ନୂଆଦିଲ୍ଲୀ: ଲଣ୍ଡନରୁ ପୁଣି ଭାରତକୁ ସିଫ୍ଟ୍ ହେବେ କି ବିରୁଷ୍କା ? ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ବଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ଖବରର ଶିରୋନାମା ପାଲଟିଛନ୍ତି । ଲଣ୍ଡନରେ ରହୁଥିବା ଏହି ଷ୍ଟାର ଦମ୍ପତି ପୁଣିଥରେ ଭାରତକୁ ହେବେ କି ସିଫ୍ଟ୍ ? ଏବେ ଏମିତି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ମୁମ୍ବାଇରେ ଏକ ଆଲିଶାନ୍ ଆପାର୍ଟମେଣ୍ଟ କିଣିଛନ୍ତି ଏହି ଦମ୍ପତି । ଦାମୀ ଆପାର୍ଟମେଣ୍ଟ କିଣିଥିବାବେଳେ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ସୋବା ଅଞ୍ଚଳରେ ୧୮.୨୯ କୋଟି ଟଙ୍କାର ଆପାର୍ଟମେଣ୍ଟ କିଣିଛନ୍ତି । ଏକ ପ୍ରିମିୟମ ପ୍ରୋଜେକ୍ଟର ଆପାର୍ଟମେଣ୍ଟ କିଣିଛନ୍ତି । ଜୁଲାଇ ୨୧ ତାରିଖରେ ଏହି ସମ୍ପତ୍ତିଟି ପଞ୍ଜିକୃତ ହୋଇଛି । ଯାହାକି ଉଭୟ ଅନୁଷ୍କା ଏବଂ ବିରାଟଙ୍କ ନାମରେ ରହିଥିବା କୁହାଯାଉଛି । ନିଜ ଛୁଆଙ୍କୁ ଗଣମାଧ୍ୟମଠାରୁ ଦୂରରେ ରଖିବା ଏବଂ ବିଭିନ୍ନ ଚର୍ଚ୍ଚାରୁ ବାହାରେ ରଖିବା ପାଇଁ ଲଣ୍ଡନକୁ ସିଫ୍ଟ ହୋଇଥିବା କୁହାଯାଉଛି । ତେବେ ପୁଣିଥରେ ଭାରତକୁ ଫେରିବାକୁ ଯୋଜନା କରୁଛନ୍ତି କି ଯେଉଁ କାରଣରୁ ଏଭଳି ଏକ ଦାମୀ ଆପାର୍ଟମେଣ୍ଟ କିଣିଥିବା ମଧ୍ୟ କୁହାଯାଉଛି । ମାତ୍ର ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ସେପଟେ ମୁମ୍ବାଇରେ ବିରାଟଙ୍କ ଏହା ପ୍ରଥମ ସମ୍ପତ୍ତି ନୁହେଁ, ପୂର୍ବରୁ ଓ୍ବାର୍ଲି ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ରହିଛି । ସେପଟେ ବିରାଟଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଏବେ କେବଳ ଦିନିକିଆରେ ନିଜର ଖେଳ ଜାରି ରଖିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ କେବଳ ଏହି ଗୋଟିଏ ଫର୍ମାଟ ଖେଳୁଥିବାବେଳେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ବାରମ୍ବାର ବିଫଳ ପରେ ଅଭିଷେକଙ୍କୁ ସୁଯୋଗ, ପ୍ରଶ୍ନ ଉଠାଇଲେ ଏହି ଖେଳାଳି