ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଅଷ୍ଟ୍ରେଲିଆଠୁ ଆମେ ୨ଟି ସିରିଜ୍‌ ଜିତିଛୁ, ତଥାପି କଙ୍ଗାରୁ ଟିମ୍‌କୁ ହାଲକା ଭାବେ ନେବୁନି: ବିରାଟ କୋହଲି

ନୂଆଦିଲ୍ଲୀ ୦୫/ ୦୬: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ସର୍ବଦା ରୋମାଞ୍ଚକର ହୋଇଥାଏ । ବିଶେଷ କରି ୨୦୧୦ ପରେ ଉଭୟ ଦଳ ମଧ୍ୟରେ ଯେଉଁ ସବୁ ମୁକାବିଲା ହୋଇଛି ସେଗୁଡିକ ମଧ୍ୟରୁ ଅଧିକାଂଶ ତୀବ୍ର ପ୍ରତିଦ୍ବନ୍ଦିତାପୂର୍ଣ୍ଣ ରହିଥିଲା । କିନ୍ତୁ ଗତ ୩/ ୪ ବର୍ଷ ହେଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିଦ୍ବନ୍ଦିତା ସାମାନ୍ୟ ନରମ ପଡିଥିବା କୁହାଯାଉଛି । କାରଣ ଭାରତୀୟ ଦଳ କଙ୍ଗାରୁ ଟିମ୍‌ ଉପରେ ପୂରାପୂରି ଭାବେ ଭାରି ପଡୁଛି । ୨୦୧୮-୧୯ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଟିମ୍‌କୁ ଧୂଳି ଚଟାଇ ଐତିହାସିକ ସିରିଜ୍‌ କବ୍‌ଜା କରିବାକୁ ସକ୍ଷମ ହୋଇଥିଲା । ପରେ ୨୦୨୦-୨୧ରେ ଭାରତୀୟ ଦଳର ଏକାଧିକ ଷ୍ଟାର କ୍ରିକେଟର ଯେତେବେଳେ ଆହତ ହୋଇଥିଲେ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ବ ନେଇ ସିରିଜ୍‌ ବିଜୟୀ କରିବା ସହିତ ବେଶ୍‌ ପ୍ରଶଂସା ସାଉଁଟିଥିଲେ ।

Virat Kohli's 100th Test: All The Numbers You Need To Know - Stats  Highlights
Social media

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ପ୍ରତିଦ୍ବନ୍ଦିତା ସାମାନ୍ୟ ନରମ ପଡିଯାଇଛି କି? ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଷ୍ଟାର ବ୍ୟାଟର୍‌ ବିରାଟ କୋହଲି କହିଛନ୍ତି, 'ଦୁଇ ଟିମ୍‌ ଯେତେବେଳେ ବି ସିରିଜ୍‌ ଖେଳିଛନ୍ତି ଭାରତୀୟ ଦଳ ପ୍ରତି ଅଷ୍ଟ୍ରେଲିଆ ଟିମ୍‌ର ସମ୍ମାନକୁ ଆମେ ଦେଖିଆସିଛୁ । ଉଭୟ ଦଳ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିବା ବେଳେ ପୂର୍ବରୁ ଅନେକ ଟେନସନ୍‌ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ତାହା ନାହିଁ'।

Also Read: WTC ଫାଇନାଲ: ଭାରତର ବ୍ୟାଟିଂ ଲାଇନ୍‌ ଚିନ୍ତାଜନକ, କଙ୍ଗାରୁ ବିପକ୍ଷ ଲଢେଇ ପୂର୍ବରୁ ଏମିତି କହିଲେ ପୂର୍ବତନ କ୍ରିକେଟର

ବିରାଟ କୋହଲି କହିଛନ୍ତି, 'ବିଗତ ଦିନ ଗୁଡିକରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିଦ୍ବନ୍ଦିତା ତୀବ୍ର ହେଉଥିଲା । ମ୍ୟାଚ୍‌ ତିକ୍ତତାପୂର୍ଣ୍ଣ ହେଉଥିଲା । କିନ୍ତୁ ଆମେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଐତିହାସିକ ସିରିଜ ଜିତିବା ପରେ ପ୍ରତିଦ୍ବନ୍ଦିତା ସମ୍ମାନରେ ପରିଣତ ହୋଇଥିଲା । ଟେଷ୍ଟ ଟିମ୍‌ ଭାବେ କଙ୍ଗାରୁ ଦଳକୁ ଆମେ କେବେ ବି ହାଲକାରେ ନେଇପାରିବୁ ନାହିଁ । ଉଭୟ ଟିମ୍‌ ମଧ୍ୟରେ କଡା ଟକ୍କର ହେବା ନେଇ ଆଶା ରହିଛି'।

Also Read: WTC ଫାଇନାଲ ପାଇଁ ନିଜ ପସନ୍ଦର ପ୍ଲେଇଂ ଇଲେଭେନ ଜାରି କଲେ ଗାଭାସ୍କର, ଇଶାନ ଓ ଭରତଙ୍କ ମଧ୍ୟରୁ କିଏ?

ଇଂଲଣ୍ଡ ମାଟିରେ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ଭାରତ ପୂରାପୂରି ଭାବେ ପ୍ରସ୍ତୁତ ଥିବା ବିରାଟ କୋହଲିଙ୍କ ଆତ୍ମବିଶ୍ବାସର ସହ କହିଛନ୍ତି । କାରଣ ଉଭୟ ଟିମ୍‌ ପାଇଁ ପିଚ୍‌ ଏବଂ ସ୍ଥିତି ଅଲଗା । ତେଣୁ ମ୍ୟାଚ୍‌ରେ କଡା ଟକ୍କର ଦେ‌ଖିବାକୁ ମିଳିବ। ଇଂଲଣ୍ଡର ଓଭାଲରେ ବ୍ୟାଟିଂ କରିବା ସହଜ ହେବନି । ସେଠାକାର ସ୍ଥିତିକୁ ଆପଣାଇ ଖେଳିବାକୁ ପଡିବ । ଦୁଇ ଟିମ୍‌ କେବଳ ଗୋଟିଏ ମ୍ୟାଚ୍‌ ଖେଳିବେ । ତେଣୁ ବ୍ୟାଟର୍‌ମାନେ ପରିସ୍ଥିତି ସହ ଖାପ୍‌ ଖାଇ ବ୍ୟାଟିଂ କରିପାରିଲେ ଦଳ ପାଇଁ ଫାଇଦା ହେବ ବୋଲି କୋହଲି କହିଛନ୍ତି । ସୂଚନା ଯେ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଜୁନ ୭ ରୁ ୧୧ ତାରିଖ ଯାଏ ଖେଳାଯିବ । ଏଥି ପାଇଁ ଉଭୟ ଦଳ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ।

You May Read:

wp:embed {"url":"https://www.prameya.com/life-time-sentence-to-mukhtar-ansari-in-a-32-year-old-murdercase/","type":"wp-embed","providerNameSlug":"prameya"}
https://www.prameya.com/life-time-sentence-to-mukhtar-ansari-in-a-32-year-old-murdercase/
/wp:embed

Copyright © 2022 - Summa Real Media Private Limited. All Rights Reserved.