ନୂଆଦିଲ୍ଲୀ,୩୦/୦୫: ବିରାଟ କୋହଲି ଆଉ ୫୮ ରନ୍ କଲେ ଆଇପିଏଲରେ ଏକ ରେକର୍ଡର ଅଧିକାରୀ ହେବେ । କ୍ରମାନ୍ୱୟରେ ୩ଟି ସିଜନରେ ସର୍ବାଧିକ ସ୍କୋର କରିବା ତାଲିକାରେ ଡେଭିଡ ୱାର୍ଣ୍ଣର ପ୍ରଥମ, କ୍ରିସ ଗେଲ ଦ୍ୱିତୀୟ ଏବଂ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି ।
ୱାର୍ଣ୍ଣର ୨୦୧୫, ୨୦୧୬ ଓ ୨୦୧୭ରେ (୫୬୨, ୮୪୮, ୬୪୧ ରନ୍) ମୋଟ୍ ୨୦୫୧ ରନ୍ ଏବଂ ଗେଲ୍ ୨୦୧୧, ୨୦୧୨ ଓ ୨୦୧୩ (୬୦୮, ୭୩୩, ୭୦୮) ମୋଟ ୨୦୪୯ ରନ୍ କରିଥିଲେ । କୋହଲି ୨୦୨୩ରେ ୬୩୯ ରନ, ୨୦୨୪ରେ ୭୪୧ ରନ୍ ଓ ୨୦୨୫ରେ ୬୧୪ ରନ୍ ଏପରି ମୋଟ୍ ୧୯୯୪ ରନ୍ କରି ସାରିଲେଣି । ଯଦି ସେ ଫାଇନାଲରେ ୫୮ ରନ୍ କରିବାରେ ସଫଳ ହୁଅନ୍ତି ତେବେ ଗେଲ ଓ ୱାର୍ଣ୍ଣରଙ୍କୁ ପଛରେ ପକାଇ ପାରିବେ ।