ନୂଆଦିଲ୍ଲୀ,୨୮/୨ : ଜମ୍ମୁ-କଶ୍ମୀର ୨୦୨୫-୨୬ ରଣଜୀ ଟ୍ରଫିର ତାଜ୍ ଜିତି ଇତିହାସ ପୃଷ୍ଠାରେ ନିଜ ନାଁକୁ ଲେଖିଛି । ୬୭ବର୍ଷ ପରେ ଜମ୍ମୁ- କଶ୍ମୀର ଏହି ବଡ଼ ଉପଲବ୍ଧି ହାସଲ କରିଛି । ଏହି ଐତିହାସିକ ବିଜୟ ପରେ ଜମ୍ମୁ- କଶ୍ମୀରର ଖେଳାଳୀ ଉତ୍ସବ ମନାଇଛନ୍ତି । ଖେଳାଳୀ ମୈଦାନରେ ଏହି ଐତିହାସିକ ବିଜୟକୁ ଜୋରଦାର ପାଳନ କରିଛନ୍ତି । ଚାମ୍ପିୟନ୍ସ ହେବା ପରେ ଜମ୍ମୁ- କଶ୍ମୀରର ଖେଳାଳୀ ମୈଦାନରେ ହିଁ ଦୌଡ଼ିବାକୁ ଲାଗିଥିଲେ । ଖାଲି ଏତିକି ନୁହେଁ ଅଧିକାରୀ ବି ଡ୍ୟାନ୍ସ କରିବାକୁ ଲାଗିଥିଲେ ।

ଜମ୍ମୁ-କଶ୍ମୀରର ବିଜୟ ସୁନିଶ୍ଚିତ ହୋଇ ସାରିଥିଲା । କାରଣ ପ୍ରଥମ ପାଳିରେ ସେ ଆଗରେ ଥିଲା । ଏଭଳିସ୍ଥିତିରେ ମୈଦାନରେ ଖେଳ ସରିବା ପରେ ଢୋଲ ବଜାଳୀ ମଧ୍ୟ ପଡ଼ିଆ ମଧ୍ୟକୁ ଆସିଯାଇଥିଲେ। ଜମ୍ମୁ-କଶ୍ମୀର କ୍ରିକେଟ ଏସୋସିଏଶନର ଅଧିକାରୀ ବି ଏହି ଐତିହାସିକ ବିଜୟ ପରେ ଉତ୍ସବ ମନାଇବାକୁ ଲାଗିଥିଲେ । ସେମାନେ ଷ୍ଟାଣ୍ଡ୍ସରେ ବି ଡ୍ୟାନ୍ସ କରିବାକୁ ଲାଗିଥିଲେ ।