ଭୁବନେଶ୍ୱର,୧୮/୦୫: ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, କୋରାପୁଟ, ରାୟଗଡ଼ା ଓ ଗଜପତିରେ  ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ  ୪୦ କିମି ବେଗରେ ପବନ ବି ବହିପାରେ । କିନ୍ତୁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼  ଓ ବୌଦ୍ଧରେ ଦିନ ତାପମାତ୍ରା ୪୦ ଡିଗ୍ରୀ  ବା ଏହା ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

୧୯ ତାରିଖରେ ମୟୂରଭଞ୍ଜ,  କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ  ରାୟଗଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର  ଗୋଟିଏ ବା ଦୁଇଟି ସ୍ଥାନରେ ମଧ୍ୟ  ବର୍ଷା ସମ୍ଭାବନା ଅଛି । ୨୦ ତାରିଖରେ  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ  ଓ ରାୟଗଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ  ବର୍ଷା ସମ୍ଭାବନା ଅଛି । ୨୧ ତାରିଖରେ  ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଞ୍ଜାମ  ଓ ଗଜପତିରେ ସ୍ୱଳ୍ପ ବର୍ଷା ହୋଇପାରେ ।  ୨୨ ଓ ୨୩ ତାରିଖରେ  ଉପକୂଳ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଶନିବାର ସମ୍ବଲପୁରର ଦିନ ତାପମାତ୍ରା  ୩୯.୮ ଡିଗ୍ରୀ ରେକର୍ଡ ହୋଇଛି ।  ବଲାଙ୍ଗୀର ଓ ବରଗଡ଼ରେ ୩୯.୫,  ସୋନପୁର, ନୂଆପଡ଼ା ଓ ବୌଦ୍ଧରେ  ୩୯ ଡିଗ୍ରୀ ରେକର୍ଡ ହୋଇଛି ।