ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ; 'ଭୋଟ ବ୍ୟାଙ୍କ ଭାଇରସ୍‌ ନିଜ ସ୍ୱାର୍ଥ ପାଇଁ ସଂଶୋଧନ କରିଥିଲା ୱାକଫ୍ ରୁଲ୍ '

Published By : Ankita S | April 14, 2025 1:27 PM

ନୂଆଦିଲ୍ଲୀ,୧୪/୦୪: କଂଗ୍ରେସ ୱାକଫ୍ ଆଇନ୍‌କୁ ଏମିତି କରିଥିଲା କି ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ନଷ୍ଟ କରି ଦେଇଥିଲା । କଂଗ୍ରେସର କୁନିତୀର ସବୁଠୁ ବଡ଼ ପ୍ରମାଣ ୱାକଫ୍ ଆଇନ୍ । ୨୦୧୩ରେ ୱାକଫ୍ ଆଇନ୍‌କୁ କଂଗ୍ରେସ ସଂଶୋଧନ କରିଥିଲା । ୱାକଫ୍ ସଂଶୋଧନ ଆଇନ୍‌ର ବିରୋଧ କରି କଂଗ୍ରେସ ଭୋଟ୍ ବ୍ୟାଙ୍କ ଭାଇରସ୍‌ ବାଣ୍ଟୁଛି କଂଗ୍ରେସ । ହରିୟାଣା ହିସାର ଗସ୍ତ କରି କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । 

ଭୋଟବ୍ୟାଙ୍କ ଭାଇରସ୍‌ ବାଣ୍ଟୁଛି କଂଗ୍ରେସ- ହରିୟାଣା ହିସାରରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ସମ୍ବାଧାନକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ମୋଦି । ସେ କହିଛନ୍ତି,'' କଂଗ୍ରେସ ସର୍ବଦା କ୍ଷମତା ହାସଲ ପାଇଁ ସମ୍ବିଧାନକୁ ହତିଆର କରିଛି । ବାବା ସାହେବଙ୍କୁ ସବୁବେଳେ ଅପମାନିତ କରିଛି । ନିଜ ସ୍ୱାର୍ଥ ପାଇଁ ୨୦୧୩ରେ ୱାକଫ୍ ସଂଶୋଧନ କରିଥିଲା କଂଗ୍ରେସ । ଏତେ ଯଦି ଭଲ ପାଇବା ତେବେ କୌଣସି ମୁସଲମାନଙ୍କୁ ଅଧ୍ୟକ୍ଷ କରୁ କଂଗ୍ରେସ । ଦଳିତଙ୍କ ଅଧିକାର କାହିଁକି ଛଡାଇ ନେବାକୁ ଚେଷ୍ଟା କରୁଛି । ନିର୍ବାଚନ ଜିତିବାକୁ କଂଗ୍ରେସ ୱାକଫ ସଂଶୋଧନ କରିଥିଲା । ଭୋଟବ୍ୟାଙ୍କ ଭାଇରସ୍ ବାଣ୍ଟୁଛି ଦଳ । ଗରିବଙ୍କଠୁ ଯେଉଁ ଜମି ଲୁଟୁଥିଲେ ତାହା ଏବେ ୱାକଫ୍ ଆଇନ୍ ପରେ ବନ୍ଦ ହେବ ।''

ଅଧିକ ପଢନ୍ତୁ...ଭାରତ ସମ୍ବିଧାନର ଜନକ ଆମ୍ବେଦକରଙ୍କ ଜୟନ୍ତୀ; ବହି ଛୁଇଁବାକୁ ଅନୁମତି ନଥିଲା, ବନାଇଦେଲେ ବଡ଼ ଲାଇବ୍ରେରୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ନିର୍ବାଚନରେ କଂଗ୍ରେସ ଅଧା ଟିକେଟ ମୁସଲମାନଙ୍କୁ କାହିଁକି ଦେଉନାହିଁ ? କଂଗ୍ରେସ ଏମରଜେନ୍ସିଂରେ ସମ୍ବିଧାନର ଅପମାନ କରିଥିଲା । କ୍ଷମତା ପାଇଁ ଏମିତି କରିଥିଲା କଂଗ୍ରେସ । ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତା ଭାବନା ଆଣିବା ସମ୍ବିଧାନର କାମ ଯାହାକୁ ସିକ୍ୟୁଲାର ସିଭିଲ କୋଡ଼ କୁହାଯାଏ ମାତ୍ର କଂଗ୍ରେସ ଏହାକୁ କେବେ ଲାଗୁ କରିନାହିଁ । ଆମ ସରକାର ବାବା ସାହେବ ଆମ୍ବେଦକରଙ୍କ ବିଚାରକୁ ନେଇ ଆଗକୁ ଯାଉଛି । ଯେବେ କଂଗ୍ରେସ ସରକାର ଥିଲା ଦେଶ ବ୍ଲାକଆଉଟ ହେଉଥିଲା । ଯଦି ଏବେ ବି କଂଗ୍ରେସ କ୍ଷମତାରେ ରହିଥାନ୍ତା ତେବେ ଦେଶକୁ ଏମିତି ବ୍ଲାକଆଉଟ୍‌ର ସାମ୍ନା କରିବାକୁ ପଡିଥାନ୍ତା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.