ଗର୍ଜିଲେ ହରଭଜନ: ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ କହିଦେଲେ ଏମିତି…

source:www.indiatimes.com
ନୁଆଦିଲ୍ଲୀ ୧୯/୨: ପୁଲୱାମା ଆତଙ୍କୀ ହମଲା ପରେ ସାରା ଦେଶବାସୀ ପାକିସ୍ତାନକୁ ବିରୋଧ କରୁଛନ୍ତି । ସମସ୍ତେ ନିଜ ନିଜ ଢଙ୍ଗରେ ପାକିସ୍ତାନକୁ ବିରୋଧ କରୁଛନ୍ତି । ଭାରତୀୟ କ୍ରିକେଟର୍ସ ମଧ୍ଯ ଏଥିରେ ପଛରେ ନାହାନ୍ତି । ଏବେ ଭାରତୀୟ କ୍ରିକଟ୍ ଟିମର ହରଭଜନ ସିଂହ କହିଛନ୍ତି ଯେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱ କପରେ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବା ଉଚିତ୍ ନୁହେଁ । ଭାରତକୁ ୧୬ ଜୁନରେ ମ୍ୟାନଚେଷ୍ଟରରେ ପାକିସ୍ତାନ ବିରୁଦ୍ଧରେ ବିଶ୍ୱ କପ୍ ଲିଗ୍ ମ୍ୟାଚ୍ ଖେଳିବାର ଅଛି । ଭଜ୍ଜି କହିଛନ୍ତି ଯଦି ଭାରତ ଏହି ମ୍ୟାଚ୍ ଖେଳିବନି ତେବେବି ଭାରତ ଏତେ ମଜଭୁତ ଯେ ସେ ବିଶ୍ୱ କପ୍ ଜିତିଯିବ ।
ଭଜ୍ଜି କହିଛନ୍ତି, ‘ଭାରତକୁ ଏହି ମ୍ୟାଚ୍ ଖେଳିବା ଅନୁଚିତ୍ । ଭାରତୀୟ ଟିମ୍ ଏତେ ମଜଭୁତ ଯେ ସେ ପାକିସ୍ତାନର ବିନା ଖେଳରେ ମଧ୍ଯ ବିଶ୍ୱ କପ୍ ଜିତିଯିବ । ଏହା ଆମ ପାଇଁ ଏକ ଘଡିସନ୍ଧି ମୁହୂର୍ତ୍ତ । ମୁଁ ଆଶା କରୁଛି ଯେ ସରକାର ନିଶ୍ଚିତ କୌଣସି ବଡ ପଦକ୍ଷେପ ନେବେ । ତେବେ ଯଦି କ୍ରିକେଟ୍ କଥା ପଡେ ତେବେ ମୋତେ ଲାଗୁଛି ଆମେ ପାକିସ୍ତାନ ସହିତ କିଛି ବି ସମ୍ପର୍କ ରଖିବା ଉଚିତ୍ ନୁହେଁ । ଆମେ ସମସ୍ତେ ଆମ ଦେଶ ସହିତ ଠିଆ ହେବା ଉଚିତ୍ । କୌଣସି ବି ଖେଳ ହେଉ, କ୍ରିକେଟ୍ କିମ୍ବା ହକି ଆମେ ତାଙ୍କ ସହିତ ଖେଳିବା ଉଚିତ୍ ନୁହେଁ ।’ ତେବେ କହିରଖୁଛୁ ଏହା ପୂର୍ବରୁ ସିସିଆଇ ମଧ୍ଯ ପାକିସ୍ତାନକୁ ବିରୋଧ କରି ବ୍ରାର୍ବୋନ ଷ୍ଟାଡିୟମରେ ଇମ୍ରାନ୍ ଖାନଙ୍କ ଫଟୋ ଢାଙ୍କିଦେଇଥିଲା ।