ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅନୁଷ୍କା-ବିରାଟଙ୍କ ଦୁଇ ପିଲାଙ୍କୁ ଦେଖି ଭାବ ବିହ୍ୱୋଳ ହୋଇଗଲେ ପ୍ରେମାନନ୍ଦ ମହାରାଜ, ଆଖିରୁ ଲୁହ ଝରିଲା

Published By : Prameya | January 11, 2025 10:27 PM

ମୁମ୍ୱାଇ : ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ପ୍ଲେୟାର ବିରାଟ କୋହଲି ଓ ତାଙ୍କର ପତ୍ନୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, ନିକଟରେ ନିଜ ପୁଅ ଅକାୟ ଓ ଝିଅ ଭାମିକାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବାକୁ ଯାଇଥିଲେ। ଏହି ଆଧ୍ୟାତ୍ମିକ ମିଳନର ଭିଡ଼ିଓ ମଧ୍ୟ ସାମନାକୁ ଆସିଛି , ଯେଉଁଥିରେ ପ୍ରେମାନନ୍ଦ ମହାରାଜଙ୍କର ଆଖିରେ ଲୁହ ଦେଖିବାକୁ ପାଇବେ। କୁହାଯାଉଛି କି, ମହାରାଜ ଅନୁଷ୍କା ଓ ବିରାଟଙ୍କ ଉଭୟ ପିଲାଙ୍କୁ ଦେଖି ନିଜର ଲୁହକୁ ରୋକି ପାରି ନଥିଲେ।

ଏକ ଭିଡ଼ିଓ ସାମନାକୁ ଆସିଛି , ଯେଉଁଥିରେ ପ୍ରେମାନନ୍ଦ ମହାରାଜ ନିଜର ଆଖିରୁ ଲୁହ ପୋଛିବାର ଦେଖି ପାରିବେ। ରିପୋର୍ଟସରେ କୁହାଯାଉଥଛି କି, ମହାରାଜ ଯେମିତି ହିଁ ଭାମିକା ଓ ଅକାୟଙ୍କୁ ଦେଖିଲେ , ତାଙ୍କର ଆଖି ଲୁହରେ ଭରିଗଲା। ପିଲାଙ୍କୁ ଦେଖି ପ୍ରେମାନନ୍ଦ ମହାରାଜ ଏତେ ଭାବ ପ୍ରବଣ ହୋଇଗଲେ ଯେ , ସେ ପିଲାଙ୍କ ନିରୀହ ଚେହେରାକୁ ଦେଖି କାନ୍ଦି ପକାଇଲେ। 


କୁହାଯାଉଛି କି, ମହାରାଜ ଭାମିକା ଓ ଅକାୟଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି। ମହାରାଜ ପ୍ରେମାନନ୍ଦ ଦୁଇ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପୂଜା ମଧ୍ୟ କରିଛନ୍ତି ଏବଂ କହିଛନ୍ତି କି , ଏହି ପିଲା ଖୁବ୍‌ ସୌଭାଗ୍ୟଶାଳୀ ଓ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ରହିବ। ବିରାଟ ଓ ଅନୁଷ୍କା ଏହି ପୂରା ଅନୁଭବକୁ ଖୁବ୍‌ ଭାବୁକ ଓ ସ୍ମୃତିମୟ କହିଛନ୍ତି। ହେଲେ , ଭିଡ଼ିଓ ଏଡିଟ୍‌ କରି ଦେଖାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.