ପ୍ରମୁଖ ଖବର
  • ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
  • ||
  • ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୫୫୪ଟି ଅମୃତ ଭାରତ ଷ୍ଟେସନ୍ ଶିଳାନ୍ୟାସ
  • ||
  • ଭୁବନେଶ୍ଵର : ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ
  • ||
  • ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
  • ||
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

କର୍ଣ୍ଣାଟକ ରାଜନୀତିରେ ପୁଣି ସଙ୍କଟ, ପଦ ଛାଡ଼ିବାକୁ କୁମାରସ୍ୱାମୀଙ୍କ ଧମକ

ବେଙ୍ଗାଲୁରୁ,୨୮ ।୧(ଏଜେନ୍ସି): କର୍ଣ୍ଣାଟକରେ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ପାଇଁ ଏବେ ପୁଣି ସଙ୍କଟ ସୃଷ୍ଟି ହୋଇଛି । କଂଗ୍ରେସ ବିଧାୟକ ନିଜର ସୀମା ଅତିକ୍ରମ କରୁଥିବାର ଦର୍ଶାଇ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସୋମବାର ତାଙ୍କ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି । କଂଗ୍ରେସ ନିଜ ବିଧାୟକମାନଙ୍କୁ ନିୟନ୍ତ୍ରଣ କରୁ ବୋଲି ସେ କହିଛନ୍ତି ।
ରିପୋର୍ଟ ଅନୁସାରେ ରବିବାର ଏକ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁଗତ କଂଗ୍ରେସ ବିଧାୟକ ଏସ.ଟି ସୋମଶେଖର କୁମାରସ୍ୱାମୀ ନୁହନ୍ତି, ସିଦ୍ଧରମୈୟା ତାଙ୍କର ନେତା ବୋଲି ଦର୍ଶାଇଥିଲେ । କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାରରେ କିଛି ବିକାଶମୂଳକ କାମ ହେଉନାହିଁ ବୋଲି ସେ ଅଭିଯୋଗ କରିଥିଲେ । ସୋମଶେଖର ଆହୁରି କହିଥିଲେ ଯେ, ମେଣ୍ଟ ସରକାର ଅଧୀନରେ ବେଙ୍ଗାଲୁରୁ ସହରରେ ବିକାଶମୂଳକ କାମ ଧୀମା ହୋଇଯାଇଛି । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଥିବାବେଳେ ଯେଉଁଭଳି ବିକାଶ ହେଉଥିଲା ଏବେ ସେଭଳି ହେଉନାହିଁ । କେବଳ ସୋମଶେଖର ନୁହନ୍ତି, ଆଉ କିଛି କଂଗ୍ରେସ ବିଧାୟକ ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଥିଲେ । ସେମାନଙ୍କର ଏଭଳି ବୟାନ ଯୋଗୁ ଉତ୍‌କ୍ଷିପ୍ତ ହୋଇ କୁମାରସ୍ୱାମୀ ଆଜି କହିଛନ୍ତି ଯେ, କଂଗ୍ରେସ ବିଧାୟକମାନେ ସୀମା ଅତିକ୍ରମ କରୁଛନ୍ତି । କଂଗ୍ରେସ ନେତାମାନଙ୍କୁ ଏହି ସବୁ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବା କଥା । ଯଦି ସେମାନେ ଏସବୁ ଜାରି ରଖିବାକୁ ଚାହୁଁଛନ୍ତି ତା’ ହେଲେ ମୁଁ ଇସ୍ତଫା ଦେବାକୁ ରାଜି ଅଛି ।
ସେପଟେ କୁମାରସ୍ୱାମୀଙ୍କ ଏହି ଧମକ ପରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି । କଂଗ୍ରେସ ନେତା କେସି ବେଣୁଗୋପାଳ ବିଧାୟକମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାକୁ କହିଛନ୍ତି । ସେହିପରି ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖରଗେ ବିଧାୟକମାନଙ୍କର ଏପରି ମନ୍ତବ୍ୟ ଦେବାର ନଥିଲା ବୋଲି ଦର୍ଶାଇଛନ୍ତି । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମହୀଶୂରରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ‘ଗାଦି’କୁ ଅକ୍ତିଆର କରିବାକୁ ସେ ନଜର ରଖିନାହାନ୍ତି । ସେହିପରି ମେଣ୍ଟରେ କୌଣସି ପ୍ରକାର ଫାଟ ନାହିଁ । ମିଡିଆ ଦୁଇ ସହଯୋଗୀ ଦଳ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବାର ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ କୁମାରସ୍ୱାମୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି ।
ସୂଚନାଥାଉକି, ଗତକିଛି ଦିନ ହେଲା କର୍ଣ୍ଣାଟକ ରାଜନୀତିରେ ହଟଚମଟ ଜାରି ରହିଛି । ନିକଟରେ ଦୁଇଜଣ ସ୍ୱାଧୀନ ବିଧାୟକ କୁମାରସ୍ୱାମୀଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ତା’ ପରେ କଂଗ୍ରେସର କିଛି ବିଧାୟକ ବିଜେପିରେ ମିଶିବା ନେଇ ଆକଳନ କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.