ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିରାଟ କୋହଲୀ ଓ୍ବାନଡେରେ ରଚିବେ ଇତିହାସ, ଏଭଳି କଲେ ଭାଙ୍ଗିବେ ତେନ୍ଦୁଲକରଙ୍କ ଓ୍ବାର୍ଲ୍ଡ ରେକର୍ଡ଼

Published By : Gurupada Nath | February 4, 2025 7:39 PM

ନୂଆଦିଲ୍ଲୀ, ୪/୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓ୍ବାନଡେ ସିରିଜର ପ୍ରଥମ ମ୍ୟାଚ୍ ୬ଫେବୃଆରୀରେ ଖେଳାଯିବ । ଭାରତୀୟ ଟିମ୍ ୩ଓ୍ବାନଡେ ମ୍ୟାଚର ସିରିଜ ଖେଳିବ । ଓ୍ବାନଡେ ସିରିଜରେ ଭାରତର ଭେଟରାନ ବିରାଟ କୋହଲୀ ଇତିହାସ ରଚିବାର ପାଖାପାଖି ଅଛନ୍ତି।  ଓ୍ବାନଡେ ସିରିଜରେ କୋହଲୀ ଭେଟରାନ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ବିଶ୍ବ ରେକର୍ଡ଼ ପାଖାପାଖି ଅଛନ୍ତି । 

ପ୍ରକାଶ ଯେ, କୋହଲୀ ଓ୍ବାନଡେରେ ଏବେ ପ୍ରାୟ ୨୯୫ ମ୍ୟାଚରେ ୧୩୯୦୬ରନ୍ କରିଛନ୍ତି । କୋହଲୀଙ୍କ ନାଁ‌ରେ ୨୮୩ପାଳିରେ ୧୩୯୦୬ରନ୍ ରହିଛି । ଏବେ କୋହଲୀଙ୍କ ନିକଟରେ ୧୪୦୦୦ଓ୍ବାନଡେ ରନ୍ ପୂରା କରିବାର ସୁଯୋଗ ରହିଛି । ଏଥିଲାଗି କୋହଲୀଙ୍କୁ ୯୪ ରନ୍ ଆହୁରି କରିବାକୁ ପଡ଼ିବ । ୯୪ରନ୍ କରିବା ପରେ କୋହଲୀ ଓ୍ବାନଡେରେ ୧୪୦୦୦ରନ୍ ପୁରା କରିବେ ।

ପ୍ରକାଶ ଯେ, ଓ୍ବାନଡେରେ ସବୁଠାରୁ ଦ୍ରୁତ ୧୪୦୦୦ରନ୍ କରିବାରେ ବିଶ୍ବ ରେକର୍ଡ଼ ସଚିନ ତେନ୍ଦୁଲକରଙ୍କ ନାଁରେ ଅଛି । ତେନ୍ଦୁଲକର ୩୫୦ ପାଳି ଖେଳି ୧୪୦୦୦ଓ୍ବାନଡେ ରନ୍ ପୂରା କରିଥିଲେ। ପ୍ରକାଶ ଯେ, କୋହଲୀ ଯଦି ଓ୍ବାନଡେ ସିରିଜରେ ୯୪ରନ୍ କରିବାରେ ସଫଳ ରହିବେ ତ ଓ୍ବାନଡେରେ ସବୁଠାରୁ ଦ୍ରୁତ ୧୪୦୦୦ରନ୍ ପୂରା କରିବା ବ୍ୟାଟର ହୋଇଯିବେ ଏବଂ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଦେବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.