ବେଙ୍ଗାଲୁରୁ,୦୨/ ୦୪: ଆଉ ଏକ ବିଶ୍ବକପ ଜିତିବ ଭାରତ । ପଡ଼ିଆରେ କମାଲ କରିବେ କଙ୍ଗ୍ କୋହଲି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେଉଥିବା ବିରାଟ କୋହଲି ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଲକ୍ଷ୍ୟ ରଖିଥିବା ସଂକେତ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୩୬ ବର୍ଷ । ୨୦୨୭ ବିଶ୍ବକପ ଜିତିବାକୁ ଚାହାଁନ୍ତି ବୋଲି କହିଛନ୍ତି । 

କୋହଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ପରବର୍ତ୍ତୀ ବିଶ୍ୱକପ୍‌ ଜିତିବାକୁ ଆଶା ରଖିଛି । ଆସନ୍ତା ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଛି । କୋହଲି ଟି-ଟ୍ୱେଣ୍ଟି ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି । ତେଣୁ ତାଙ୍କ ଲକ୍ଷ୍ୟ କେବଳ ୨୦୨୭ ଦିନିକିଆ ବିଶ୍ୱକପ୍‌ ଉପରେ । କୋହଲି ପୂର୍ବରୁ ୨୦୧୧ ଦିନିକିଆ ବିଶ୍ୱକପ୍‌ ଦଳର ସଦସ୍ୟ ରହିସାରିଛନ୍ତି ।

ଅଧିକ ପଢନ୍ତୁ...ଇତିହାସ ରଚିଲେ ଟି-ଟ୍ବେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର, ୮,୦୦୦ ରନ୍ କରିବାରେ ୫ମ ଭାରତୀୟ

୨୦୨୩ରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ ହେବାର ସୁଯୋଗ ରହିଥିଲା । ମାତ୍ର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହେବା ସହ ଭାରତର ଆଶା ମଉଳି ଯାଇଥିଲା । କୋହଲି ଉକ୍ତ ବିଶ୍ୱକପ୍‌ରେ ମୋଟ୍‌ ୭୬୫ ରନ ସଂଗ୍ରହ କରିଥିଲେ । ଅବଶ୍ୟ ଏହାପରେ ଭାରତୀୟ ଦଳ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତି ସାରିଛି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପରବର୍ତ୍ତୀ ୨୦୨୭ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଠିତ ହେବ ।