ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ୱର ୧୧/୪: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୨୦ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା କ୍ଷେତ୍ରରେ ଅନୁଷ୍ଠିତ ହେଉଛି ଭୋଟ୍ । ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨କୋଟି ୯୭ ଲକ୍ଷ ଭୋଟର ।

ଆନ୍ଧ୍ରପ୍ରଦେଶର୨୫, ତେଲଙ୍ଗାନାର ୧୭, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୭, ଉତ୍ତରାଖଣ୍ଡ ଓ ଆସାମର ୫ଟି ଲେଖାଏଁ ନିର୍ବାଚନମଣ୍ଡଳୀ, ବିହାର ଓ ଓଡ଼ିଶାର ୪ଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଜମ୍ମୁ କାଶ୍ମୀର, ଅରୁଣାଚଳପ୍ରଦେଶ, ମେଘାଳୟ ଏବଂ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଏବଂ ଛତିଶଗଡ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍ , ଆଣ୍ଡାମାନ-ନିକୋବର ଏବଂ ଲାକ୍ଷ୍ବାଦୀପରେ ଗୋଟିଏ ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଅନୁଷ୍ଠିତ ହେଉଛି ।  ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଆଜି ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ୪ଟି ଲୋକସଭା ଆସନ ହେଲା- କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର।

ତେବେ କିଛି ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ଯାନ୍ତ୍ରିକ  ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଜୟପୁର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି। ସେହିପରି ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ୍‌ରେ ମଧ୍ୟ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି। ସୁରକ୍ଷିତ ମତଦାନ ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକର୍ମୀ ଫ୍ଲାଗ୍ ମାର୍ଚ୍ଚ  କରିଛନ୍ତି । ଭୋଟ୍ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Copyright © 2022 - Summa Real Media Private Limited. All Rights Reserved.