PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ନିର୍ବାଚନ ଆୟୋଗ ରିପୋର୍ଟ: ୯୪ କୋଟି ଅତିକ୍ରମ କଲା ଭୋଟରଙ୍କ ସଂଖ୍ୟା; ୧୯୫୧ ପରଠାରୁ ୬ ଗୁଣ ବଢ଼ିଛି ମତଦାନ

Image Courtesy: The Wire

ନୂଆଦିଲ୍ଲୀ,୦୬/୦୨: ଭାରତରେ ୧୯୫୧ ପରଠାରୁ ମୋଟ ମତଦାତା ବା ଭୋଟରଙ୍କ ସଂଖ୍ୟାରେ ପ୍ରାୟ ଛଅ ଗୁଣ ବୃଦ୍ଧି ଘଟିଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏହି ସଂଖ୍ୟା ୯୪.୫୦ କୋଟି ଅତିକ୍ରମ କରିଛି। ଅବଶ୍ୟ ଏଥିରୁ ଏକ-ତୃତିୟାଂଶ ଲୋକ ଗତ ଲୋକସଭା ନିର୍ବାଚନରେ ​​ନିଜର ମତାଧିକାରକୁ ବ୍ୟବହାର କରିନଥିଲେ। ଏହି କାରଣରୁ ଅଧିକରୁ ଅଧିକ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ନିର୍ବାଚନ ଆୟୋଗ ଅତିରିକ୍ତ ଉଦ୍ୟମ କରୁଛନ୍ତି।

୧୯୫୧ ମସିହାରେ, ଯେତେବେଳେ ପ୍ରଥମ ସାଧାରଣ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ ହୋଇଥିଲା, ସେତେବେଳେ ଭାରତରେ ୧୭.୩୦ କୋଟି ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିଲା ଏବଂ ସେଥିରୁ ୪୫.୬୭% ଭୋଟର ସେମାନଙ୍କର ମତଦାନ କରିଥିଲେ। ବର୍ଷ ବର୍ଷ ଧରି ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ଘଟିଛି ଏବଂ ପରବର୍ତ୍ତୀ ନିର୍ବାଚନରେ ​​ସେମାନଙ୍କର ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଇଛି। ୧୯୫୭ର ସାଧାରଣ ନିର୍ବାଚନରେ ​​ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୧୯.୩୭ କୋଟି ଥିଲା ଏବଂ ଏଥିରେ ୪୭.୭୪ ପ୍ରତିଶତ ଭୋଟର ଭୋଟ୍ ଦେଇଥିଲେ।

India’s first general election in 1952

ମତଦାନ ସ୍ଥରକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ନେବା କ୍ଷେତ୍ରରେ ଚର୍ଚ୍ଚାକୁ ନେଇ ନିର୍ବାଚନ ଆୟୋଗ ସେହି ୩୦ କୋଟି ଭୋଟରଙ୍କ ପ୍ରସଙ୍ଗ ଉଠାଇଛନ୍ତି, ଯେଉଁମାନେ ୨୦୧୯ ଲୋକସଭା ନିର୍ବାଚନରେ ​​ଭୋଟ୍ ଦେବାକୁ ଆସି ନାହାଁନ୍ତି। ଏହି ୩୦ କୋଟି ଭୋଟରଙ୍କ ବର୍ଗରେ ସହରାଞ୍ଚଳର ଲୋକ, ଯୁବକ ଏବଂ ପ୍ରବାସୀ ବ୍ୟକ୍ତି ଅନ୍ତର୍ଭୁକ୍ତ। ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ନିକଟ ଅତୀତରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ସହରୀ ଭୋଟରଙ୍କ ଉଦାସୀନତା ଉପରେ ନିର୍ବାଚନ ଆୟୋଗ ଇସାରା କରିଛନ୍ତି। ଚଳିତ ବର୍ଷ ଅନେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ଆସନ୍ତା ବର୍ଷ ପ୍ରସ୍ତାବିତ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଭୋଟ୍ ହାର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି ଖବର ଉପରେ ନଜର ପକାନ୍ତୁ: ଆଦାନୀ ଗ୍ରୁପ ବିବାଦ ଉପରେ କଂଗ୍ରେସର ପ୍ରଦର୍ଶନ; ଦେଶର ସବୁ ଏଲଆଇସି ଓ ଷ୍ଟେଟବ୍ୟାଙ୍କୁ ଘେରିବେ ଦଳୀୟ କର୍ମୀ

ସୂଚନାଥାଉକି, ୧୯୬୨ର ସାଧାରଣ ନିର୍ବାଚନରେ ​​ପ୍ରଥମ ଥର ପାଇଁ, ନିର୍ବାଚନରେ ଭୋଟଦାତାଙ୍କର ଅଂଶଗ୍ରହଣ ୫୦ପ୍ରତିଶତ ଅତିକ୍ରମ କରିଥିଲା। ସେତେବେଳେ ୨୧.୬୪ କୋଟି ଭୋଟରଙ୍କ ମଧ୍ୟରୁ ୫୫.୪୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଯଦିଓ ୨୦୦୯ସୁଦ୍ଧା ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୭୧.୭୦ କୋଟିକୁ ବୃଦ୍ଧି ପାଇଥିଲା, କିନ୍ତୁ ଭୋଟ୍ ହାର ମାତ୍ର ୫୮.୨୧ ପ୍ରତିଶତ ଥିଲା, ଯାହାକି ୧୯୬୨ ଭୋଟଦାନ ପ୍ରତିଶତ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଥିଲା।

2014 General Election

୨୦୧୪ ସାଧାରଣ ନିର୍ବାଚନରେ ​​ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୮୩.୪୦ କୋଟି ରହିଥିବା ବେଳେ ଭୋଟ୍ ହାର ମାତ୍ର ୬୬.୪୪କୁ ବୃଦ୍ଧି ପାଇଥିଲା। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ​୯୧.୨୦ କୋଟି ପଞ୍ଜିକୃତ ଭୋଟର ରହିଥିବା ବେଳେ ୬୭.୪୦ ପ୍ରତିଶତ ଭୋଟର ମତଦାନ କରିଥିଲେ। ଚଳିତ ବର୍ଷ ଜାନୁଆରୀ ୧ ରେ ମୋଟ ଭୋଟରଙ୍କ ସଂଖ୍ୟା ୯୪ କୋଟି ୫୦ ଲକ୍ଷ ୨୫ ହଜାର ୬୯୪ ରହିଥିଲା।

ସମ୍ବନ୍ଧିତ ଖବର