ଭୁବନେଶ୍ୱର, ୨୯/୦୩: ଦିନ ତାପମାତ୍ରା କ୍ରମଶଃ ଉପରମୁହାଁ ହେଉଛି । ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରୀ  ବଢ଼ିଛି । କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ତାତି କମ୍‌ ରହୁଥିଲା । କିନ୍ତୁ ଏବେ ଖରା ବଢ଼ିବା  ସହ ୨୯ରୁ ପୁଣି ଜଳାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ପଶ୍ଚିମ, କେନ୍ଦ୍ରୀୟ  ଓଡ଼ିଶାରେ ୪୦ ଡିଗ୍ରୀ ଟପିବ ।

ବୁଧବାର ବୌଦ୍ଧରେ ଦିନ ତାପମାତ୍ରା ୩୯.୮ ଡିଗ୍ରୀ  ଥିଲା । ଆସନ୍ତା ୨୯ ଓ ୩୦ ତାରିଖରେ ଗ୍ରୀଷ୍ମପ୍ରବାହ  ହେବ । ଆସନ୍ତା ୪ରୁ ୫ ଦିନରେ ଓଡ଼ିଶା ସମେତ ଦେଶର ପୂର୍ବଭାଗରେ ଦିନ ତାପମାତ୍ରା ୪ରୁ  ୬ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୯ରୁ ୩୧ ତାରିଖ ଭିତରେ  କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ । ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି । 

ଗୁରୁବାର ଝାରସୁଗୁଡ଼ା,  ସମ୍ବଲପୁର, ବଲାଙ୍ଗିର ଓ ଭବାନୀପାଟଣାରେ ୩୯  ଡିଗ୍ରୀ, ଟିଟିଲାଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର,  ମାଲକାନଗିରି, ଯାଜପୁର, ଭୁବନେଶ୍ୱର, ଢେଙ୍କାନାଳ,  ନୟାଗଡ. ଫୁଲବାଣୀ, ରାୟଗଡ଼ା, କୋରାପୁଟ,  ସୁନ୍ଦରଗଡ଼, ଅନୁଗୁଳରେ ତାତି ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ମଙ୍ଗଳବାର ଝାରସୁଗୁଡ଼ାର ଦିନ ତାପମାତ୍ରା ୩୯.୫, ହୀରାକୁଦର ତାପମାତ୍ରା ୩୯.୧, ସମ୍ବଲପୁର ଓ ବଲାଙ୍ଗିରର ୩୯ ଡିଗ୍ରୀ, ପାରଳାଖେମୁଣ୍ଡିରେ  ୩୮.୮, ସୋନପୁର ଓ ଢେଙ୍କାନାଳରେ ୩୮.୩,  ମାଲକାନଗିରିରେ ୩୮.୧, ଭବାନୀପାଟଣାରେ ୩୮,  ବରଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରୀ ରେକର୍ଡ  ହୋଇଛି । 

ସୋମବାର ବୌଦ୍ଧର ତାପମାତ୍ରା ୩୮ ଡିଗ୍ରୀ  ଥିଲା । ବୁଧବାର ପାଖାପାଖି ୨ ଡିଗ୍ରୀ ବଢ଼ିଛି । ସୋନପୁରରେ  ୩୭.୬ ଡିଗ୍ରୀ ଥିବାବେଳେ ଏଠାରେ ତାପମାତ୍ରା ବଢ଼ି  ୩୮.୩ ଡିଗ୍ରୀ ହୋଇଛି । ଝାରସୁଗୁଡ଼ାରେ ସୋମବାର  ତୁଳନାରେ ମଙ୍ଗଳବାର ତାପମାତ୍ରା ୨ ଡିଗ୍ରୀ ବଢ଼ିଯାଇଛି । ୩୭.୫ ଡିଗ୍ରୀରୁ ବଢ଼ି ୩୯.୫ ଡିଗ୍ରୀ ରହିଛି । ସମ୍ବଲପୁରରେ  ୩୭.୪ ଡିଗ୍ରୀରୁ ୩୯ ଡିଗ୍ରୀ ଓ ମାଲକାନଗିରିରେ  ୩୭.୩ ଡିଗ୍ରୀରୁ ବଢ଼ି ୩୮.୧ ଡିଗ୍ରୀ ରହିଛି ।