ନୂଆଦିଲ୍ଲୀ, ୧୭/୦୪ : କ୍ରିକେଟ୍ ରେ ଦମଦାର୍ ପ୍ରଦର୍ଶନ ହେଉକି ଲଭ୍ ଲାଇଫ୍ ସବୁବେଳେ ଚର୍ଚ୍ଚାରେ ବିରାଟ କୋହଲି। ସେ ସୋସିଆଲ୍ ମିଡିଆରେ କାହା ପୋଷ୍ଟକୁ ଲାଇକ୍ କରନ୍ତି କାହା ପୋଷ୍ଟରେ ରିଆକ୍ସନ ଦିଅନ୍ତି ତାହାକୁ ନେଇ ଖୁବ୍ ଜୋରରେ ଚର୍ଚ୍ଚା ହୁଏ। ନିକଟରେ ବିରାଟ ଅବନୀତ କୌରଙ୍କ ଫଟୋକୁ ଲାଇକ୍ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ଜଣେ ଜର୍ମାନୀ ଇନଫ୍ଲୁଏନ୍ସରଙ୍କ ପୋଷ୍ଟ ଲାଇକ୍ କରି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଆଲୋଚନା ହେଉଛି। ତେବେ ଜାଣିଛନ୍ତି କି ଏହି ଜର୍ମାନୀ ସୁନ୍ଦରୀ କିଏ ? ଯାହାଙ୍କୁ ଲାଇକ୍ କରୁଛନ୍ତି ବିରାଟ...

​​​​​​​

ଏହି ଜର୍ମାନୀ ଇନଫ୍ଲୁଏନସର ଜଣଙ୍କ ହେଉଛନ୍ତି ଲିଜଲାଜ୍। ସେ ଇନଷ୍ଟାଗ୍ରାମରେ ତାଙ୍କର କିଛି ଷ୍ଟାଇଲିଷ୍ଟ ଫଟୋ ସେୟାର କରିଥିଲେ। ଲାଇଟ୍ ବ୍ଲୁ ଏବଂ ସର୍ଟ ଡ୍ରେସ୍ ପିନ୍ଧି ଫଟୋ ପୋଷ୍ଟ କରିଥିଲେ। କିଛି ଗୋଲ୍ଡେନ୍ ସଟ୍‌ସ ବୋଲି କ୍ୟାପ୍ସନ ଲେଖିଥିଲେ। ଲିଜଲାଜଙ୍କ ଏହି ଗ୍ଲାମରସ୍ ଫଟୋରେ ବିରାଟ କୋହଲି ଲାଇକ୍ କରିଥିବା ଦେଖିବାକୁ ମିଳିଛି। ଯାହାର ସ୍କ୍ରିନ୍ ସଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଲିଜଲାଜଙ୍କ ଏହି ପୋଷ୍ଟରେ ୟୁଜରମାନେ ଖୁବ୍ ମଜାଦାର୍ ରିଆକ୍ସନ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ଆପଣଙ୍କର ଆଲଗୋରିଦମ୍ କାହିଁକି ଆମର ଫଟୋଗୁଡ଼ିକୁ କେବେ ଲାଇକ୍ କରେ ନାହିଁ?" ସେହିପରି ଅନ୍ୟ ଜଣେ ଲେଖିଛନ୍ତି, "ସମସ୍ତଙ୍କ ଦ୍ଵାରା ଭୁଲ ହୁଏ।" 

ଲିଜଲାଜ୍ ଜଣେ ଜର୍ମାନ-ଦକ୍ଷିଣ ଆଫ୍ରିକୀୟ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର୍। ସେ ଜଣେ ଗାୟିକା ଏବଂ ଟ୍ରାଭେଲ୍ ଭ୍ଲଗର ମଧ୍ୟ। ଇନଷ୍ଟାଗ୍ରାମରେ ତାଙ୍କର ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ମୁଖ୍ୟତଃ ଭାରତୀୟ ଦୈନନ୍ଦିନ କାର୍ଯ୍ୟ, ସଂସ୍କୃତି ଏବଂ ଭ୍ରମଣ ଉପରେ ଧ୍ୟାନ ଦିଅନ୍ତି। ଲିଜଲାଜଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖିଲେ ଜଣାପଡ଼େ ଯେ ସେ ଭାରତୀୟ ସଂସ୍କୃତି ପ୍ରତି ଗଭୀର ପ୍ରଭାବିତ। ଜାନୁଆରୀରେ ସେ ହରିୟାଣାରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ।

​​​​​​​

ସେ ବିରାଟ କୋହଲିଙ୍କର ଜଣେ ଫ୍ୟାନ୍। ମାର୍ଚ୍ଚ ମାସରେ ଫିଲ୍ମି ମନ୍ତ୍ରାକୁ ଦେଇଥିବା ଏକ ସାକ୍ଷାତକାରରେ ସେ ବିରାଟ କୋହଲିଙ୍କୁ ତାଙ୍କର ପ୍ରିୟ କ୍ରିକେଟର ବୋଲି କହିଥିଲେ। ଏବେ ତାଙ୍କ ପୋଷ୍ଟରେ ବିରାଟଙ୍କ ଲାଇକ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ବର୍ତ୍ତମାନ IPL ମ୍ୟାଚ୍ ଚାଲିଥିବା ବେଳେ ବିରାଟ କୋହଲି RCBରୁ ଖେଳୁଛନ୍ତି। ଲିଜାଲାଜ୍ ମଧ୍ୟ RCBକୁ ସମର୍ଥନ କରନ୍ତି। 

ଏହି ଖବରଟିକୁ ପଢନ୍ତୁ- IPL 2026; ଶ୍ରେୟାସ ଆୟର ଧରିଲେ କ୍ୟାଚ୍ ଅଫ୍ ଦି ସିିଜିନ୍‌, ସୂର୍ଯ୍ୟକୁମାର-ରୋହିତଙ୍କ ରିଆକ୍ସନ ଭାଇରାଲ