ପ୍ରମୂଖ ଖବର
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

Published By : Prameya | May 18, 2025 7:31 AM

ଭୁବନେଶ୍ୱର,୧୮/୦୫: ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, କୋରାପୁଟ, ରାୟଗଡ଼ା ଓ ଗଜପତିରେ  ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ  ୪୦ କିମି ବେଗରେ ପବନ ବି ବହିପାରେ । କିନ୍ତୁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼  ଓ ବୌଦ୍ଧରେ ଦିନ ତାପମାତ୍ରା ୪୦ ଡିଗ୍ରୀ  ବା ଏହା ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

୧୯ ତାରିଖରେ ମୟୂରଭଞ୍ଜ,  କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ  ରାୟଗଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର  ଗୋଟିଏ ବା ଦୁଇଟି ସ୍ଥାନରେ ମଧ୍ୟ  ବର୍ଷା ସମ୍ଭାବନା ଅଛି । ୨୦ ତାରିଖରେ  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ  ଓ ରାୟଗଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ  ବର୍ଷା ସମ୍ଭାବନା ଅଛି । ୨୧ ତାରିଖରେ  ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଞ୍ଜାମ  ଓ ଗଜପତିରେ ସ୍ୱଳ୍ପ ବର୍ଷା ହୋଇପାରେ ।  ୨୨ ଓ ୨୩ ତାରିଖରେ  ଉପକୂଳ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଶନିବାର ସମ୍ବଲପୁରର ଦିନ ତାପମାତ୍ରା  ୩୯.୮ ଡିଗ୍ରୀ ରେକର୍ଡ ହୋଇଛି ।  ବଲାଙ୍ଗୀର ଓ ବରଗଡ଼ରେ ୩୯.୫,  ସୋନପୁର, ନୂଆପଡ଼ା ଓ ବୌଦ୍ଧରେ  ୩୯ ଡିଗ୍ରୀ ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.