ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଆସିଲା ବିରାଟ ଓ ଅନୁଷ୍କାଙ୍କ ରିଆକ୍ସନ

Published By : Prameya | April 23, 2025 5:40 PM

ମୁମ୍ବାଇ,୨୩/୪ :   ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏବଂ ଖେଳାଳୀ ବିରାଟ କୋହଲୀ ଇଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ରିଆକ୍ଟ କରିଛନ୍ତି । ବିରାଟ କୋହଲୀ ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରିଛନ୍ତି । ଏହାସହ ତାଙ୍କ ସ୍ତ୍ରୀ ଏବଂ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ବି ପହଲଗାମରେ ହୋଇଥିବା ଲୋକଙ୍କ ହତ୍ୟା ଉପରେ ଦୁଃଖ ପ୍ରକାଶ କରିଛନ୍ତି ।

ବିରାଟ କୋହଲୀ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଇଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିଛନ୍ତି । ବିରାଟ ଷ୍ଟୋରୀରେ ଲେଖିଛନ୍ତି କି ,ପହଲଗାମ ଆକ୍ରମଣରେ ହତ୍ୟା କରାଯାଇଥିବା ନିର୍ଦୋଷ ଲୋକଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଅଛି’। ଏହାସହ ବିରାଟ ଲେଖିଛନ୍ତି କି, ପୀଡ଼ିତାଙ୍କ ଘର ଲୋକଙ୍କ ପ୍ରତି ମୋର ସମବେଦନା ଅଛି । ମୁଁ ପରିବାର ଲୋକଙ୍କ ଲାଗି ଶାନ୍ତି ଏବଂ ମଜବୁତ ଲାଗି ପ୍ରାର୍ଥନା କରୁଛି ’। ବିରାଟ କୋହଲୀ ନିଜ ପୋଷ୍ଟରେ ଲେଖିଛନ୍ତି କି ଏହି ଭୟାବହ ଆକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ଅଟେ ’। 

ବଲିଉଡ଼ ଅଭିନେତ୍ରୀ ଏବଂ ବିରାଟ କୋହଲୀଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ବି ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ଅନୁଷ୍କା ଏହି ଆକ୍ରମଣକୁ ନେଇ ନିଜ ପ୍ରତିକ୍ରିୟା ଇଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସେୟାର କରିଛନ୍ତି । ଅନୁଷ୍କା ଶର୍ମା ଲେଖିଛନ୍ତି କି ‘କଶ୍ମୀରର ପହଲଗାମରେ ହୋଇଥିବା ଏହି ଆତଙ୍କୀ ଆକ୍ରମଣରେ ନିର୍ଦୋଷ ଲୋକଙ୍କ ମୃତ୍ୟୁ ଖବରରେ ହୃଦୟ ଭାଙ୍ଗି ଯାଇଛି‘। ଏହି ଲୋକଙ୍କ ପରିବାରବର୍ଗଙ୍କ ଲାଗି ମୋର ସମବେଦନା ‘ । ଅନୁଷ୍କା ଶର୍ମା ଏହି ଆକ୍ରମଣକୁ କଡ଼ା ଶଦ୍ଦରେ ନିନ୍ଦା କରି ଲେଖିଛନ୍ତି କି, ଏହା ଏକ ଜଘନ୍ୟ ଅପରାଧ ଅଟେ , ଯାହାକୁ କେବେ ଭୁଲି ହେବ ନାହିଁ ‘ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.