ନୂଆଦିଲ୍ଲୀ,୧୭/୦୪; ଚଳିତ ଆଇପିଏଲ୍‌ରେ ପଞ୍ଜାବ ଦଳର ଆଧିପତ୍ୟ ଜାରି ରହିଛି । ୫ଟି ମ୍ୟାଚ ଖେଳି ୪ ବିଜୟ ସହ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ପଞ୍ଜାବ ମୋଟ୍ ୯ ପଏଣ୍ଟ ଅର୍ଜନ କରି ସାରିଛି । ୨୪ତମ ଲିଗ୍ ମ୍ୟାଚରେ ଦଳ ୭ ୱିକେଟ୍ରେ ଘରୋଇ ମୁମ୍ବାଇକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୬ ୱିକେଟ୍ ବିନିମୟରେ ୧୯୫ ରନ ସଂଗ୍ରହ କରିଥିଲା । ଜବାବରେ ପଞ୍ଜାବ ୧୬.୩ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ମ୍ୟାଚରେ ମୁଖ୍ୟ ଆକର୍ଷଣ ଥିଲା କ୍ୟାପ୍ଟେନ୍ ଶ୍ରେୟାସ ଆୟରଙ୍କ କ୍ୟାଚ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାଚ୍ ଧରି ଶ୍ରେୟାସ ସିଜିନରେ ଶ୍ରେଷ୍ଠ କ୍ୟାଚ୍ ଧରିଥିବା କୁହାଯାଉଛି । ତାଙ୍କର ଏହି କ୍ୟାଚ୍ ମ୍ୟାଚର ଗତିପଥ ବଦଳାଇଥିଲା । ଆୟରଙ୍କର କ୍ୟାଚ୍ ଧରିବା ପରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଦେଇଥିବା ରିଆକ୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

​​​​​​​୧୮ ତମ ଓଭରର ତୃତୀୟ ବଲରେ ଶ୍ରେୟାସ ଆୟର କ୍ୟାଚ୍ ଧରିଥିଲେ । ମାର୍କୋ ଜାନସେନଙ୍କ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସାମ୍ନାରେ ଏକ ବଡ ସଟ୍ ଖେଳିଥିଲେ । ଲଙ୍ଗ ଅନରେ ଠିଆ ହୋଇଥିବା ଶ୍ରେୟାସ ଆୟର ବଲକୁ ଧରିବା ପାଇଁ ଡେଇଁ ପଡି ସୀମା ଭିତରକୁ ବଲ୍ ଫିଙ୍ଗିଥିଲେ । ଲଙ୍କ ଅପରୁ ଆସି ଜାଭିୟର ବାର୍ଟଲେଟ୍ କ୍ୟାଚକୁ ଆୟରଙ୍କ ହାତରୁ ନେଇଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ ଆଉଟ୍ ହୋଇଥିଲେ । ଶ୍ରେୟାସ ଆୟରଙ୍କ ଏହି କ୍ୟାଚ୍ ମୁମ୍ବାଇ ଡଗ୍ ଆଉଟ୍ ପାଖରେ ନେଇଥିଲେ । ତେଣୁ ସେଠାରେ ବସିଥିବା ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଆଶ୍ଚର୍ଯ୍ୟ ହୋଇଥିଲେ । ଦୁହିଁଙ୍କ ରିଆକ୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

 

ଏହା ବି ପଢନ୍ତୁ...ଇଟଲୀ, ଦୋସା, ଚଟଣୀ ଚଟଣୀ ଗୀତକୁ ନେଇ ବିବାଦ; ବିସିସିଆଇକୁ ଫେରାଦ ହେଲା ସିଏସକେ, ଜାଣନ୍ତୁ କ'ଣ ପୁରା ମାମଲା ?  

ମ୍ୟାଚ୍ ପରେ ଯେତେବେଳେ ଶ୍ରେୟାସଙ୍କ ପ୍ରଶ୍ନ ପଚରାଯାଇଥିଲା କି,  ଗୋଟିଏ ପର୍ଯ୍ୟାୟରେ ମୁମ୍ବାଇ ୨୦୦+ ରନ୍ ଖୋଜୁଥିଲା, ମ୍ୟାଚକୁ କିପରି କମବ୍ୟାକ୍ କଲ ମ୍ୟାଚକୁ ଫେରିବାର ଚାବି କଣ ଥିଲା ପ୍ରଶ୍ନରେ ଆୟର ମଜାଳିଆ ଡଙ୍ଗରେ ଉତ୍ତର ଦେଇଥିଲେ କି, ମୁଁ ଭାବୁଛି ମୋର କ୍ୟାଚ୍ ।