ନୂଆଦିଲ୍ଲୀ,୧୯/୦୮: ଗତ ଅଗଷ୍ଟ ୧୫ରେ ଆଲାସ୍କାର ଆଙ୍କରେଜରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟକରେ ଏକ ବୈଠକ ହୋଇଥିଲା । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଆଲୋଚନା ହୋଇଥିଲା । ବୈଠକ ସକାରାତ୍ମକ ଥିବା କହିଥିଲେ ଦୁଇ ୱାଲ୍ଡ ଲିଡର । ଉଭୟଙ୍କ ମଧ୍ୟରେ ୟୁକ୍ରେନ-ଋଷ୍ ଯୁଦ୍ଧବିରତି ଉପରେ ଆଲୋଚନା ହୋଇଥିଲା । ମିଟିଂକୁ ୩ ଦିନ ହେଲାଣି । ଏବେ ଗୋଟିଏ କଥାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି । ଖବର ଆସିଛି କି ଆଲାସ୍କାକୁ ଟ୍ରମ୍ପ ନିଜେ ଯାଇନଥିଲେ ବଂର ତାଙ୍କ ବଡି ଡବଲ୍‌ ଅର୍ଥାତ୍ ଡୁପ୍ଲିକେଟ୍ ଟ୍ରମ୍ପଙ୍କ ସହ କଥା ହେବାକୁ ଯାଇଥିଲେ । ତେବେ କ'ଣ ସତରେ ଟ୍ରମ୍ପଙ୍କୁ ସାକ୍ଷାତ ପାଇଁ ଯାଇଥିଲେ କି ପୁଟିନ୍‌ଙ୍କ ଡୁପ୍ଲିକେଟ୍‌ ? ଜାଣନ୍ତୁ କଣ 'ବଡ଼ି ଡବଲ' । ଯାହାକୁ ଅସଲି କି ନକଲି ଜାଣିବା କଷ୍ଟକର ।

ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ୟୁଜର 'ଏକ୍ସ'ରେ କହିଛନ୍ତି, ପୁଟିନ୍‌ଙ୍କ ହାବଭାବ କିଛି ଠିକ୍‌ ଲାଗୁ ନଥିଲା । ତାଙ୍କ ଫେସିଆଲ ଏକ୍ସପ୍ରେସନ୍‌ କିଛି ଅଲଗା ଥିଲା । ସେ କରିଥିବା ପ୍ରେସ୍ କନଫରେନ୍ସ ବି ଅଲଗା ଥିଲା । ଆମେ କିପରି ଜାଣିବୁ ସେ ପ୍ରକୃତ ପୁଟିନ୍‌ ? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଟ୍ରମ୍ପଙ୍କୁ ଭେଟିଥିବା ପୁଟିନ୍‌ଙ୍କ ମଥାରେ ଗାର ନଥିଲା ପ୍ଲେନ୍ ଥିଲା କିନ୍ତୁ ପ୍ରକୃତ ଫୁଟିନ୍‌ଙ୍କ ମଧ୍ୟରେ ଗାର ଦେଖିବାକୁ ମିଳେ ।'' ସେ ପୁଟିନ୍‌ଙ୍କର ସମାନ ଲୁକ୍‌ର ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି ।

'ବଡ଼ି ଡବଲ' କ'ଣ କହି ରଖୁଛୁ କି, ଯେ ବିଶ୍ୱର ବଡ଼ ବ୍ୟକ୍ତିତ୍ୱ, ବିଶେଷ କରି ପୁଟିନ୍‌ଙ୍କ ଭଳି ନେତାଙ୍କ 'ବଡି ଡବଲ' ସୁରକ୍ଷା ଏବଂ ଗୋପନୀୟତା ପାଇଁ ପ୍ରସ୍ତୁତ ହୋଇଥାଏ । ଯାହାକୁ ବିପଦପୂର୍ଣ୍ଣ ପରିସ୍ଥିତିରେ ବ୍ୟବହାର କରାଯାଇପାରିବ । ବିଶେଷଜ୍ଞ ଦଳ ଏପରି ଜଣେ ବ୍ୟକ୍ତିଙ୍କୁ ଚୟନ କରନ୍ତି ଯାହାର ମୁହଁର ବର୍ଣ୍ଣ, ହାବଭାବ ଏବଂ ଶାରୀରିକ ଗଠନ  ପ୍ରକୃତ ବ୍ୟକ୍ତି ସହିତ ମେଳ ଖାଏ । ଏଥିପାଇଁ, ମୁହଁ ହାଡ଼ର ଗଠନ ଠାରୁ ଆରମ୍ଭ କରି ଚାଲିବା ଶୈଳୀ ପର୍ଯ୍ୟନ୍ତ ସବୁକିଛି ବିଶ୍ଳେଷଣ କରାଯାଏ । ମନୋନୀତ ବ୍ୟକ୍ତିଙ୍କୁ ବ୍ୟାପକ ତାଲିମ ନେବାକୁ ପଡ଼ିଥାଏ । ଏଥିରେ ପ୍ରକୃତ ନେତାଙ୍କ ସ୍ୱର , ହାବଭାବ ଏବଂ ଏପରିକି ଛୋଟ ଛୋଟ କାର୍ଯ୍ୟକଳାପକୁ ଅନୁସରଣ କରିବା ଅନ୍ତର୍ଭୁକ୍ତ ଥାଏ । କେବେ କେବେ କସମେଟିକ୍ ସର୍ଜରୀ, ପ୍ରୋସ୍ଥେଟିକ୍ ମେକଅପ୍ ଏବଂ ହାଇପର-ରିଆଲିଷ୍ଟିକ୍ ସିଲିକନ୍ ମାସ୍କ ବ୍ୟବହାର କରାଯାଏ, ଯାହା ଫଳରେ ଜଣେ ଡବଲ୍ ଏବଂ ପ୍ରକୃତ ବ୍ୟକ୍ତିଙ୍କୁ ଜାଣିବା  କଷ୍ଟକର ହୋଇପଡ଼େ ।