PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କେବଲ୍‌, ଡିଟିଏଚ୍‌ ଅପରେଟରଙ୍କୁ ତାଗିଦ୍‌: ୧ ସୁଦ୍ଧା ନୂଆ ଟାରିଫ୍‌, ନଚେତ୍‌ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ,୨୩ା୧(ଏଜେନ୍ସି): ଫେବ୍ରୁଆରି ୧ରୁ ନୂଆ ଟାରିଫ୍‌ ଲାଗୁ କରିବା ପାଇଁ ଡିଟିଏଚ୍‌ ଓ କେବଲ୍‌ ଟିଭି ଅପରେଟରଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଗ୍ରାହକଙ୍କୁ ନୂଆ ଟାରିଫ୍‌ ସଂକ୍ରାନ୍ତରେ କୌଣସି ସୂଚନା ଦେଉନାହାନ୍ତି କିମ୍ବା ସେମାନଙ୍କୁ ପସନ୍ଦର ଚ୍ୟାନେଲ୍‌ ବାଛିବା ପାଇଁ କହୁନାହାନ୍ତି । ତେଣୁ ଏ ନେଇ ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସେମାନଙ୍କୁ ଚେତାବନି ଦିଆଯାଇଛି । ଫେବ୍ରୁଆରି ୧ରୁ ନୂଆ ଟାରିଫ୍‌ ଲାଗୁନକଲେ ସେମାନଙ୍କ ଲାଇସେନ୍ସ ବାତିଲ କରିଦିଆଯିବ ବୋଲି ତାଗିଦ୍‌ କରାଯାଇଛି । ଏକ ସୂତ୍ରରୁ ଜଣାଯାଇଛି ଯେ ୫୦%ରୁ କମ୍‌ ଗ୍ରାହକଙ୍କ ପସନ୍ଦ ଅନୁସାରେ ଚ୍ୟାନେଲ୍‌ଗୁଡ଼ିକୁ ରେକର୍ଡ କରାଯାଇଛି । ଫେବ୍ରୁଆରି ୧ ବେଳକୁ ସେମାନଙ୍କୁ ପସନ୍ଦ ଅନୁସାରେ ଚ୍ୟାନେଲ୍‌ ଯୋଗାଇ ଦିଆଯିବ । କିନ୍ତୁ ଏବେ ବି ଅନେକ ଗ୍ରାହକ ଟ୍ରାଇର ନୂଆ ଟାରିଫ୍‌ ବ୍ୟବସ୍ଥାକୁ ନେଇ ଅନ୍ଧାରରେ ରହିଛନ୍ତି । ଏ ନେଇ ଗ୍ରାହକଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ ଟ୍ରାଇ କଡ଼ା ଆଭିମୁଖ୍ୟ ପୋଷଣ କରିଛି । ସୋମବାର ଅନୁଷ୍ଠିତ ଏକ ବୈଠକରେ ଟ୍ରାଇ ପୁନର୍ବାର ଡିଟିଏଚ୍‌ ଓ କେବଲ୍‌ ଟିଭି ଅପରେଟର୍‌ଙ୍କୁ ଫେବ୍ରୁଆରି ୧ ସମୟସୀମା ନେଇ ମନେ ପକାଇଦେଇଛି । ଏହି ସମୟସୀମା ମଧ୍ୟରେ ନୂଆ ଟାରିଫ୍‌ କାର୍ଯ୍ୟକାରୀ ନକଲେ ସେମାନଙ୍କ ଲାଇସେନ୍ସକୁ ବାତିଲ କରାଯିବ ବୋଲି କୁହାଯାଇଛି । ତଥ୍ୟ ମୁତାବକ ଡିସ୍‌ ଟିଭିର ପ୍ରାୟ ୩୫% ଗ୍ରାହକଙ୍କ ପସନ୍ଦିତ ଚ୍ୟାନେଲ୍‌ ବାବଦରେ ରେକର୍ଡ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏୟାରଟେଲ୍‌ ଏହାର ମୋଟ ପ୍ରାୟ ୧.୪୭ କୋଟି ଗ୍ରାହକଙ୍କ ମଧ୍ୟରୁ ୫୦,୦୦୦ରୁ କମ୍‌ ଗ୍ରାହକଙ୍କ ପସନ୍ଦର ଚ୍ୟାନେଲ୍‌ ସଂକ୍ରାନ୍ତରେ ତଥ୍ୟ ହାସଲ କରିଛି ।

ସମ୍ବନ୍ଧିତ ଖବର