PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୁଟିନ୍‌ଙ୍କ ଗର୍ଲଫ୍ରେଣ୍ଡ ଥିଲେ ‘RAW’ ଏଜେଣ୍ଟ – ସଂସଦ ଆକ୍ରମଣ ଉପରେ ଲିଖିତ ନୂଆ ବହିରେ ବଡ଼ ଖୁଲାସା

india today

ନୂଆଦିଲ୍ଲୀ – ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଜଣାଶୁଣା ଭ୍ଲାଦିମୀର ପୁଟିନ୍‌ ରୁଷ୍‌ର ଇଣ୍ଟେଲିଜିଏଣ୍ଟ ଏଜେନ୍ସି କେଜିବିର ସଦସ୍ୟ ରହିଛନ୍ତି ।  ୮୦ ଦଶକ ଭାରତୀୟ ଇଣ୍ଟେଲିଜିଏଣ୍ଟ ଏଜେନ୍ସି  RAW ( ରିସର୍ଚ୍ଚ ଏଣ୍ଡ ଆନାଲିସିସ୍‌ ୱିଙ୍ଗ) ରୁଷ୍‌ର  କେଜିବି ଠାରୁ କିଛି ପାଦ ଆଗକୁ ଚାଲି ଯାଇଥିଲା ।  ଏକ ନୂଆ ପୁସ୍ତକ  RAW , history of Indies covert opearations ରେ ଏହାକ ଖୁଲାସା ହୋଇଛି । ଏହାର ଲେଖକ  ୟତିଶ ଯାଦବ । ଯିଏକି  RAW ର ଏକ ସିକ୍ରେଟ୍‌ ମିଶନକୁ ନେଇ ଅନେକ ବଡ଼ ବଡ଼ ଖୁଲାସା ପୁସ୍ତକରେ କରିଛନ୍ତି ।

ପୁସ୍ତକରେ ଦାବି କରାଯାଉଛି କି  ୮୦ ଦଶକରେ ଭାରତୀୟ ଗୁପ୍ତଚର ଏଜେନ୍ସି   RAW ରୁଷ୍‌ର  ଦୁଇ ଜଣ ଲୋକଙ୍କୁ ନିଜର ସିକ୍ରେଟ୍‌ ଏଜେଣ୍ଟ  କରିନେଇଥିଲା । RAW ର ଏହି ଦୁଇ ସିକ୍ରେଟ୍‌ ଏଜେଣ୍ଟଙ୍କର ସେହି ସମୟରେ ମିଖାଇଲ୍‌ ଗୋର୍ବାଶେବ୍‌ କ୍ୟାବିନେଟ୍‌ରେ  ବିଦେଶ ମନ୍ତ୍ରୀ ଥିବା ଏଡୱର୍ଡ ଏମ୍ୱ୍ରୋସିଏବିଚ୍‌ ଶେବାର୍ଡନାଡଜେ ଓ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ଙ୍କ ସହ ନିବିଡ଼ ସମ୍ୱନ୍ଧ ଥିଲା ।

Was Putin's former girlfriend a RAW agent? - Sri Lanka Guardian

ଏହି ବହିରେ ଯତିଶ୍‌ ଯାଦବ୍‌ RAW ର ଜଣେ ଅଫିସର ଅଶୋକ ଖୁରାନା(କୋଡନେମ୍‌)ଙ୍କ ବିଷୟରେ କହିଥିଲା । ଯିଏକି ପାଖାପାଖି ଏକ ଦଶକ ଯାଏ ଚାଲିଥିବା ସିକ୍ରେଟ୍‌ ଅପରେସନ ପାଇଁ ସୋଭିଏତ୍‌ର ଦୁଇ ଗୁପ୍ତଚରଙ୍କୁ ପ୍ରସ୍ତୁତ କରିଥିଲେ । ବହିରେ କୌଣସି ବ୍ୟକ୍ତି ବିଶେଷଙ୍କର ପ୍ରକୃତ ନାଁକୁ ଖୁଲାସା କରାଯାଇନାହିଁ।  ସମସ୍ତଙ୍କର କୋଡ୍‌ ନେମ୍‌ ଦିଆଯାଇଛି ।

ଏହାସତ୍ତ୍ୱେ  ଯାଦବ ଜଣେ ଲେଖକ ଭାବେ  ବହିରେ ଯେଉଁ ସଙ୍କେତ ଦେଇଛନ୍ତି ତାହା ଏହା ବୁଝିବାକୁ ଯଥେଷ୍ଟ । ଏମାନଙ୍କ ମଧ୍ୟରୁ ଜଣେ ଗୁପ୍ତଚର ଏଡୱର୍ଡ ଶୋବାର୍ଡନାଇଡଜେଙ୍କର ଭାଇ ଥିଲେ । RAW ପାଇଁ କାମ କରୁଥିବା ଅନ୍ୟ ଗୁପ୍ତଚର ଜଣଙ୍କ ଭ୍ଲାଦିମୀର ପୁଟିନ୍‌ଙ୍କର ଗର୍ଲଫ୍ରେଣ୍ଡ ଥିଲେ ।

ସମ୍ବନ୍ଧିତ ଖବର