ନୂଆଦିଲ୍ଲୀ ୧୮/୦୪: ଭାରତୀୟ କ୍ରିକେଟର୍ ବିରାଟ କୋହଲି ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ, ଏଥର ଚର୍ଚ୍ଚାରେ ରହିବାର କାରଣ ଅନ୍ୟକିଛି। କଥା ହେଉଛି କ୍ରିକେଟରଙ୍କ ଏକ ଲାଇକ୍‌କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହେଉଛି। ବିରାଟ ଇନଷ୍ଟାଗ୍ରାମରେ ଜର୍ମାନ ମଡେଲ ଏବଂ ଇନଫ୍ଲୁଏନ୍ସର ଲିଜାଲାଜଙ୍କ ଏକ ଫଟୋକୁ ଲାଇକ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଯାହାପରେ କ୍ରିକେଟରଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି। ଏଥିମଧ୍ୟରେ ବିରାଟଙ୍କ ସପୋର୍ଟରେ ବାହରିଛନ୍ତି ଅଭିନେତ୍ରୀ ଅମିଷା ପଟେଲ। ସେ ଏପରି ଏକ ପ୍ରତିକ୍ରିୟା ଦେଇଛନ୍ତି ଯାହା ଟ୍ରୋଲରମାନଙ୍କୁ ଚୁପ୍ କରିଦେଇଛି।

ଅମିଷା ପଟେଲଙ୍କ ପ୍ରତିକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ପାପାରାଜ୍ଜି ତାଙ୍କୁ ବିରାଟ କୋହଲିଙ୍କ ଲାଇକ୍ ଏବଂ ଟ୍ରୋଲିଂ ବିଷୟରେ ପ୍ରଶ୍ନ କରୁଛନ୍ତି, "ବିରାଟ କୋହଲି ଜଣେ ଜର୍ମାନ ମଡେଲଙ୍କ ଫଟୋକୁ ଲାଇକ୍ କରିଥିଲେ ଏବଂ ଏହା ହଇଚଇ ସୃଷ୍ଟି କରିଛି। ତେବେ, ଜଣେ ସେଲିବ୍ରିଟି କ'ଣ କାହାର ଫଟୋକୁ ଲାଇକ୍ କରିପାରିବେ ନାହିଁ?" ଏହାର ଉତ୍ତରରେ ଅଭିନେତ୍ରୀ କହିଛନ୍ତି, "କାହିଁକି? ମୁଁ ବୁଝିପାରୁନାହିଁ। କିଛି ଲାଇକ୍ କରିବା କ'ଣ ପାପ? ତାଙ୍କୁ ଇନଷ୍ଟାଗ୍ରାମକୁ, ତାଙ୍କ ଇଚ୍ଛା, ଯାହାକୁ ଚାହିଁବେ ଲାଇକ୍ କରିବେ।"

 

 
 
 
 
 
 
 
 
 
 
 
 
 
 
 

A post shared by LizLaz (@lizlaz_tv)

ଅମିଷା ଟ୍ରୋଲର୍ସଙ୍କୁ ଜବାବ ଦେଇ ଆହୁରି କହିଛନ୍ତି, "ଲୋକମାନେ କେବଳ ଟ୍ରୋଲ୍ କରିବା ଜାଣନ୍ତି; ସେମାନଙ୍କର ଅନ୍ୟ କୌଣସି କାମ ନାହିଁ। ଭଲ କାମକୁ ପସନ୍ଦ କରିବା ଏକ ଭଲ କଥା। ନୁହେଁ କି? ସେମାନଙ୍କର ଇନଷ୍ଟାଗ୍ରାମ ସେମାନଙ୍କର ପସନ୍ଦ। ପ୍ରକୃତରେ, ଟ୍ରୋଲ୍ କରିବା ଏକ ପାପ। କାହାକୁ ପସନ୍ଦ କରିବା ପାପ ନୁହେଁ।"

ଆହୁରି ପଢ଼ନ୍ତୁ...Lizlaz : ଏହି ଜର୍ମାନୀ ସୁନ୍ଦରୀଙ୍କୁ ଲାଇକ୍ କରୁଛନ୍ତି ବିରାଟ, ମଡେଲଙ୍କ ଗ୍ଲାମରସ୍ ଫଟୋରେ କୋହଲିଙ୍କ ରିଆକ୍ସନ୍ ଭାଇରାଲ୍...