ନୂଆଦିଲ୍ଲୀ,୧୨/୦୧: ନୂଆବର୍ଷରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆସିରିଜରେ ଅଭିଯାନ ଆରମ୍ଭ କରିଛି ଭାରତ । ୪ ୱିକେଟରେ କିୱି ଦଳକୁ ହରାଇଛି ଶୁବମନ ସେନା । ପ୍ରଥମ ଦିନିକଆରେ ଚମକିଥିଲେ ଚେଜ୍ ମାଷ୍ଟର ବିରାଟ କୋହଲି । ଷ୍ଟାର ପ୍ଲେୟାର ଥିଲେ ବିରାଟ । ଶତକୁ ବଞ୍ଚିତ ହୋଇଥିଲେ ବି ବାରଟ ପାଳି ଖେଳିଥିଲେ କୋହଲି । ୯୧ ରନ୍ରେ ୯୩ରନ୍‌ର ଦମଦାର ଇନିଂସ ଖେଳିଥିଲେ କିଙ୍ଗ କୋହଲି । ଯେଉଁଥିରେ ୮ଟି ଚୌକା ଓ ଗୋଟିଏ ଛକା ସାମିଲ । ଏ ନେଇ ସେ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । କୋହଲିଙ୍କ ଦିନିକିଆ କ୍ୟାରିୟରେ ଏହା ତାଙ୍କର ୪୫ତମ ପ୍ଲେୟାର ଅଫ୍ ଦି ମ୍ୟାଚ ପୁରସ୍କାର । ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୭୧ତମ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆୱ୍ୱାର୍ଡ । ଏବେ ପ୍ରଶ୍ନ ହେଉଛି ଏତେ ପୁରସ୍କାର ନେଇ ବିରାଟ କୋହଲି କ'ଣ କରନ୍ତି ? ଏହାକୁ ତାଙ୍କ ମାଆଙ୍କୁ କାହିଁକି ଦିଅନ୍ତି ?

ମା'ଙ୍କୁ କାହିଁକି ଦିଅନ୍ତି POTM ? ମ୍ୟାଚ୍ ପରେ ପୁରସ୍କାର ଉପସ୍ଥାପନା ସମୟରେ ବିରାଟ କୋହଲିଙ୍କୁ ଏକ ପ୍ରଶ୍ନର ପଚାରିଥିଲେ ଉପସ୍ଥାପକ ହର୍ଷା ଭୋଗଲେ । ପ୍ରଶ୍ନ ଥିଲା କି "୪୫ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ବହୁତ ଅଧିକ । ଏତେ ପୁରସ୍କାର ରଖିବା ପାଇଁ ତୁମକୁ ଏକ ଅଲଗା କୋଠରୀର ଆବଶ୍ୟକତା ପଡ଼ିଥିବ ? ବିରାଟ ଉତ୍ତର ଦେଇଥିଲେ ଯେ, ସେ ସେଗୁଡ଼ିକୁ ତାଙ୍କ ମା'ଙ୍କୁ ଦେଇ ଦିଅନ୍ତୁ । ଗୁରୁଗ୍ରାମରେ ତାଙ୍କ ମାଆଙ୍କ ପାଖକୁ ପଠାଇ ଦିଅନ୍ତୁ । ତାଙ୍କ ମାଆ ତାଙ୍କ ଟ୍ରଫିଗୁଡ଼ିକୁ ରଖିବାକୁ ପସନ୍ଦ କରନ୍ତି ଏବଂ ଗର୍ବ ଅନୁଭବ କରନ୍ତି । ତେଣୁ ସେ ତାଙ୍କ ମାଆଙ୍କୁ ପୁରସ୍କାର ପଠାଇ ଦିଅନ୍ତୁ ବୋଲି କହିଛନ୍ତି ।