ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଭାରତ-ଇସ୍ରାଏଲ ପ୍ରତିରକ୍ଷା ସହଯୋଗ: ୱେଟର ଯୋଗୁ ଗୋପନୀୟ ଦସ୍ତାବିଜ୍‌ ଲିକ୍‌ ହେବାରୁ ବର୍ତ୍ତିଲା

ନୂଆଦିଲ୍ଲୀ,୩ ।୪(ଏଜେନ୍ସି): ଭାରତ ଓ ଇସ୍ରାଏଲ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସମ୍ପର୍କିତ କିଛି ଗୋପନୀୟ ଦସ୍ତାବିଜ୍‌ ଲିକ୍‌ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ୱେଟରଙ୍କ ଯୋଗୁ ଏପରି ସମ୍ବେଦନଶୀଳ ତଥ୍ୟ ପ୍ରଘଟ ହେବାରୁ ରକ୍ଷା ପାଇଯାଇଛି । ଗତ ଜାନୁଆରୀ ମାସରେ ଏହି ଘଟଣା ଘଟିଥିଲା । କିନ୍ତୁ ଏବେ ଇସ୍ରାଏଲର ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶିତ ହୋଇଛି ।

ଏହି ରିପୋର୍ଟ ଅନୁଯାୟୀ, ଜାନୁଆରୀରେ ଇସ୍ରାଏଲର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମେର ବେନ୍‌ ସାବତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସହ ଭାରତ ଗସ୍ତରେ ଆସିଥିଲେ । ତାଙ୍କ ସହିତ ଆସିଥିବା ଦଳରେ ଇସ୍ରାଏଲର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଅନେକ ସଦସ୍ୟ ବି ସାମିଲ ଥିଲେ । ସେମାନେ ଏହି ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ । ଏହି ସମୟରେ ସାବତ ଇସ୍ରାଏଲ ତରଫରୁ ଭାରତକୁ କେତେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯେପରିକି ଗୁଇନ୍ଦା ବିମାନ, ଲଢ଼ୁଆ ଡ୍ରୋନ, ଟ୍ୟାଙ୍କ୍‌ ବିଧ୍ୱଂସୀ ମିସାଇଲ, ତୋପ ଏବଂ ରାଡାର ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ । ସାବତ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନେ ଭାରତ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଇସ୍ରାଏଲର ଏକ ରେଷ୍ଟୁରାଣ୍ଟରେ ରାତ୍ରିଭୋଜନ କରିବାକୁ ଯାଇଥିଲେ । ସେଠାରୁ ଆସିବା ସମୟରେ ସାବତଙ୍କ ଜଣେ ସହଯୋଗୀ ଉକ୍ତ ରେଷ୍ଟୁରାଣ୍ଟରେ କିଛି ଗୋପନୀୟ ଦସ୍ତାବିଜ୍‌ ଛାଡି ଦେଇଆସିଥିଲେ ।

ସେଥିରେ ଇସ୍ରାଏଲ ତରଫରୁ ଭାରତକୁ ଦିଆଯିବାକୁ ଥିବା ଅସ୍ତ୍ରଶସ୍ତ୍ର ସମ୍ପର୍କିତ ସୂଚନା ସହ ଅନ୍ୟ କିଛି ଅତି ଗୋପନୀୟ ତଥ୍ୟ ରହିଥିଲା । ରେଷ୍ଟୁରାଣ୍ଟର ଜଣେ ୱେଟର ଏହି ଦସ୍ତାବିଜ ଥିବା ଫାଇଲକୁ ପାଇଥିଲେ ଏବଂ ତା’ ଉପରେ ଲେଖାଯାଇଥିବା ତଥ୍ୟରୁ ଏହା ଭାରତ ସହ ସମ୍ପର୍କିତ ବୋଲି ଠଉରାଇଥିଲେ । ସେ ତୁରନ୍ତ ନିଜର ଜଣେ ସାଙ୍ଗଙ୍କୁ ଏହି ବିଷୟରେ ଜଣାଇଥିଲେ ଯାହାଙ୍କ ମାଆ ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସରେ କାର୍ଯ୍ୟ କରୁଛନ୍ତି । ତା’ ପରେ ସେଇ ସାଙ୍ଗ ଜଣକ ଉକ୍ତ ଫାଇଲକୁ ନେଇ ବିମାନରେ ନୂଆଦିଲ୍ଳୀ ଆସିଥିଲେ ଏବଂ ନିଜ ମାଆଙ୍କୁ ତାହା ପ୍ରଦାନ କରିଥିଲେ । ଏହାଯୋଗୁ ଏଭଳି ଗୋପନୀୟ ତଥ୍ୟ ପ୍ରଘଟ ହେବାରୁ ରକ୍ଷା ପାଇଯାଇଥିଲା । ଇସ୍ରାଏଲର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପରେ ଏହି ଘଟଣାର ତଦନ୍ତ କରାଇଥିଲେ । ଏହି ଘଟଣାରେ କୌଣସି ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇନାହିଁ ବୋଲି ତଦନ୍ତରୁ ଜଣାପଡିଥିଲା । ତେବେ ଦାୟିତ୍ୱରେ ଅବହେଳା କରିଥିବା (ଫାଇଲ ଛାଡିଥିବା) ଉକ୍ତ ଅଧିକାରୀଙ୍କୁ ଏଥିପାଇଁ କଡା ଚେତାବନୀ ଦିଆଯାଇଛି ବୋଲି କୁହାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.