PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଶସ୍ତାରେ ବିମାନଯାତ୍ରାର ସୁଯୋଗ: ଭାଲେଣ୍ଟାଇନ୍ ଡେ’ ଅଫର, ୯୦୦ ଟଙ୍କାରେ ସେଲ୍ ବାହାର କଲେ ଏହି କମ୍ପାନୀ

source:www.ndtv.com

ଟ୍ରେନର ବଢୁଥିବା ଟିକେଟକୁ ନଜରରେ ରଖି ଲୋକଙ୍କୁ ଏଥିରୁ ଆଶ୍ୱସ୍ତି ଦେବାପାଇଁ ବିମାନ କମ୍ପାନୀଗୁଡିକ ସେଲ୍ ଅଫର ଆରମ୍ବ କରିଦେଇଛନ୍ତି । ଦେଶର ମୁଖ୍ଯ ବିମାନ କମ୍ପାନୀଗୁଡିକ ବର୍ତ୍ତମାନ ଯାତ୍ରୀଙ୍କୁ ଶସ୍ତାରେ ଟିକେଟ ପାଇବାପାଇଁ ସୁଯୋଗ ଆଣିଛନ୍ତି । ଏହି କମ୍ପାନୀ ଗୁଡିକର ଟିକେଟ ମାତ୍ର ୯୦୦ ଟଙ୍କାରୁ ଆରମ୍ବ ହେବ । ଖାଲି ସେତିକି ନୁହେଁ, ଏଥିରେ ଯାତ୍ରୀଙ୍କୁ ୨୦ ପ୍ରତିଶତ କ୍ୟାସବ୍ଯାକ୍ ମଧ୍ୟ ମିଳିବ ।

source:www.financialexpress.com

୮୯୯ରେ ମିଳିବ ଟିକେଟ
ଲୋ କଷ୍ଟ ଏୟାରଲାଇନ୍ କମ୍ପାନୀ ଇଣ୍ଡିଗୋ ଓ ବିସ୍ତାରା ୮୯୯ ଟଙ୍କାରେ ସେଲ୍ ଆରମ୍ବ କରିଛନ୍ତି । ଇଣ୍ଡିଗୋ ଆନ୍ତର୍ଜାତୀୟ ଉଡାଣ ପାଇଁ ୩୩୯୯ ଟଙ୍କାରେ ଟିକେଟ୍ ଉପଲବ୍ଧ କରାଉଛି । ଇଣ୍ଡିଗୋର ସେଲ୍ ସୋମବାରରୁ ଆରମ୍ବ କରାଯାଇଛି ଯାହାକି ୧୩ ଫେବୃୟାରୀ ପର୍ଯ୍ଯନ୍ତ ଚାଲିବ । ଯାତ୍ରୀ ୨୬ ଫେବୃୟାରୀରୁ ୨୮ ସେପ୍ଟେମ୍ବର ପର୍ଯନ୍ତ ବୁକ୍ ହୋଇଥିବା ଟିକେଟରେ ଯାତ୍ରା କରିପାରିବେ ।

source:www.ndtv.com

ଭିସ୍ତାରାର ଭାଲେଣ୍ଟାଇନ୍ ଡେ ସେଲ୍
ଭିସ୍ତାରାର ସେଲ୍ ଆଜିଠୁ ଆରମ୍ବ ହେଉଛି । ଏହି ସେଲ୍ ମଧ୍ୟ ୧୩ ଫେବୃୟାରୀ ପର୍ଯ୍ଯନ୍ତ ଚାଲିବ । ଯାତ୍ରୀ ଏହି ବୁକ୍ ହୋଇଥିବା ଟିକେଟରେ ୨୭ ଫେବୃୟାରୀରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାତ୍ରା କରିପାରିବେ ।

ମିଳିବ ୨୦ ପ୍ରତିଶତ କ୍ୟାସବ୍ୟାକ୍
ଇଣ୍ଡିଗୋ ତରଫରୁ ଆରମ୍ବ କରାଯାଇଥିବା ଏହି ସ୍କିମ୍ ଅନୁସାରେ ଆମେରିକାନ୍ ଏକ୍ସପ୍ରେସ୍ କାର୍ଡ ଜରିଆରେ ପେମେଣ୍ଟ କଲେ ଗ୍ରାହକଙ୍କୁ ୨୦ ପ୍ରତିଶତ କ୍ୟାସବ୍ୟାକ୍ ଦିଆଯାଉଛି । ତେବେ ଆଇବିଏଲ୍ ବ୍ଯାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଜରିଆରେ ପେମେଣ୍ଟ କଲେ ୧୫ ପ୍ରତିଶତ ପର୍ଯ୍ୟନ୍ତ କ୍ଯାଶବ୍ୟାକ୍ ମିଳୁଛି ।

ସମ୍ବନ୍ଧିତ ଖବର