ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଖାଇ ଚାଲିଲେ କମିବ ବାୟୁ, ଶରୀରକୁ ମିଳେ ଅନେକ ଫାଇଦା...

Published By : Prameya | January 19, 2025 12:18 PM

ଭୁବନେଶ୍ୱର ୧୯/୦୧: ପୁରୁଣା କଥାରେ ଅଛି ‘ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ, ଖାଇ ଧାଇଁଲେ ଯମର ଭେଟ’ । ଏହି ଉକ୍ତିର ସତ୍ୟତା ଅତ୍ୟନ୍ତ କ୍ଷୀଣ । ଖାଇ ବସିଲେ ବଢ଼ଇ ପେଟ ଓ ଖାଇ ଧାଇଁଲେ ଯମର ଭେଟ ଉକ୍ତିରେ କିଛିଟା ସତ୍ୟତା ରହିଛି । କିନ୍ତୁ ଖାଇ ଚାଲିଲେ ବଢ଼ଇ ବାୟୁ ଉକ୍ତିଟି ସମ୍ପୂର୍ଣ୍ଣ ଓଲଟା । 

ପ୍ରକୃତ ପକ୍ଷେ ଖାଇ ସାରିବା ପରେ ୧୦ରୁ ୧୫ ମିନିଟ ଚାଲିବା ନିହାତି ଆବଶ୍ୟକ । ଖାଇ ସାରିବା କ୍ଷଣି ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଧୀର ଗତିରେ ଚାଲିବା ଦ୍ୱାରା ଶରୀରକୁ ଅନେକ ସୁଫଳ ମିଳିଥାଏ । ଖାଇ ସାରିବା ପରେ ଆମକୁ ହଠାତ୍‌ ଅଳସୁଆ ଓ ନିଦୁଆ ଲାଗିଥାଏ । ଏହାକୁ ଇଂରାଜୀରେ ପୋଷ୍ଟ୍‌ ଲଞ୍ଚ୍‌ ସ୍ଲମ୍ପ୍‌ କୁହାଯଏ । ଖାଦ୍ୟ ପେଟକୁ ଯିବା ମାତ୍ରେ ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ନିମନ୍ତେ ଅଗ୍ନ୍ୟାଶୟ ତୁରନ୍ତ  ଇନ୍‌ସୁଲିନ୍‌ ଝରାଏ । ଫଳରେ ରକ୍ତରେ ପୂର୍ବରୁ ଥିବା ଶର୍କରା ପରିମାଣ ହଠାତ୍‌  ହ୍ରାସ ପାଇଥାଏ ଏବଂ ଆମକୁ ଦୁର୍ବଳ, ନିଦୁଆ ଲାଗେ । ଖାଦ୍ୟ ଖାଇବାର ୯୦ରୁ  ୧୨୦ ମିନିଟ ପରେ ରକ୍ତ ଶର୍କରା ସର୍ବୋଚ୍ଚ ସ୍ତରକୁ ଫେରିଥାଏ । ଖାଇ ସାରିବା ପରେ ୧୫ ମିନିଟ ଚଲାବୁଲା କଲେ ତୁରନ୍ତ ରକ୍ତଶର୍କରାର ପତନ ହୋଇନଥାଏ  ଏବଂ ଆମକୁ ଖାଇବା ଜନିତ ଦୁର୍ବଳତା ଆସିନଥାଏ । ଖାଇବା ପରେ ମଧ୍ୟ  ପୂରା ସମୟ ଶରୀରକୁ ଫୂର୍ତ୍ତି ଲାଗେ ।

ଏହାଛଡ଼ା ଖାଦ୍ୟ ଖାଇବା ପରେ ଚାଲିବା  ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣ, ଉତ୍ତମ ପାଚନ ପ୍ରକ୍ରିୟା, ଶରୀରର ଦହନ ପ୍ରକ୍ରିୟା  ସୁସ୍ଥ ଓ ସନ୍ତୁଳିତ ରହିଥାଏ । ପ୍ରତିଥର ଖାଇବା ପରେ ୧୫ ମିନିଟ୍‌ ଚାଲିବା ଦ୍ୱାରା  ଅତି କମ୍‌ର ଦିନ ମଧ୍ୟରେ ଜଣେ ବ୍ୟକ୍ତି ୪୫ ମିନିଟ ଚାଲେ । ଏହାଦ୍ୱାରା ପ୍ରାୟ  ୨୫୦ ରୁ ୩୦୦ କ୍ୟାଲୋରି ଅଧିକ ଖର୍ଚ୍ଚ ହୋଇପାରେ । ରକ୍ତ ସଞ୍ଚାଳନ ପ୍ରକ୍ରିୟା  ଓ ଶରୀରରେ ଅମ୍ଳଜାନ ସଞ୍ଚାଳନ ପ୍ରକ୍ରିୟାରେ ଉନ୍ନତି ହୁଏ । ମନ ମଧ୍ୟ ପ୍ରଫୁଲ୍ଲ  ଓ ହାଲୂକା ରହେ । ଖାଇସାରି ଧୀର ଗତିରେ ଚାଲିବା ଦ୍ୱାରା ପେଟରେ ଜମୁଥିବା  ବାୟୁ ନିଷ୍କାସିତ ହେବା ସହ କୋଷ୍ଠକାଠିନ୍ୟ ଦୂର ହୁଏ । ଓଜନ କମାଇବା ଓ  ରକ୍ତ ଶର୍କରା ନିୟନ୍ତ୍ରଣ ନିମନ୍ତେ ପ୍ରତି ଥର ଖାଇ ସାରିବା ପରେ କିଛି ସମୟ  ହାଲିଆ ନହେବା ଭଳି ଚଲାବୁଲା କରନ୍ତୁ । ରାତ୍ରି ଲୋଜନ ପରେ ଟିକେ ଅଧିକ  ସମୟ ଚାଲନ୍ତୁ । ଏହାଦ୍ୱାରା ବାୟୁ ଦୋଷ ଦୂର ହେବା ସହ ପେଟ କମିବ । ତେଣୁ  ଆମକୁ ବୁଝିବାକୁ ହେବ- "ଖାଇ ଶୋଇଲେ କମିବ ଆୟୁ, ଖାଇ ଚାଲିଲେ  କମିବ ବାୟୁ, ଖାଇ ବସିଲେ ବଢ଼ିବ ପେଟ, ଖାଇ ଧାଇଁଲେ ଯମର ଭେଟ'  । 

 -ଡ. ହରି ପ୍ରସାଦ ପଟ୍ଟନାୟକ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.