PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ କରିବ ଋଷ, ଚିନ୍ତା ପ୍ରକାଶ କଲେ ବାଇଡେନ୍‌

ମସ୍କୋ,୨୯।୩: କ’ଣ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧରେ ଏବେ ପରମାଣୁ ହତିଆରର ବ୍ୟବହାର ଆହୁରି ବଢିଯାଇଛି ? ବ୍ଲାଦିମିର ପୁଟିନଙ୍କ ଏକ ପଦକ୍ଷେପ ପରେ ଏଭଳି ଅନୁମାନ କରାଯାଉଛି। ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ଘୋଷଣା କରିଛନ୍ତି ଯେ, ବେଲାରୁଷରେ ସେ ପରମାଣୁ ଅସ୍ତ୍ର ମୁତୟନ କରିବେ। ତାଙ୍କର ଏହି ଘୋଷଣା ପରେ ଯୁଦ୍ଧ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି। କେବଳ ସେତିକି ନୁହେଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ପୁଟିନ୍‌ଙ୍କ ଘୋଷଣାକୁ ନେଇ ଚିନ୍ତିତ ଥିବାର ଦେଖାଯାଉଛନ୍ତି। ସେ ଏହି ପଦକ୍ଷେପକୁ ବିପଦଜନକ ବୋଲି କହିଛନ୍ତି। ଏହା ପୂର୍ବରୁ ପୁଟିନ୍‌ କହିଥିଲେ, ମସ୍କୋ ନିଜ ଅଞ୍ଚଳର ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ତତ୍ପର ଅଛି ଓ ତାଙ୍କ ପାଇଁ ସବୁ ଜରୁରୀ ପଦକ୍ଷେପ ଗ୍ରହଣ କରିବ।

ପୁଟିନ୍ କହିଛନ୍ତି, ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶିନକୋ ମସ୍କୋକୁ ବହୁ ସମୟ ଧରି କହୁଛନ୍ତି ଯେ, ତାଙ୍କ ଦେଶ ପରମାଣୁ ଅସ୍ତ୍ର ମୁତୟନ କରୁ। ଏବେ ଆମେ ଏହାର ନିଷ୍ପତ୍ତି ନେଇଛୁ। ଉଲ୍ଲେଖନୀୟ ଯେ, ଗତ ବର୍ଷ ୨୪ ଫେବୃଆରୀରେ ୟୁକ୍ରେନ୍ ଉପରେ ହୋଇଥିବା ଋଷର ଆକ୍ରମଣ ପରେ ଲଗାତାର ବେଲାରୁଷର ସମର୍ଥନ ଋଷ କରୁଛି। ଋଷ ପୂର୍ବରୁ ହିଁ ବେଲାରୁଷର ସାହାଯ୍ୟ କରୁଛି। ସେ ବେଲାରୁଷକୁ ଆଧୁନିକ ଯୁଦ୍ଧ ବିମାନ ପ୍ରଦାନ କରୁଛି, ଯାହାକି ପରମାଣୁ ଅସ୍ତ୍ରକୁ ମଧ୍ୟ ନେଇକି ଯାଇପାରେ।

ସମ୍ବନ୍ଧିତ ଖବର