୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଭି. କେ. ପାଣ୍ଡିଆନ

ସୁନ୍ଦରଗଡ଼, ୧୨।୦୩: ସୁନ୍ଦରଗଡ଼ରେ 5T ସଚିବ ଭିକେ ପାଣ୍ଡିଆନ । ଭି କେ ପାଣ୍ଡିଆନ ୨ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗତକାଲି ରାଉରକେଲା, ବଣେଇ, କୋଇଡ଼ା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଆଜି ଦ୍ବିତୀୟ ଦିନରେ ସକାଳୁ ପ୍ରଥମେ ରାଜଗାଙ୍ଗପୁର ଘୋଘର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପୂଜକ, ଟ୍ରଷ୍ଟି ମେମ୍ବରଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀଙ୍କ ସହ ଆଲୋଚନା କରିବା ସହ ଡାକ୍ତରଖାନା ବୁଲି ଦେଖିଥିଲେ । ଏହାପରେ ରେଲୱେ ଓଭର୍ ବ୍ରିଜର କାମ ଦେଖିଥିଲେ । ଏହି ସମୟରେ ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜଗାଙ୍ଗପୁର ପରେ ଟାଙ୍ଗର ପାଳି ହେମଗିର, ବାଲିଶଙ୍କରା ଓ ସଦର ବ୍ଲକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା କରିବେ ।
