୪,୦,୪,୪,୬,୪… ଶୁବମାନ ଗିଲ୍ଙ୍କ ଧମାକାଦାର ଶତକ ଭିତରେ ଚୌକା-ଛକା ବର୍ଷା, ଫର୍ଗ୍ୟୁସନଙ୍କ ଗୋଟିଏ ଓଭରରେ…

pic- ndtv.in
ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡକୁ ୯୦ ରନ୍ରେ ହରାଇଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଓ ଶୁବମାନ ଗିଲଙ୍କ ଶତକୀୟ ପାଳି ବଳରେ ଦିନିକିଆ ସିରିଜ୍ କ୍ଲିନସ୍ବିପ୍ କରିଛି ଭାରତ। ଦୁଇ ଓପନିଂ ଯୋଡି ପ୍ରଥମ ଓ୍ବିକେଟ୍ ପାର୍ଟନରସିପ୍ରେ ୨୧୨ ରନ କରିଥିଲେ। ଯାହାକି ୨୦୧୯ ବିଶ୍ୱକପ୍ ପରେ ଦିନିକିଆରେ ଟିମ୍ ଇଣ୍ଡିଆର ଦ୍ୱିତୀୟ ବଡ଼ ଓପନିଂ ପାର୍ଟନରସିପ୍ । ଏଥିରେ ଗିଲ୍ ୭୮ ବଲରେ ୧୧୨ ରନ କରିଥିବା ବେଳେ ରୋହିତ ୮୫ ବଲରେ ୧୦୧ ରନ କରିଥିଲେ। ଯେଉଁଥିରେ ୯ ଟି ଚୌକା ଓ ୬ ଟି ଛକା ମାରିଥିଲେ।

ରୋହିତ ତିନି ବର୍ଷ ପରେ ଶତକ ମାରିଥିବା ବେଳେ ଶୁବମାନ ଗିଲ ଚମତ୍କାର ଶତକ ମାରି ଫ୍ୟାନ୍ସଙ୍କ ହୃଦୟ ଜିଣିଛନ୍ତି। କିୱି ବୋଲର ଲୋକି ଫର୍ଗ୍ୟୁସନ୍ଙ୍କ ଏକ ଓଭରରେ ଧୂଆଁଧାର ସଟ୍ ଖେଳିଥିଲେ ଗିଲ୍ । ଭାରତ ବ୍ୟାଟିଂ କରୁଥିବା ବେଳେ ଅଷ୍ଟମ ଓଭର ବୋଲିଂ କରୁଥିବା ଫର୍ଗ୍ୟୁସନଙ୍କୁ ୨୨ ରନ୍ ମାରିଥିଲେ ଶୁବମାନ ଗିଲ୍ । ଯେଉଁଥିରେ ୪ ଟି ଚୌକା ଓ ଗୋଟିଏ ଛକା ରହିଥିଲା। ଫର୍ଗ୍ୟୁସନ ଏହାର ପୂର୍ବ ତିନି ଓଭରରେ ଚମତ୍କାର ବୋଲିଂ କରିଥିଲେ। ବ୍ୟାଟରଙ୍କୁ ପୂରା ବାନ୍ଧି ରଖିଥିଲେ। ହେଲେ ସେ ଭାବି ନଥିଲେ ଯେ ତାଙ୍କ ଚତୁର୍ଥ ଓଭରରେ ଗିଲ୍ ଏମିତି ବ୍ୟାଟିଂ କରିବେ ବୋଲି।
— Anna 24GhanteChaukanna (@Anna24GhanteCh2) January 24, 2023
ଗିଲ ଫର୍ଗ୍ୟୁସନଙ୍କ ପ୍ରଥମ ବଲରେ ଚୌକା ମାରିଥିବା ବେଳେ ଦ୍ୱିତୀୟ ବଲରେ କୌଣସି ରନ କରିନଥିଲେ। ହେଲେ ଏହାପରେ ଫର୍ଗ୍ୟୁସନଙ୍କ ୪ ବଲରେ ଗିଲ କମାଲ କରିଥିଲେ। ତୃତୀୟ ବଲରେ ଚୌକା, ଚତୁର୍ଥ ବଲରେ ଚୌକା, ପଞ୍ଚମ ବଲରେ ଛକା ଓ ପୁଣି ଶେଷ ବଲରେ ଚୌକା ମାରି ମୋଟ ୨୨ ରନ କରିଥିଲେ।

ଏହି ଓଭର ପରେ ଟିମ୍ ଇଣ୍ଡିଆ ଫ୍ୟାନ୍ସ ଭାବି ସାରିଥିଲେ ଯେ ତୃତୀୟ ଦିନିକିଆରେ ମଧ୍ୟ କିୱି ଟିମ୍କୁ ମାତ ଦେବାରେ ସଫଳ ହେବ ଭାରତ। ସୂଚନା ଥାଉକି ଭାରତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନର ବିଶାଳ ସ୍କୋର କରିଥିଲା। ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୩୮ ବଲରେ ୫୪ ରନ ବନାଇଥିଲେ। ଏହାପରେ ବୋଲରମାନେ ମଧ୍ୟ କମାଲ କରିଥିଲେ। ଶାର୍ଦ୍ଦୁଲ ଠାକୁର ଚମତ୍କାର ବୋଲିଂ କରି ତିନି ୱିକେଟ ନେଇଥିଲେ। ଶାର୍ଦ୍ଦୁଲ ପ୍ଲାୟର ଅଫ ଦା ମ୍ୟାଚ ହୋଇଥିଲେ। ମ୍ୟାଚରେ କିୱି ଟିମ୍ ଓ ଡେଭୋନ କାନୱେ ୧୦୦ ବଲରେ ୧୩୮ ରନ୍ର ପାଳି ଖେଳିଥିଲେ, ହେଲେ ଟିମ୍ ଜିତି ପାରିନଥିଲା।