ । କ୍ରମାନ୍ୱୟରେ ୩ଟି ସିଜନରେ ସର୍ବାଧିକ ସ୍କୋର କରିବା ତାଲିକାରେ ଡେଭିଡ ୱାର୍ଣ୍ଣର ପ୍ରଥମ,  କ୍ରିସ ଗେଲ ଦ୍ୱିତୀୟ ଏବଂ କୋହଲି  ତୃତୀୟ ସ୍ଥାନରେ ରହିଛନ୍ତି । 

ୱାର୍ଣ୍ଣର ୨୦୧୫, ୨୦୧୬ ଓ  ୨୦୧୭ରେ (୫୬୨, ୮୪୮, ୬୪୧  ରନ୍‌) ମୋଟ୍‌ ୨୦୫୧ ରନ୍‌ ଏବଂ ଗେଲ୍‌  ୨୦୧୧, ୨୦୧୨ ଓ ୨୦୧୩ (୬୦୮,  ୭୩୩, ୭୦୮) ମୋଟ ୨୦୪୯ ରନ୍‌  କରିଥିଲେ । କୋହଲି ୨୦୨୩ରେ  ୬୩୯ ରନ, ୨୦୨୪ରେ ୭୪୧ ରନ୍‌ ଓ ୨୦୨୫ରେ ୬୧୪ ରନ୍‌ ଏପରି ମୋଟ୍‌  ୧୯୯୪ ରନ୍‌ କରି ସାରିଲେଣି । ଯଦି ସେ ଫାଇନାଲରେ ୫୮ ରନ୍‌ କରିବାରେ ସଫଳ ହୁଅନ୍ତି ତେବେ ଗେଲ ଓ  ୱାର୍ଣ୍ଣରଙ୍କୁ ପଛରେ ପକାଇ ପାରିବେ ।