ନୂଆଦିଲ୍ଲୀ,୧୪/୦୪: କଂଗ୍ରେସ ୱାକଫ୍ ଆଇନ୍‌କୁ ଏମିତି କରିଥିଲା କି ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ନଷ୍ଟ କରି ଦେଇଥିଲା । କଂଗ୍ରେସର କୁନିତୀର ସବୁଠୁ ବଡ଼ ପ୍ରମାଣ ୱାକଫ୍ ଆଇନ୍ । ୨୦୧୩ରେ ୱାକଫ୍ ଆଇନ୍‌କୁ କଂଗ୍ରେସ ସଂଶୋଧନ କରିଥିଲା । ୱାକଫ୍ ସଂଶୋଧନ ଆଇନ୍‌ର ବିରୋଧ କରି କଂଗ୍ରେସ ଭୋଟ୍ ବ୍ୟାଙ୍କ ଭାଇରସ୍‌ ବାଣ୍ଟୁଛି କଂଗ୍ରେସ । ହରିୟାଣା ହିସାର ଗସ୍ତ କରି କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । 

ଭୋଟବ୍ୟାଙ୍କ ଭାଇରସ୍‌ ବାଣ୍ଟୁଛି କଂଗ୍ରେସ- ହରିୟାଣା ହିସାରରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ସମ୍ବାଧାନକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ମୋଦି । ସେ କହିଛନ୍ତି,'' କଂଗ୍ରେସ ସର୍ବଦା କ୍ଷମତା ହାସଲ ପାଇଁ ସମ୍ବିଧାନକୁ ହତିଆର କରିଛି । ବାବା ସାହେବଙ୍କୁ ସବୁବେଳେ ଅପମାନିତ କରିଛି । ନିଜ ସ୍ୱାର୍ଥ ପାଇଁ ୨୦୧୩ରେ ୱାକଫ୍ ସଂଶୋଧନ କରିଥିଲା କଂଗ୍ରେସ । ଏତେ ଯଦି ଭଲ ପାଇବା ତେବେ କୌଣସି ମୁସଲମାନଙ୍କୁ ଅଧ୍ୟକ୍ଷ କରୁ କଂଗ୍ରେସ । ଦଳିତଙ୍କ ଅଧିକାର କାହିଁକି ଛଡାଇ ନେବାକୁ ଚେଷ୍ଟା କରୁଛି । ନିର୍ବାଚନ ଜିତିବାକୁ କଂଗ୍ରେସ ୱାକଫ ସଂଶୋଧନ କରିଥିଲା । ଭୋଟବ୍ୟାଙ୍କ ଭାଇରସ୍ ବାଣ୍ଟୁଛି ଦଳ । ଗରିବଙ୍କଠୁ ଯେଉଁ ଜମି ଲୁଟୁଥିଲେ ତାହା ଏବେ ୱାକଫ୍ ଆଇନ୍ ପରେ ବନ୍ଦ ହେବ ।''

ଅଧିକ ପଢନ୍ତୁ...ଭାରତ ସମ୍ବିଧାନର ଜନକ ଆମ୍ବେଦକରଙ୍କ ଜୟନ୍ତୀ; ବହି ଛୁଇଁବାକୁ ଅନୁମତି ନଥିଲା, ବନାଇଦେଲେ ବଡ଼ ଲାଇବ୍ରେରୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ନିର୍ବାଚନରେ କଂଗ୍ରେସ ଅଧା ଟିକେଟ ମୁସଲମାନଙ୍କୁ କାହିଁକି ଦେଉନାହିଁ ? କଂଗ୍ରେସ ଏମରଜେନ୍ସିଂରେ ସମ୍ବିଧାନର ଅପମାନ କରିଥିଲା । କ୍ଷମତା ପାଇଁ ଏମିତି କରିଥିଲା କଂଗ୍ରେସ । ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତା ଭାବନା ଆଣିବା ସମ୍ବିଧାନର କାମ ଯାହାକୁ ସିକ୍ୟୁଲାର ସିଭିଲ କୋଡ଼ କୁହାଯାଏ ମାତ୍ର କଂଗ୍ରେସ ଏହାକୁ କେବେ ଲାଗୁ କରିନାହିଁ । ଆମ ସରକାର ବାବା ସାହେବ ଆମ୍ବେଦକରଙ୍କ ବିଚାରକୁ ନେଇ ଆଗକୁ ଯାଉଛି । ଯେବେ କଂଗ୍ରେସ ସରକାର ଥିଲା ଦେଶ ବ୍ଲାକଆଉଟ ହେଉଥିଲା । ଯଦି ଏବେ ବି କଂଗ୍ରେସ କ୍ଷମତାରେ ରହିଥାନ୍ତା ତେବେ ଦେଶକୁ ଏମିତି ବ୍ଲାକଆଉଟ୍‌ର ସାମ୍ନା କରିବାକୁ ପଡିଥାନ୍ତା ।