ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଟି-୨୦ରେ ୧୩୦୦୦ ରନ ପୂରଣ କଲେ କୋହଲି, ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ

Published By : Tapas Panda | April 7, 2025 10:27 PM

Image Courtesy: amarujala

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)  ଏବଂ ଭାରତର ଅଭିଜ୍ଞ ବ୍ୟାର  ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସଫଳତା ହାସଲ କରିଛନ୍ତି। କୋହଲି ଟି-୨୦ କ୍ରିକେଟରେ ୧୩୦୦୦ ରନ ପୂରଣ କରିବାରେ ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି। ସେ ଟି-୨୦ ୧୩ ହଜାର ରନ୍‌ ପୂରଣ କରିବାରେ ବିଶ୍ବର ପଞ୍ଚମ ବ୍ୟାଟର । ୱାଙ୍ଖଡେ ଷ୍ଟାଡିୟମରେ ଆରସିବି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ହୋଇଛି ।

ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ ପୂର୍ବରୁ କୋହଲିଙ୍କ ଟି-୨୦ରେ ୧୨୯୮୩ ରନ୍ ହୋଇଥିଲା ।  କିନ୍ତୁ ମୁମ୍ବାଇ ବିପକ୍ଷରେ ୧୭ ରନ୍ ପୂରଣ କରିବା ମାତ୍ରେ ସେ ୧୩୦୦୦ ରନ୍ କ୍ଲବରେ ସାମିଲ ହୋଇଥିଲା । ଏହି ମ୍ୟାଚ୍‌ରେ କୋହଲି ୬୭ ରନ୍‌ କରି ଆଉଟ ହୋଇଥିଲା। କୋହଲିଙ୍କ ପୂର୍ବରୁ କେବଳ କ୍ରିସ୍ ଗେଲ୍, ଆଲେକ୍ସ ହେଲ୍ସ, ସୋଏବ ମାଲିକ ଏବଂ କିରଣ ପୋଲାର୍ଡ ଟି-୨୦ରେ ୧୩୦୦୦ ରନ୍ ପୂରଣ କରିଛନ୍ତି।

କ୍ରିସ୍ ଗେଲ୍, ୧୪,୫୬୨ ରନ୍‌ ୩୮୧ ଇନିଂସ୍‌

ଆଲେକ୍ସ ହେଲ୍ସ, ୧୩,୬୧୦ ରନ୍‌  ୪୭୪ ଇନିଂସ୍‌

ସୋଏବ ମାଲିକ, ୧୩,୫୫୭ ରନ୍‌  ୪୮୭ ଇନିଂସ୍‌

କିରଣ ପୋଲାର୍ଡ, ୧୩,୫୩୭ ରନ୍‌ ୫୯୪  ଇନିଂସ୍‌

ବିରାଟ କୋହଲି, ୧୩,୦୦୧* ରନ୍‌, ୩୮୬ ଇନିଂସ୍‌

ଏହି ସଫଳତା ପାଇବାରେ କୋହଲି ଦ୍ବିତୀୟ ଦ୍ରୁତତମ ବ୍ୟାଟର। କୋହଲି ତାଙ୍କର ୩୮୬ତମ T20 ଇନିଂସରେ ୧୩୦୦୦ ରନ ପୂରଣ କରିଛନ୍ତି। ତାଙ୍କ ଆଗରେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟର କ୍ରିସ୍ ଗେଲ୍ ଅଛନ୍ତି, ଯିଏ ୩୮୧ ଇନିଂସରେ ଏହି ସଫଳତା ପାଇଥିଲେ। ଏହି ମାମଲାରେ କୋହଲି ଇଂଲଣ୍ଡ ବ୍ୟାଟର ଆଲେକ୍ସ ହେଲ୍ସଙ୍କୁ ପଛରେ ପକାଇ ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.