ନୂଆଦିଲ୍ଲୀ : ଆଇପିଏଲ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଏକ ଗୁଜବ ବେଶ ପ୍ରଚାର ହେବାରେ ଲାଗିଛି । ଯାହାକୁ ନେଇ ଟ୍ରୋଲ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଗୁଜବ ବିପକ୍ଷରେ ଏକ ପୋଷ୍ଟ କରି ସମାଲୋଚକଙ୍କୁ ମୁହଁ ବନ୍ଦ କରି ଦେଇଛନ୍ତି ବିରାଟ କୋହଲି । ମାତ୍ର ଦୁଇଟି ଇମୋଜି ପୋଷ୍ଟ କରିଛନ୍ତି କୋହଲି । ଯାହାକି ଅନେକ ସଙ୍କେତ ଦେଉଥିବା ଜଣାପଡ଼ିଛି ।

କ’ଣ ଥିଲା ଗୁଜବ ?

ସୋସିଆଲ ମିଡିଆରେ ଏକ ଗୁଜବ ପ୍ରଚାର ହେଉଛି କି, ବିରାଟ କୋହଲି ଆରସିବିକୁ ଏକ ଚାଟାର୍ଡ ଫ୍ଲାଇଟ୍ ଦେବାକୁ ଅନୁରୋଧ କରିଛନ୍ତି । ସେ ଲଣ୍ଡନ ଏବଂ ଭାରତକୁ ଯିବ ଆସିବା କରିବେ । ୩ ଦିନରେ ଥରେ ଲଣ୍ଡନ ଏବଂ ଭାରତ ଯିବା ଆସିବା କରିବେ । ଭାରତରେ ମ୍ୟାଚ ଖେଳି ସାରିବା ପରେ ଲଣ୍ଡନ ଫେରିଯିବେ । ପୁଣି ମ୍ୟାଚ ହେବାର ପୂର୍ବରୁ ଦିନ ଫେରି ଆସିବେ । ଏମିତି ଏକ ଗୁଜବ ସୋସିଆଲ ମିଡିଆରେ ବୋ ଭାଇରାଲ ହୋଇଥିଲା । ଯାହାକୁ ନେଇ କୋହଲିଙ୍କୁ ଟ୍ରୋଲ ମଧ୍ୟ କରାଯାଉଥିଲା । ଭାରତରେ ନରହି ଲଣ୍ଡନ ଘରେ ରହିବାକୁ ଭଲ ପାଉଥିବା ନେଇ ମଧ୍ୟ ଟ୍ରୋଲ କରାଯାଉଥିଲା । ଏବେ ଇମୋଜି ପୋଷ୍ଟ କରି ଜବାବ ରଖିଛନ୍ତି ବିରାଟ ।

​​​​​​​

ସେପଟେ ବିରାଟଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ଗତ ସପ୍ତାହରେ ଆରସିବି କ୍ୟାମ୍ପରେ ଯୋଗ ଦେଇଛନ୍ତି । ଉଦଘାଟନୀ ମ୍ୟାଚ ଖେଳିବ ଆରସିବି । ଏଣୁ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି କୋହଲି । ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ କୋହଲି ଅବସର ଘୋଷଣା କରିବା ପରେ ଏବେ କେବଳ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ସାଙ୍ଗକୁ ଆଇପିଏଲ ଖେଳୁଛନ୍ତି । ଦିନିକିଆରେ ଲଗାତାର ଦମଦାର ପ୍ରଦର୍ଶନ ଜାରି ରଖିଥିବାବେଳେ ଚଳିତ ଆଇପିଏଲରେ ବଡ଼ ସ୍କୋର କରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।