PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା; ଅଟକିଲା ଇରାନ ଆକ୍ରମଣ ଯୋଜନା

ୱାଶିଂଟନ/ତେହେରାନ, ୨୧ ।୬ (ଏଜେନ୍ସି): ମଧ୍ୟ-ପ୍ରାଚ୍ୟ ଏସିଆରେ ଯୁଦ୍ଧ ହେବାର ସମ୍ଭାବନା ବଢ଼ିଯାଇଛି । ଇରାନ ଦ୍ୱାରା ଏକ ଆମେରିକୀୟ ଡ୍ରୋନକୁ ମିସାଇଲ ମାଡ଼ କରି ଖସାଯିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଆଜି ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି କି ଆମେରିକା ଇରାନ ଉପରେ ଆକ୍ରମଣ କରିବାର ଯୋଜନାକୁ ଶେଷ ମୁହୂର୍ତ୍ତରେ ବାତିଲ କରିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଅନୁମତି ଦେଇଥିଲେ । ଏହାପରେ ଆମେରିକାର ଯୁଦ୍ଧଜାହାଜ ଏବଂ ଯୁଦ୍ଧବିମାନ ଆକ୍ରମଣ ପାଇଁ ପୋଜିସନ ନେଇଯାଇଥିଲେ । ହେଲେ ସେଗୁଡିକରୁ ବୋମା ଏବଂ ମିସାଇଲ ଛଡା ଯିବା ପୂର୍ବରୁ ସେମାନଙ୍କୁ ଆକ୍ରମଣ ନକରିବାକୁ ନିର୍ଦ୍ଦେଶ ଦିଆଗଲା । ଗୁରୁବାର ସନ୍ଧ୍ୟା ୭ଟା ସମୟରେ ଏହି ଆକ୍ରମଣ କରାଯାଇଥାନ୍ତା । ଇରାନର କେତେକ ରାଡାର ଓ ମିସାଇଲ କେନ୍ଦ୍ରକୁ ଆମେରିକା ଟାର୍ଗେଟ କରିଥାନ୍ତା ।

American Drone

କୁହାଯାଉଛି କି ଟ୍ରମ୍ପଙ୍କ ସହ ଆମେରିକାର ବିଦେଶ ସଚିବ ମାଇକ ପୋମ୍ପେଓ , ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲଟନ ଏବଂ ସିଆଇଏ ନିର୍ଦ୍ଦେଶକ ଇରାନ ଉପରେ ଆକ୍ରମଣ ଯୋଜନାକୁ ସମର୍ଥନ କରୁଥିଲେ । ମାତ୍ର ଏପରି କଲେ ପରିସ୍ଥିତି ଅଣାୟତ୍ତ ହୋଇଯାଇପାରେ ବୋଲି ଆମେରିକୀୟ ପ୍ରତିରକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀ ମତ ଦେବା ପରେ ଉକ୍ତ ଯୋଜନାକୁ ବାତିଲ କରାଯାଇଥିଲା । ତେବେ ଆମେରିକା ଇରାନ ଉପରେ ଏବେ ଆକ୍ରମଣ କରିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ଆକ୍ରମଣ ପୂର୍ବରୁ ଆଉ କିଛି ପ୍ରସ୍ତୁତି କରିବା ପାଇଁ ଯୋଜନାକୁ କିଛି ଦିନ ପାଇଁ ବାତିଲ କରାଯାଇଛି ନା ନାହିଁ, ତାହା ବି ଜଣାପଡୁନାହିଁ । ଟ୍ରମ୍ପ ଏହା ପୂର୍ବରୁ ବୟାନ ଦେଇଥିଲେ କି ଆମେରିକାର ଡ୍ରୋନକୁ ଖସାଇ ଇରାନ ମସ୍ତବଡ ଭୁଲ କରିଛି ।

ରାଷ୍ଟ୍ରପତି ଟ୍ରମ୍ପ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆକ୍ରମଣର ମାତ୍ର ୧୦ ମିନିଟ ପୂର୍ବରୁ ସେ ଏହାକୁ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ । ଇରାନର ତିନୋଟି ସ୍ଥାନ ଉପରେ ଆକ୍ରମଣର ଯୋଜନା ଥିଲା । ହେଲେ ଆକ୍ରମଣର ୧୦ ମିନିଟ ପୂର୍ବରୁ ସେ ଏହାଯୋଗୁ କେତେ ଲୋକ ମରିବେ ବୋଲି ଜାଣିବାକୁ ଚାହିଁଥିଲେ । ଜଣେ ସେନା କମାଣ୍ଡର ଉତ୍ତରରେ କହିଥିଲେ ଯେ ପ୍ରାୟ ୧୫୦ ଜଣ । ଏହାପରେ ସେ ଭାବିଥିଲେ କି ଗୋଟିଏ ଡ୍ରୋନକୁ ଖସାଯିବାର ଜବାବରେ ୧୫୦ ଲୋକଙ୍କୁ ମାରିବା ଯଥାର୍ଥ ହେବ ନାହିଁ । ତେଣୁ ସେ ନିଜ ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲେ ।

ଅନ୍ୟପଟରେ ଇରାନ ଆଜି ଆମେରିକୀୟ ଡ୍ରୋନର ଧ୍ୱଂସାବଶେଷ ପ୍ରଦର୍ଶନ କରିଛି । ଇରାନ କହିଛି କି ଯେଉଁ ସ୍ଥାନରେ ଏହି ଡ୍ରୋନଟି ଉଡୁଥିଲା, ତା’ର ନିକଟରେ ଆମେରିକାର ଏକ ପି-୮ଆଇ ସାମୁଦ୍ରିକ ଗୁଇନ୍ଦା ବିମାନ ବି ଉଡାଣ ଭରୁଥିଲା । ସେଇ ବିମାନରେ ଆମେରିକାର ୩୫ ଜଣ କର୍ମଚାରୀ ଥିଲେ । ତେଣୁ ଇରାନ ଚାହିଁଥିଲେ ତା’କୁ ବି ଧ୍ୱଂସ କରିପାରିଥାନ୍ତା । ମାତ୍ର ସିଏ ଏପରି କରିନଥିଲା । ଆଉ ଏକ ଘଟଣାକ୍ରମରେ, ବିଶ୍ୱର ଅନେକ ଏୟାରଲାଇନ୍ସ ଏବେ ଇରାନ ନିକଟ ଦେଇ ବିମାନ ଉଡାଣକୁ ରଦ୍ଦ କରୁଛନ୍ତି କିମ୍ବା ତା’ର ମାର୍ଗ ପରିବର୍ତ୍ତନ କରୁଛନ୍ତି । ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ସମ୍ଭାବନାକୁ ଦେଖି ସେମାନେ ଏପରି ପଦକ୍ଷେପ ନେଉଛନ୍ତି ।

ସମ୍ବନ୍ଧିତ ଖବର