ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୩୦ ଘଣ୍ଟାରୁ ଅଧିକ ସମୟ ଧରି ତୁର୍କୀ ଏୟାରପୋର୍ଟରେ ଫସି ରହିଛନ୍ତି ଯାତ୍ରୀ, ମୌଳିକ ଅସୁବିଧାକୁ ନେଇ କଲେ ଅଭିଯୋଗ

Published By : Anindita Ratha | April 4, 2025 11:28 AM

ନୂଆଦିଲ୍ଲୀ,୦୪/୦୪: ୩୦ଘଣ୍ଟାରୁ ଅଧିକ ସମୟ ଧରି ତୁର୍କୀର ଦିଆର୍ବାକିର ବିମାନବନ୍ଦରରେ ଫସି ରହିଛନ୍ତି ୨୬୦ ଯାତ୍ରୀ । ଲଣ୍ଠନରୁ ମୁମ୍ୱାଇ ଆସୁଥିବା ଭର୍ଜିନ୍ ଆଟଲାଣ୍ଟିକ୍ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଉଡାଣ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରାଯାଇଥିଲା । ଏହା ପରେ ତୁର୍କୀର ଦିଆର୍ବାକିର ବିମାନବନ୍ଦରରେ ବିମାନକୁ ଲ୍ୟାଣ୍ଡିଂ କରାଯାଇ କ୍ରୁଙ୍କୁ ଏକ ହୋଟେଲକୁ ପଠାଯାଇଥିଲା, କିନ୍ତୁ ଯାତ୍ରୀମାନଙ୍କୁ ବିମାନବନ୍ଦରର ଏକ ନିଷିଦ୍ଧ ଅଞ୍ଚଳରେ ରଖାଯାଇଥଲା,ଯେଉଁଠାରେ ପର୍ଯ୍ୟାପ୍ତ ସୁବିଧା ନାହିଁ ।

ଯାହାକୁ ନେଇ ସେଠାରେ ଫସି ରହିଥିବା ଯାତ୍ରୀମାନେ ଏୟାରପୋର୍ଟରେ ମୌଳିକ ଅସୁବିଧାକୁ ନେଇ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି କି, ଫସି ରହିଥିବା ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ କିମ୍ୱା କେତେବେଳେ ମୁମ୍ୱାଇ ଯାଇପାରିବେ ସେ ବିଷୟରେ ମଧ୍ୟ କୌଣସ ସୂଚନା ଦିଆଯାଇନାହିଁ । ବିମାନବନ୍ଦରରେ ଫସିରହିଥିବା ଯାତ୍ରୀମାନେ ସୋସିଆଲ ମିଡିଆ ଏକ୍ସରେ ଖାଦ୍ୟ, ଶୌଚାଳୟ ଏବଂ ଚାର୍ଜିଙ୍ଗ ପଏଣ୍ଟ ସମେତ ଅନେ ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରି ଟ୍ୱିଟ୍ କରିଛନ୍ତି । ସେମାନେ କହିଛନ୍ତି ଯେ, ୨୪ଘଣ୍ଟା ଉପରେ ହେଲାଣି କିନ୍ତୁ ଜଣେ ବି ଏୟାରଲାଇନ୍ସ ପ୍ରତିନିଧି ଯାତ୍ରୀଙ୍କୁ ଭେଟି ନାହାନ୍ତି । ସେମାନଙ୍କ ପାଖରେ ଖାଦ୍ୟ ନାହିଁ, ୧୭୫ଜଣ ଯାତ୍ରୀଙ୍କ ପାଇଁ ଗୋଟିଏ ଶୌଚାଳୟ ରହିଛି । ଫୋନ ଚାର୍ଜିଙ୍ଗ ପାଇଁ ସୁବିଧା ନଥିବରୁ ବ୍ୟାଟେରୀ ସରିଗଲାଣି । ଏପରିକି ଯାତ୍ରୀମାନଙ୍କ ମଧ୍ୟରେ ଛୋଟପିଲା, ଗର୍ଭବତୀ ମହିଳା, ମଧୁମେହ ରୋଗୀ ଏବଂ ବୃଦ୍ଧ ବ୍ୟକ୍ତି ଅଛନ୍ତି,ହେଲେ ସେମାନଙ୍କ ପାଇଁ ମଧ୍ୟ କୌଣସି ସୁବିଧା ଉପଲବ୍ଧ ନାହିଁ  ବୋଲି ଅଭିଯୋଗ କରିଛନ୍ତି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.