ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମୋଦିଙ୍କ ଉପରେ ବର୍ଷିଲେ ରାହୁଲ, କହିଲେ ୫୬ ଇଞ୍ଚର ଛାତିକୁ ଆମର ଡର ନାହିଁ

Published By : Ankita S | November 15, 2024 2:26 PM

ରାଞ୍ଚି,୧୫/୧୧: ଆମେ ନରେନ୍ଦ୍ର ମୋଦିଙ୍କୁ ଡରୁ ନାହୁଁ । ୫୬ ଇଞ୍ଚର ଛାତି, ମନ କି ବାତ୍, ବିଜେପି ଏବଂ ମେଦିଜୀଙ୍କୁ ଆମର ଭୟ ନାହିଁ । ନରେନ୍ଦ୍ର ମୋଦିଙ୍କ କଥାରେ କୋଟିପତିମାନେ କାମ କରୁଛନ୍ତି ତାଙ୍କ କଥାରେ ସେ କାମ କରୁଛନ୍ତି । କୋଟିପତି ତୁମ ଜମି ଚାହୁଁଛନ୍ତି । ବିଜେପି ଓ ମୋଦିଜୀ ମୁମ୍ବାଇର ଧାରାବୀକୁ ଆଦାନୀକୁ ଦେବାକୁ ଚାହୁଁଛନ୍ତି । ମୋଦି କେବଳ ମନ କଥା କହିବେ ଲମ୍ବା ଲମ୍ବା ଭାଷଣ ମାରିବେ ପୁଣି ସଂନ୍ଧ୍ୟାରେ ଅମ୍ବାନିଜୀଙ୍କ ବାହାଘରରେ ସାମିଲ ହେବେ । ଭୋଜି ଖାଇବେ ନାଚଗୀତ ଉପଭୋଗ କରିବେ । ଝାଡଖଣ୍ଡ ଗୋଡାରେ ନିର୍ବାଚନୀ ରାଲି କରି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ବିଜେପିକୁ ନିଶାନା କରି ରାହୁଲ କହିଛନ୍ତି,ଗୋଟିଏ ପଟେ ମୋଦିଜୀ ଭାଷଣ ଦେଉଛନ୍ତି ମୁଁ ପଛୁଆ ବର୍ଗଙ୍କର ହେଲେ ସେପଟେ ଝାଡଖଣ୍ଡରେ ବିଜେପି ପଛୁଆ ବର୍ଗଙ୍କ ସରକ୍ଷଣ ୨୭%ରୁ କମ କରି ୧୪% କରି ଦେଇଥିଲା । ସେଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ଏସଟି ସଂରକ୍ଷଣ ୨୮% କରିବୁ । ଏସସି ୧୨% ଓ ଓବିସି ୨୭% କରିବୁ । ଗରିବଙ୍କର ୧୬ ଲକ୍ଷ କୋଟି ଟଙ୍କା ଛଡାଇ ନେଇ ମୋଦି କୋଟିପତିଙ୍କୁ କ୍ଷମା କରିଛନ୍ତି । ମୁମ୍ବାଇରେ ୧ଲକ୍ଷ କୋଟିର ଜମି ଅଛି । ତାହାକୁ ମୋଦିଜୀ ଏବଂ ବିଜେପି ଆଦାନୀକୁ ଦେବାକୁ ଚାହୁଁଛନ୍ତି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ଆମ ସମ୍ବିଧାନରେ ଆମ୍ବେଦକର, ବିର୍ସାମୁଣ୍ଡା, ଭଗବାନ ବୁଦ୍ଧ, ମହାତ୍ମା ଗାନ୍ଧୀ, ଫୁଲେଜୀଙ୍କ ଚିନ୍ତାଧାରା ରହିଛି । ଏହି ସମ୍ବିଧାନ ହିନ୍ଦୁସ୍ଥାନର ଆତ୍ମା । ଆଜି ଯେଉଁ ଜଳ,ଜଙ୍ଗଲ ଓ ଜମି ମିଳିଛି ତାହା ସମ୍ବିଧାନରୁ ମିଳିଛି । ମୋତେ ମୋଦିଜୀ ଲାଲ ବହି କହୁଛନ୍ତି । ସେ ଜାଣିବା ଦରକାର ବହିର ରଙ୍ଗ କଣ ତାହା ଗୁରୁତ୍ବ ପୂର୍ଣ୍ଣ ନୁହେଁ ବହିରେ କଣ ଲେଖା ଅଛି ତାହା ଅଧିର ଜୁରୁରୀ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.